ପୌର ନିର୍ବାଚନ ପାଇଁ ଆଜିଠୁ ନାମାଙ୍କନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 1, 2022

ପୌର ନିର୍ବାଚନ ପାଇଁ ଆଜିଠୁ ନାମାଙ୍କନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ପୌର ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ହେଉଛି ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା। ସାଢେ ତିନି ବର୍ଷ ବିଳମ୍ବରେ ହେବାକୁ ଯାଉଥିବା ପୌର ନିର୍ବାଚନ ପାଇଁ ହାତରେ କମ୍ ସମୟ ଥିବାରୁ ପ୍ରାର୍ଥୀ ଚୟନରେ ମାତିଛନ୍ତି ପ୍ରମୁଖ ରାଜନୈତିକ ଦଳ। ତେବେ ମେୟର ପ୍ରାର୍ଥୀଙ୍କୁ ନେଇ ଲାଗି ରହିଛି ଉତ୍ସୁକତା। କାରଣ, ଏଥର ମ୍ୟୁନିସିପାଲଟି ଚେୟାରମ୍ୟାନ୍ ଓ ମହାନଗର ନିଗମ ମେୟର ପଦ ଲାଗି ହେବ ସିଧାସଳଖ ନିର୍ବାଚନ।

ଆସନ୍ତା ୨୪ରେ ପୌର ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ ଏବଂ ୨୬ରେ ଭୋଟ ଗଣତି ହେବ। ଆଜିଠୁ ୭ ତାରିଖ ପର୍ଯ୍ୟନ୍ତ ମନୋନୟନ ପତ୍ର ଦାଖଲ ସମୟସୀମା ରହିଛି। ମାର୍ଚ୍ଚ ୯ ତାରିଖରେ ନାମାଙ୍କନପତ୍ର ଯାଞ୍ଚ ଓ ୧୪ ସୁଦ୍ଧା ପ୍ରତ୍ୟାହାର ପାଇଁ ସମୟ ଦିଆଯାଇଛି।  ମେୟର ଓ ପୌରାଧ୍ୟକ୍ଷ ନିର୍ବାଚନ ଏଥର ସିଧାସଳଖ ହେବ।

ସେହିପରି ଭୋଟିଂ ପାଇଁ ଇଭିଏମ୍ ବ୍ୟବହାର କରାଯିବ।  ପ୍ରତି ବୁଥରେ ୨ଟି ଇଭିଏମ୍ ରହିବ।  ଗୋଟିଏ ଇଭିଏମରେ ମେୟର କିମ୍ବା ପୌରାଧ୍ୟକ୍ଷଙ୍କୁ ଭୋଟ ଦେଇ ହେବ।  ସେହିପରି ଦ୍ୱିତୀୟ ଇଭିଏମ କାଉନସିଲର କିମ୍ବା କର୍ପୋରେଟରଙ୍କୁ ଭୋଟ ଦେଇହେବ।  ପ୍ରଥମ ଥର ପାଇଁ ପୌର ନିର୍ବାଚନରେ ନୋଟା ବିକଳ୍ପ ରହିବ। ଏପ୍ରିଲ ୭ରେ ପୌର ଉପାଧ୍ୟକ୍ଷ, ୮ରେ ଡେପୁଟି ମେୟର ନିର୍ବାଚନ ହେବ।  ୧୦୬ NAC/ମ୍ୟୁନିସିପାଲିଟି ଓ ୩ଟି ମହାନଗରରେ ନିର୍ବାଚନ ହେବ।

ଅଦାଲତି ମାମଲା ପାଇଁ ପୁରୀ ମ୍ୟୁନିସିପାଲିଟିରେ ନିର୍ବାଚନ ହେବନାହିଁ। ଅବଧି ସରିବାର ୩ ବର୍ଷ ପରେ ପୌର ନିର୍ବାଚନ ହେଉଛି।  ଆସନ ସଂରକ୍ଷଣ ନେଇ ଥିବା ବିବାଦରୁ ନିର୍ବାଚନରେ ବିଳମ୍ବ ହୋଇଥିଲା।

The post ପୌର ନିର୍ବାଚନ ପାଇଁ ଆଜିଠୁ ନାମାଙ୍କନ appeared first on Odisha Reporter.



from Odisha Reporter https://ift.tt/aIKTzwr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages