ଘରେ ଶୋଇଥିଲେ ପରିବାରର ୭ ସଦସ୍ୟ, ବାହାରୁ ତାଲା ପକାଇ ନିଆଁ ଲଗାଇଲେ ଦୁର୍ବୃତ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 14, 2022

ଘରେ ଶୋଇଥିଲେ ପରିବାରର ୭ ସଦସ୍ୟ, ବାହାରୁ ତାଲା ପକାଇ ନିଆଁ ଲଗାଇଲେ ଦୁର୍ବୃତ୍ତ

ଭଦ୍ରକ(ପାର୍ଥ ସାରଥୀ ନାୟକ): ଜମିବାଡ଼ି ବିବାଦକୁ ନେଇ ଲାଗି ରହିଥିବା ଦୀର୍ଘ ଦିନର ବିବାଦ ଶେଷରେ ଭୟଙ୍କର ରୂପ ନେଲା। ପରିବାରର ସମସ୍ତ ସଦସ୍ୟ ଗଭୀର ନିଦରେ ଶୋଇଥିବା ବେଳେ ବାହରପଟୁ ତାଲା ଦେଇ ଘରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ। ସୌଭାଗ୍ୟବଶଃତ ଘରର ଝରକା ଭାଙ୍ଗି ସମସ୍ତ ସଦସ୍ୟ ରକ୍ଷା ପାଇଯାଇଥିବା ବେଳେ ଲକ୍ଷାଧୀକ ଟଙ୍କାର ଆସବାବପତ୍ର, ସୁନା ରୁପା ପୋଡ଼ି ପାଉଁଶ ହୋଇଯାଇଛି। ଏପରି ଅଭାବନୀୟ ଘଟଣା ଗତକାଲି ବିଳମ୍ବିତ ରାତିରେ ଭଦ୍ରକ ଟାଉନ୍ ଥାନା ଅଧୀନ ଗବସାହିରେ ଘଟିଛି। ଏହି ଘଟଣାକୁ ନେଇ ଗାଁରେ ପ୍ରବଳ ଉତ୍ତେଜନା ଦେଖାଦେଇଥିବା ବେଳେ ଖବର ପାଇ ପହଞ୍ଚିଛି ପୁଲିସ୍‌।

ସୂଚନା ଅନୁଯାୟୀ,  ଗବସାହି ଅଞ୍ଚଳର ସୁଦର୍ଶନ ଦାସଙ୍କ ସମେତ ତାଙ୍କ ପରିବାରର ୭  ସଦସ୍ୟ ଗତରାତିରେ ଘରେ ଶୋଇଥିଲେ । ହଠାତ୍‌ ରାତିରେ ନିଦ ଭାଙ୍ଗିବାରୁ  ଘର ହୁତୁହୁତୁ ହୋଇ ଜଳୁଥିବା ଦେଖିବାକୁ ପାଇଲେ। ନିଆଁ ଦାଉରୁ ରକ୍ଷା ପାଇବା ପାଇଁ କବାଟ ଖୋଲିବାକୁ ଚେଷ୍ଟା କଲା ବେଳକୁ ତାହା ବାହାରୁ ବନ୍ଦ ଥିବା ଜାଣିବାକୁ ପାଇଲେ। ଏହାପରେ ଜୀବନ ବିକଳରେ ଝରକା ତାଡ଼ି ଘରର ସମସ୍ତ  ସଦସ୍ୟ ବାହାରକୁ ଆସିଥିଲେ।   କିନ୍ତୁ ଅଗ୍ନିକାଣ୍ଡରେ ଘରେ ଗଚ୍ଛିତ ଥିବା ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଓ ଆସବାବପତ୍ର ଜଳି ପୋଡି ଛାରଖାର ହୋଇଯାଇଛି।

ପୂର୍ବ ଶତ୍ରୁତାରୁ ଏଭଳି ଘଟଣା ଘଟିଥିବା ଅଭିଯୋଗ କରିଛନ୍ତି ସୁଦର୍ଶନଙ୍କ ପରିବାର ଲୋକ। ଏହା ପଛରେ ଗାଁର ବାବାଜୀ ଦାସ ତଥା ତାଙ୍କ ପରିବାର ଓ ସହଯୋଗୀଙ୍କ ହାତ ଥିବା ସେମାନେ ସିଧାସଳଖ ଅଭିଯୋଗ କରିଛନ୍ତି।   ଏନେଇ ଭଦ୍ରକ ସହରାଞ୍ଚଳ ଥାନାରେ ଅଭିଯୋଗ ହେବା ପରେ ପୁଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଏନେଇ ସୁଦର୍ଶନଙ୍କ ପତ୍ନୀ ବିଣାପାଣି ଦାସ କହିଛନ୍ତି, ରାତି ପ୍ରାୟ ୩ଟାରେ ମୋ ସ୍ୱାମୀ ବାହାରକୁ ଉଠିଥିବା ବେଳେ ଘରେ ଧୁଆଁ ଭର୍ତ୍ତି ହୋଇଥିବା ଦେଖିବାକୁ ପାଇଥିଲେ। ଏହାପରେ ସମସ୍ତେ ଉଠଇ ବାହାରକୁ ଯିବାକୁ ଚେଷ୍ଟା କରିବାରୁ ବାହାରୁ କବାଟ ବନ୍ଦ ଥିବା ଦେଖିବାକୁ ପାଇଲୁ । କୌଣସି ଉପାୟ ନ ପାଇ ଝରକା ଭାଙ୍ଗି ଜୀବନ ବଞ୍ଚାଇଛୁ । କିନ୍ତୁ ଅଗ୍ନିକାଣ୍ଡ ଯୋଗୁ ମୋ ଘର ପୋଡ଼ି ପାଉଁଶ ହୋଇଯାଇଛି।  ମୋ ଝିଅ ବାହାଘର ପାଇଁ ଜିନିଷପତ୍ର କରିଥିଲି । ଟଙ୍କା ଯୋଗାଡ଼ କରିଥିଲି। ସବୁ ପୋଡ଼ି ନଷ୍ଟ ହୋଇଗଲା।

ଏହି ଘଟଣା ପଛରେ ଗାଁର ବାବାଜୀ ଦାସଙ୍କ ପରିବାରର ହାତ ଥିବା କହିଛନ୍ତି ବିଣାପାଣି । ଜମିବାଡ଼ି ବିବାଦକୁ ନେଇ ସେମାନେ ଏପରି କରିଥିବା କହିଛନ୍ତି।   ତମକୁ ନିଆଁ ଲଗାଇବୁ ବୋଲି ଆଗରୁ ଧମକ ଦେଇଥିଲେ। ଗତକାଲି ଗୁଣ୍ଡା ଆଣି ଆମକୁ ଧମକାଇଥିଲା। ବାବାଜୀ ଦାସ ଚକବନ୍ଦୀରେ ଚାକିରି କରିଥିବା ବେଳେ ଆମ ଜମିବାଡ଼ି ହଡଡ଼ କରିଛି। ପୁଲିସ୍‌ ନିକଟରେ ଆଗରୁ ଅଭିଯୋଗ କରିଥିଲେ ବି କୌଣସି ପଦକ୍ଷେପ ଗ୍ରହଣ କରି ନ ଥିଲା। ପୂର୍ବରୁ ପୁଲିସ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ଏପରି ହୋଇ ନ ଥାନ୍ତା ବୋଲି କହିଛନ୍ତି ବିଣାପାଣୀ।

The post ଘରେ ଶୋଇଥିଲେ ପରିବାରର ୭ ସଦସ୍ୟ, ବାହାରୁ ତାଲା ପକାଇ ନିଆଁ ଲଗାଇଲେ ଦୁର୍ବୃତ୍ତ appeared first on Odisha Reporter.



from Odisha Reporter https://ift.tt/tJBhGo6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages