ନୂଆଦିଲ୍ଲୀ: ପଞ୍ଜାବରେ ଭୋଟ ଗଣତି ଯେତେ ଆଗକୁ ବଢ଼ୁଛୁ ରାଜନେତାଙ୍କ ସ୍ପନ୍ଦନ ସେତିକି ବଢ଼ିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ମିଳିଥିବା ଟ୍ରେଣ୍ଡ ଅନୁଯାୟୀ ପଞ୍ଜାବର ୩ ହେଭିୱେଟ କ୍ୟାପ୍ଟେନ ଅମରିନ୍ଦର ସିଂହ, ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ଓ ପଞ୍ଜାବର କଂଗ୍ରେସ ମୁଖ୍ୟ ନବଜୋତ ସିଂହ ସିଦ୍ଧୁ ପଛରେ ରହିଛନ୍ତି।
କିଛି ସମୟ ପୂର୍ବରୁ ଚନ୍ନି ଓ ସିଦ୍ଧୁ ଆଗରେ ଥିଲେ। ହେଲେ ଏବେ ଉଭୟ ପଛରେ ପଡ଼ିଛନ୍ତି। କ୍ୟାପ୍ଟେନ ଅମରିନ୍ଦର ସିଂହ କଂଗ୍ରେସ ଛାଡ଼ି ନୂଆ ଦଳ ତିଆରି କରିଛନ୍ତି। ବିଜେପି ସହ ମେଣ୍ଟ କରି ସେ ଏଥର ନିର୍ବାଚନ ଲଢ଼ୁଛନ୍ତି। ସେ ପାରମ୍ପରିକ ପଟିଆଲା ଅର୍ବାନ ଆସନରୁ ନିର୍ବାଚନ ଲଢ଼ୁଥିଲେ। ହେଲେ ଏବେ ସେ ପଛରେ ପଡ଼ିଛନ୍ତି।
ଖବର ଲେଖା ଯିବା ବେଳକୁ ପଞ୍ଜାବରେ ଆପ୍ ୭୯ଟି ଆସନ ଆଗରେ ଚାଲିଥିବା ବେଳେ ତା’ ପଛକୁ କଂଗ୍ରେସ ରହିଛି । ଏହି ୨ ଦଳଠୁ ପଛରେ ରହିଯାଇଛି ଅକାଳୀ ମେଣ୍ଟ। ଏଠାରେ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ୨ଟି ଆସନରୁ ଲଢ଼ୁଥିବା ବେଳେ ଉଭୟରେ ସ୍ଥାନରେ ପଛରେ ରହିଛନ୍ତି। ସେହିପରି ନବଜୋତ ସିଂହ ସିଦ୍ଧୁ ଅମୃତସର ପୂର୍ବ ଆସନରେ ପଛରେ ରହିଛନ୍ତି।
The post ପଛରେ ପଡ଼ିଲେ କ୍ୟାପ୍ଟେନ, ଚନ୍ନି ଓ ସିଦ୍ଧୁ appeared first on Odisha Reporter.
from Odisha Reporter https://ift.tt/ndcJAFK
No comments:
Post a Comment