ପ୍ରାରମ୍ଭିକ ଟ୍ରେଣ୍ଡ; ୪ଟି ରାଜ୍ୟରେ ବିଜେପି ଆଗୁଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 9, 2022

ପ୍ରାରମ୍ଭିକ ଟ୍ରେଣ୍ଡ; ୪ଟି ରାଜ୍ୟରେ ବିଜେପି ଆଗୁଆ

ନୂଆଦିଲ୍ଲୀ: ୫ଟି ରାଜ୍ୟରେ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନ ପାଇଁ ଆଜି ଭୋଟ୍‌ ଗଣତି ଚାଲିଛି। ଗଣତି ଜାରି ରହିଥିବା ବେଳେ ପ୍ରାରମ୍ଭିକ ଟ୍ରେଣ୍ଡରେ ୪ଟି ରାଜ୍ୟ- ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ମଣିପୁର ଓ ଗୋଆରେ ବିଜେପି ଆଗରେ ରହିଛି। କିନ୍ତୁ ମଣିପୁର ଓ ଗୋଆରେ ଶାସକ ବିଜେଡିକୁ ବିରୋଧୀ ଦଳ ଗୁଡ଼ିକ କଡ଼ା ଟକ୍କର ଦେଉଥିବା ଦେଖିବାକୁ ମିଳିଛି।

ଖବର ଲେଖାଯିବା ସୁଦ୍ଧା, ୪୦୩ଟି ଆସନ ବିଶିଷ୍ଟ ଉତ୍ତରପ୍ରଦେଶ ବିଧାନସଭାରେ ୨୭୦ଟି ଆସନରୁ ୧୭୨ଟିରେ ବିଜେପି ଆଗରେ ରହିଥିବା ବେଳେ ସମାଜବାଦୀ ପାର୍ଟି ମେଣ୍ଟ ୮୭ଟିରେ ଆଗରେ ରହିଛି। କଂଗ୍ରେସ ୨ ଓ ବିଏସ୍‌ପି ୮ଟି ଆସନରେ ଆଗୁଆ ରହିଛି ।

ସେହିପରି ଉତ୍ତରାଖଣ୍ଡରେ  ୭୦ଟି ବିଧାନସଭା ଆସନ ଥିବା ବେଳେ ଖବର ଲେଖାଯିବା ସୁଦ୍ଧା ୬୪ଟିରୁ ୩୪ଟିରେ ବିଜେପି ଆଗୁଆ ରହିଛି। କଂଗ୍ରେସ ୨୮ଟିରେ ଓ ଅନ୍ୟାନ୍ୟ ଦଳ ୨ଟି ଆସନରେ ଆଗୁଆ ରହିଛନ୍ତି।

୬୦ ବିଧାନସଭା ଆସନ ବିଶିଷ୍ଟ ମଣିପୁରରେ ବିଜେପି ଆଗରେ ଚାଲିଛି । ବିଜେପି ୨୪ ଆସନରେ ଆଗରେ ଚାଲିଥିବା ବେଳେ କଂଗ୍ରେସ ୮ଟି ଆସନରେ ଆଗୁଆ ରହିଛି। କିନ୍ତୁ ଅନ୍ୟାନ୍ୟ ଦଳ ଏଠାରେ ୧୭ଟି ଆସନରେ ଆଗୁଆ ଚାଲିଛନ୍ତି।

ଗୋଆରେ ଶାସକ ବିଜେପି ଅଳ୍ପକେ ଆଗରେ ଚାଲିଛି। ଦଳ ୧୮ଟି ଆସନରେ ଆଗରେ ଚାଲିଥିବା ବେଳେ କଂଗ୍ରେସ ମେଣ୍ଟ ୧୫, ଟିଏମ୍‌ସି ମେଣ୍ଟ ୪ ଓ ଅନ୍ୟାନ୍ୟ ୨ଟି ଆସନରେ  ଆସନରେ ଆଗରେ ଚାଲିଛନ୍ତି।

ପଞ୍ଜାବରେ ଆପ୍‌ ୫୯ଟି ଆସନରେ ଆଗରେ ରହିଥିବା ବେଳେ କଂଗ୍ରେସ ୩୩, ଅକାଳୀ ମେଣ୍ଟ ୧୩ ଓ ବିଜେପି ମେଣ୍ଟ ୫ଟି ଆସନରେ ଆଗରେ ରହିଛି।

The post ପ୍ରାରମ୍ଭିକ ଟ୍ରେଣ୍ଡ; ୪ଟି ରାଜ୍ୟରେ ବିଜେପି ଆଗୁଆ appeared first on Odisha Reporter.



from Odisha Reporter https://ift.tt/kQI9Oea

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages