ମେଟ୍ରୋ ଷ୍ଟେସନରେ ଗୁଳିମାଡ଼ ଘଟଣାରେ ୬୨ ବର୍ଷୀୟ ବୃଦ୍ଧ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 13, 2022

ମେଟ୍ରୋ ଷ୍ଟେସନରେ ଗୁଳିମାଡ଼ ଘଟଣାରେ ୬୨ ବର୍ଷୀୟ ବୃଦ୍ଧ ଗିରଫ

ନ୍ୟୁୟର୍କ: ଆମେରିକାର ବ୍ରୁସଲିନ ସ୍ଥିତି ମେଟ୍ରୋ ଷ୍ଟେସନରେ ଗୁଳିମାଡ଼ କରି ଆତଙ୍କ ସୃଷ୍ଟି କରିଥିବା ୬୨ ବର୍ଷୀୟ କୃଷ୍ଣକାୟ ବୃଦ୍ଧକୁ ଗିରଫ କରିଛି ପୁଲିସ୍‌। ମଙ୍ଗଳବାରର ଘଟଣା ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ବଡ଼ଧରଣର ସର୍ଚ୍ଚ ଅପରେସନ କରାଯାଇଥିଲା। ଶେଷରେ ସେମାନେ ଅଭିଯୁକ୍ତ ଫ୍ରାଙ୍କ ଜେମ୍ସକୁ ଧରିବାକୁ ସକ୍ଷମ ହୋଇଛନ୍ତି। ଜେମ୍ସ ଘଟଣା ଦିନ ବ୍ରୁକଲିନ ମେଟ୍ରୋ ଷ୍ଟେସନରେ ପ୍ରଥମେ ଧୂଆଁ ସୃଷ୍ଟି କରୁଥିବା ଗ୍ରେନେଡ ମାଡ଼ କରିବା ପରେ ଲୋକଙ୍କ ଉପରକୁ ୩୩ଟି ଗୁଳି ଚଳାଇଥିଲା। ଏହା ମଧ୍ୟରୁ ୧୦ଟି ଗୁଳି ଲୋକଙ୍କ ଦେହରେ ମାଡ଼ ହୋଇଥିଲା। ସେହିପରି ଠେଲାପେଲା ଯୋଗୁ ଆଉ ୧୩ ଜଣ ଆହତ ହୋଇଥିଲେ। ଗୁଳିମାଡ଼ର ଶିକାର ହୋଇଥିବା ୧୦ ଜଣଙ୍କ ମଧ୍ୟରୁ ଏବେ ବି ୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ଘଟଣାର ଅଭିଯୁକ୍ତ ଜେମ୍ସକୁ ଗିରଫ କରାଯାଇଥିବା ନ୍ୟୁୟର୍କର ମେୟର ଏରିକ ଆଡାମ୍ସ ସୂଚନା ଦେଇଛନ୍ତି। ସେ କହିଛନ୍ତି, “ପ୍ରିୟର ନ୍ୟୁୟର୍କବାସୀ ଆମେ ତା’କୁ(ଅଭିଯୁକ୍ତ) ଧରିନେଇଛୁ। ଜେମ୍ସକୁ ମାନହାଟ୍ଟନ ଷ୍ଟ୍ରିଟରେ ଦୁଇ ଜଣ ପୁଲିସ୍‌ ଅଫିସ ଦେଖିଥିଲେ। ଏହାପରେ ତା’କୁ ଗିରଫ କରାଯାଇଛି। ଗିରଫ ବେଳେ କୌଣସି ପ୍ରକାରର ଅଘଟଣ ଘଟିନାହିଁ। ବେଶ ସତର୍କତାର ସହ ପୁଲିସ୍‌ ତା’କୁ କାବୁ କରିଛି। ମଙ୍ଗଳବାର ଗୁଳିମାଡ଼ ଘଟଣାରେ ସେ ସାମିଲ ଥିଲା।”

ସୋଶାଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଜେମ୍ସକୁ ହାତକଡ଼ି ପିନ୍ଧା ଯାଇ ପୁଲିସ୍‌ କାର୍‌ରେ ବସାଉଥିବା ଦେଖିବାକୁ ମିଳିଛି।

ମଙ୍ଗଳବାର ସ୍ଥାନୀୟ ସମୟ ସକାଳ ୮.୩୦ରେ ମେଟ୍ରୋ ଷ୍ଟେସନରେ ଆତଙ୍କ ଦେଖିବାକୁ ମିଳିଥିଲା। ଗୁଳିମାଡ଼ ଓ ଧୂଆଁମୟ ପରିବେଶ ମଧ୍ୟରେ ଲୋକମାନେ ଏଣେତେଣେ ଦୌଡ଼ୁଥିବାର ଭିଡିଓ ସାମ୍ନାକୁ ଆସିଥିଲା। ଏହି ଭିଡିଓରେ କିଛି ଲୋକ ରକ୍ତାକ୍ତ ଅବସ୍ଥାରେ ଷ୍ଟେସନ ଭିତରେ ପଡ଼ି ରହିଥିବା ଦୃଶ୍ୟ ରହିଥିଲା।

ପ୍ରାଥମିକ ଅବସ୍ଥାରେ ଗୁଳିମାଡ଼ ଯୋଗୁ ୫ ଜଣଙ୍କ ମୃତ୍ୟୁ ଘଟିଥିବା କୁହାଯାଇଥିଲା। ହେଲେ ପରବର୍ତ୍ତୀ ଅବସ୍ଥାରେ କେବଳ ୧୦ ଜଣ ଗୁଳିମାଡ଼ରେ ଆହତ ହୋଇଥିବା କୁହାଯାଇଛି।

ଆକ୍ରମଣ ବେଳେ ଜେମ୍ସ ଗ୍ୟାସ ମାସ୍କ ବ୍ୟତୀତ କମଳା ରଙ୍ଗର ଜ୍ୟାକେଟ ଓ ଗ୍ରେ ରଙ୍ଗର ଟି-ଶାର୍ଟ ପିନ୍ଧିଥିଲା। ପ୍ରଥମେ ସେ ଷ୍ଟେସନରେ ୨ଟି ଗ୍ୟାସ ବୋମା ପକାଇ ଥିଲା। ଫଳରେ ପୂରା ଷ୍ଟେସନ ଧୂଆଁମୟ ହୋଇଯାଇଥିଲା। ଏହାପରେ ୩୬ତମ ଷ୍ଟ୍ରିଟ ଷ୍ଟେସନକୁ ଟ୍ରେନ ଆସୁଥିବା ବେଳେ ସେ ଉପସ୍ଥିତ ଥିବା ଲୋକଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କରିଥିଲା।

ତଦନ୍ତ ବେଳେ ଘଟଣାସ୍ଥଳରୁ ଗ୍ଲୋକ ହ୍ୟାଣ୍ଡ ଗନ୍‌, ୩ଟି ମ୍ୟାଗାଜିନ, ବିସ୍ଫୋରଣ ହୋଇସାରିଥିବା ୨ଟି ସ୍ମୋକ ଗ୍ରେନେଡ, ବିସ୍ଫୋରଣ ହୋଇ ନଥିବା ଦୁଇଟି ସ୍ମୋକ ଗ୍ରେନେଡ ଓ ଗୋଟିଏ ହାତୁଡ଼ି ତଦନ୍ତକାରୀ ଟିମ୍‌ ଠାବ କରିଛି।

The post ମେଟ୍ରୋ ଷ୍ଟେସନରେ ଗୁଳିମାଡ଼ ଘଟଣାରେ ୬୨ ବର୍ଷୀୟ ବୃଦ୍ଧ ଗିରଫ appeared first on Odisha Reporter.



from Odisha Reporter https://ift.tt/Fdqml4s

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages