ଓଟିଭିକୁ ପୂରିଲା ୨୫ ବର୍ଷ: ଓଡିଶା ଗଣମାଧ୍ୟମ ଇତିହାସରେ ଆଣିଛି ବୈପ୍ଳବିକ ପରିବର୍ତ୍ତନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 17, 2022

ଓଟିଭିକୁ ପୂରିଲା ୨୫ ବର୍ଷ: ଓଡିଶା ଗଣମାଧ୍ୟମ ଇତିହାସରେ ଆଣିଛି ବୈପ୍ଳବିକ ପରିବର୍ତ୍ତନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏପ୍ରିଲ ୧୮ , ୧୯୯୭ ଆଜିର ଦିନରେ ଓଡିଶା ମାଟିରେ ଆରମ୍ଭ ହୋଇଥିଲା ଖବର ପ୍ରସାରଣର ଏକ ନୂତନ ଅଧ୍ୟାୟ । ଜନ୍ମ ନେଇଥିଲା ଓଡିଶା ଟେଲିଭିଜନ ବା  ଓଟିଭି । ସାରା ଓଡିଶାବାସୀ ଓଟିଭି ଉପରେ ରଖିଥିବା ବିଶ୍ୱାସ, ଭରସା ଓ କାନ୍ଧକୁ ଦେଇଥିବା ଦାୟିତ୍ୱକୁ ପୂରିଛି ୨୫ ବର୍ଷ । ସ୍ୱଚ୍ଛ, ନିରପେକ୍ଷ, ନିଚ୍ଛକ ଏବଂ ଉଚ୍ଚ ମାନର ସମ୍ବାଦ ପରିବେଷଣ ପ୍ରୟାସକୁ ଆଜି ପୂରିଛି ୨୫ ବର୍ଷ ।

ବିଜୁ ବାବୁଙ୍କ ମହାଯାତ୍ରାରୁ ଆରମ୍ଭ ହୋଇଥିଲା ଓଟିଭିର ପ୍ରସାରଣ । ଏହାମଧ୍ୟରେ ସମୟ ସହ ତାଳ ଦେଇ କେବୁଲରୁ ସାଟେଲାଇଟ ଏବଂ ସାଟେଲାଇଟରୁ ଡିଜିଟାଲ୍ ଯୁଗରେ ପାଦ ଥାପି ସାରିଛି ଓଟିଭି ।  ଯାହା ସଠିକ, ଓଡିଶାର ସ୍ୱାର୍ଥ ପାଇଁ ଯେଉଁଟା ଠିକ୍ ସେସବୁ ଦେଖାଇ ଚାଲିଛି । ଧିରେ ଧିରେ ଓଡିଶା ଗଣମାଧ୍ୟମ ଇତିହାସରେ ବୈପ୍ଳବିକ ପରିବର୍ତ୍ତନ ଆଣିପାରିଛି ଓଟିଭି । ଓଡିଶାବାସୀଙ୍କ ସୁଖରେ, ଦୁଃଖରେ ସାଥୀ ହୋଇଛି, ପ୍ରତିଟି ବିପତ୍ତିରେ ସହଭାଗୀ ହୋଇଛି ।

ପ୍ରତିଟି ଅଭାବୀ ମଣିଷଙ୍କ ଅଭାବ-ଅସୁବିଧାର ସ୍ୱର ହୋଇଛି  ଓଟିଭି। ବହୁ ଘାତ, ପ୍ରତିଘାତ ଭିତରେ ଆଗକୁ ବଢିଛି । ଓଡିଶାବାସୀଙ୍କ ଅଜସ୍ର ଶ୍ରଦ୍ଧା, ଭଲପାଇବାକୁ ପାଥେୟ କରି ପ୍ରତିଟି ଆହ୍ୱାନକୁ ସାମ୍ନା କରି ସମୟ ସହ ତାଳରେ ତାଳ ମିଳାଇ ଆଗକୁ ବଢି ଚାଲିଛି ଓଟିଭି । ଏହା ଭିତରେ ଓଟିଭିକୁ ବିତିଛି ୨୫ ବର୍ଷ ।

The post ଓଟିଭିକୁ ପୂରିଲା ୨୫ ବର୍ଷ: ଓଡିଶା ଗଣମାଧ୍ୟମ ଇତିହାସରେ ଆଣିଛି ବୈପ୍ଳବିକ ପରିବର୍ତ୍ତନ appeared first on Odisha Reporter.



from Odisha Reporter https://ift.tt/QjSXuaJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages