ଶେଷରେ ମୁଣ୍ଡ ନୁଆଁଇଲେ ୟୁକ୍ରେନ ରାଷ୍ଟ୍ରପତି, ରୁଷ ସହ ବୁଝାମଣା କରିବାକୁ ରାଜି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 8, 2022

ଶେଷରେ ମୁଣ୍ଡ ନୁଆଁଇଲେ ୟୁକ୍ରେନ ରାଷ୍ଟ୍ରପତି, ରୁଷ ସହ ବୁଝାମଣା କରିବାକୁ ରାଜି

କିଭ୍‌: ଦୀର୍ଘ ୧୩ ଦିନ ହେଲା ରୁଷର ଘନଘନ ଆକ୍ରମଣ ବିରୋଧରେ ଛାତି ଦେଖାଇ ଲଢ଼େଇ କରୁଥିବା ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କିଙ୍କ ଦମ୍ଭ ଏବେ ଭାଙ୍ଗି ଯାଇଛି। ଯୁଦ୍ଧ ବନ୍ଦ ପାଇଁ ରୁଷ ରଖିଥିବା ବିଭିନ୍ନ ସର୍ତ୍ତ ଉପରେ ରାଷ୍ଟ୍ରପତି ଜେଲେନସ୍କି ବୁଝାମଣା କରିବାକୁ ପ୍ରସ୍ତୁତ ଥିବା ଘୋଷଣା କରିଛନ୍ତି। ପୂର୍ବରୁ ସେ କେବେ ହେଲେ ପଛକୁ ହଟିବେ ନାହିଁ ବୋଲି କହୁଥିଲେ। ହେଲେ ଏବେ ସେ ମୁଣ୍ଡ ନୁଆଁଇବାକୁ ପ୍ରସ୍ତୁତ ହୋଇଯାଇଛନ୍ତି।

ନାଟୋରେ ମିଶିବାକୁ ଚାହୁଁଥିବାରୁ ୟୁକ୍ରେନ ଉପରେ ରୁଷ ହମଲା ଆରମ୍ଭ କରିଥିଲା। ରୁଷର ବାରମ୍ବାର ତାଗିଦ ସତ୍ତ୍ୱେ ୟୁକ୍ରେନ କିଛି ବି ନ ଶୁଣି ନାଟୋରେ ମିଶିବାକୁ ଇଚ୍ଛା ରଖିଥିଲା। ଏବେ କିନ୍ତୁ ୟୁକ୍ରେନ ଆଉ ନାଟୋର ସଦସ୍ୟ ହେବାକୁ ଚାହୁଁ ନଥିବା ଜେଲେନସ୍କି କହିଛନ୍ତି।

ଏଥିସହ ରୁଷ ସପକ୍ଷବାଦୀ ଓ ୟୁକ୍ରେନ ବିଚ୍ଛିନ୍ନତାବାଦୀ ଅଞ୍ଚଳ ଲୁହାଂସ୍କ ଓ ଡୋନେସ୍କକୁ ସ୍ୱାଧୀନତା ଦେବା ପ୍ରସଙ୍ଗରେ ମଧ୍ୟ ସେ ରୁଷ ସହ ବୁଝାମଣା କରିବାକୁ ରାଜି ଥିବା କହିଛନ୍ତି। ଏହି ଦୁଇ ଅଞ୍ଚଳକୁ ରୁଷ ଆକ୍ରମଣ କରିବା ପୂର୍ବରୁ ସ୍ୱାଧୀନ ଦେଶର ମାନ୍ୟତା ଦେଇଥିଲା।

ଏବିସି ନ୍ୟୁଜକୁ ସାକ୍ଷାତକାର ଦେଇ ଜେଲେନସ୍କି କହିଛନ୍ତି, “ଦୀର୍ଘ ଦିନ ହେଲା ଆମେ ନାଟୋର ସଦସ୍ୟ ହେବାକୁ ଇଚ୍ଛା ପ୍ରକାଶ କରି ଆସୁଥିଲୁ। କିନ୍ତୁ ଏବେ ଆମେ ଜାଣିବାକୁ ପାଇଲୁ ଯେ ନାଟୋ ୟୁକ୍ରେନକୁ ଗ୍ରହଣ କରିବାକୁ ଚାହୁଁନି। ଏହାକୁ ମଧ୍ୟ ଆମେ ବେଶ ଶାନ୍ତିର ସହ ଗ୍ରହଣ କରି ନେଇଛୁ। ବିବାଦୀୟ ପ୍ରସଙ୍ଗର ମୁକାବିଲା କରିବାକୁ ନାଟୋ ଡରୁଛି। ନାଟୋ ରୁଷ ସହ ମୁହାଁମୁହିଁ ହେବାକୁ ଭୟଭୀତ। ତେଣୁ ନାଟୋରେ ସାମିଲ ହେବାକୁ ଆମର ଆଉ ଇଚ୍ଛାନାହିଁ। ନାଟୋର ସଦସ୍ୟତା ଦାବି କରିବାରୁ ଆମ ଦେଶ ଉପରେ ଆକ୍ରମଣ ହେଲା। କିନ୍ତୁ ଆମକୁ କେହି ବି ସହଯୋଗ କରିବାକୁ ଆସିଲେନି।”

କୌଣସି ଜିନିଷ ପାଇଁ ଭିକ ମାଗୁ ଥିବା ଭଳି ଦେଶର ରାଷ୍ଟ୍ରପତି ହେବାକୁ ସେ ଆଦୌ ପସନ୍ଦ କରିବେ ନାହିଁ ବୋଲି ମଧ୍ୟ କହିଛନ୍ତି। ସାକ୍ଷାତକାର ବେଳେ ଜେଲେନସ୍କିଙ୍କୁ ଯୁଦ୍ଧ ବନ୍ଦ ପାଇଁ ରୁଷ ରଖିଥିବା ସର୍ତ୍ତ ଗୁଡ଼ିକ ସମ୍ପର୍କରେ ପ୍ରଶ୍ନ କରାଯାଇଥିଲା। ସେ ଏହାର ଜବାବରେ କହିଛନ୍ତି ଯେ “ମୁଁ ସବୁ ପ୍ରକାରର ଆଲୋଚନା ପାଇଁ ପ୍ରସ୍ତୁତ। ମୁଁ ସୁରକ୍ଷାର ଗ୍ୟାରେଣ୍ଟି ସମ୍ପର୍କରେ କହୁଛି। ୟୁକ୍ରେନର ଦୁଇଟି ଅଞ୍ଚଳକୁ ରୁଷ ବ୍ୟତୀତ ଆଉ କୌଣସି ରାଷ୍ଟ୍ର ମାନ୍ୟତା ଦେଇନାହାନ୍ତି।

ଆମେ ଏହି ପ୍ରସଙ୍ଗରେ ଆଲୋଚନା ଓ ବୁଝାମଣା କରିବାକୁ ରାଜି। ଏହି ଦୁଇଟି ଅଞ୍ଚଳର ସ୍ଥିତାବସ୍ଥା କ’ଣ ହେବ, ସେ ଉପରେ ଆଲୋଚନା ଆବଶ୍ୟକ। ୟୁକ୍ରେନର ନାଗରିକ ଭାବେ ରହିବାକୁ ଚାହୁଁଥିବା ଉକ୍ତ ଅଞ୍ଚଳର ଲୋକଙ୍କ ଇଚ୍ଛାକୁ ମଧ୍ୟ ସମ୍ମାନ ମିଳିବା ଦରକାର।

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କେବଳ ସର୍ତ୍ତ ନ ରଖି ଆଲୋଚନା ପାଇଁ ମଧ୍ୟ ଆଗକୁ ଆସିବା ଦରକାର। ଆମକୁ କେବଳ ସର୍ତ୍ତ ମାନିବାକୁ କହିଲେ ଆମେ ଏଥିପାଇଁ ପ୍ରସ୍ତୁତ ନାହୁଁ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ରୁଷ ଦୀର୍ଘ ଦିନ ହେଲାଣି ୟୁକ୍ରେନକୁ ନାଟୋରେ ସଦସ୍ୟ ନ ହେବାକୁ କହି ଆସୁଥିଲା। ଏପରି କି ୟୁକ୍ରେନ କୌଣସି ଅନ୍ତର୍ଜାତୀୟ ସମୂହରେ ସାମିଲ ନ ହୋଇ ସ୍ୱତନ୍ତ୍ର ଭାବେ ରହୁ ବୋଲି ରୁଷ ଚାହୁଁଛି। ହେଲେ ଏଥିରେ ଜେଲେନସ୍କି ରାଜି ନ ହେବାରୁ ରୁଷ କିଭ୍‌ ଦଖଲ ପାଇଁ ଆକ୍ରମଣ କରିଛି।

The post ଶେଷରେ ମୁଣ୍ଡ ନୁଆଁଇଲେ ୟୁକ୍ରେନ ରାଷ୍ଟ୍ରପତି, ରୁଷ ସହ ବୁଝାମଣା କରିବାକୁ ରାଜି appeared first on Odisha Reporter.



from Odisha Reporter https://ift.tt/Y1SWgDB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages