ଗୋରୁ ବେପାରୀଙ୍କ ଉପରେ ଓଲଟି ପଡ଼ିଲା ଟ୍ରକ୍, ୩ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 17, 2022

ଗୋରୁ ବେପାରୀଙ୍କ ଉପରେ ଓଲଟି ପଡ଼ିଲା ଟ୍ରକ୍, ୩ ମୃତ

ରାଇରଙ୍ଗପୁର(ରାଜେଶ ଶର୍ମା): ମୟୂରଭଞ୍ଜ ଜିଲ୍ଲା ବିଶୋୟୀ ଥାନା ଅନ୍ତର୍ଗତ ନୂଆଗାଁ ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତାକଡ଼ରେ ଛିଡ଼ା ହୋଇଥିବା ୪ଜଣ ଗୋରୁ ବେପାରୀଙ୍କ ଉପରେ ଏକ କେମିକାଲ ବୋଝେଇ ଟ୍ରକ୍‌ଟି ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ  ୩ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଆହତ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ମୃତକମାନେ ହେଲେ ଝାରପୋଖରିଆର ଥାନା ଅନ୍ତର୍ଗତ ପଳାଶ ବଣି ଗାଁର ଶୁକ୍ରା ମହାଲି, ବାଙ୍ଗିରିପୋଷୀ ଥାନା ଅନ୍ତର୍ଗତ କଦମ୍ବଡିହା ଗାଁର ଶାଲ ଖାନ୍‌ ହାଂସଦା, ବେଡ଼ାକୁଦର ଗାଁର ଡୁକୁନ ମହାନ୍ତ। ଆହତ ବ୍ୟକ୍ତିଙ୍କ ପରିଚୟ ମିଳିନାହିଁ।

ଗତକାଲି ବିଳମ୍ବିତ ରାତିରେ ୪ ଜଣ ଗୋରୁ ବେପାରୀ ନୂଆଗାଁ ଛକ ନିକଟରେ ରାସ୍ତାକଡ଼ରେ ଠିଆ ହୋଇ କଥା ହେଉଥିଲେ। ଏହି ସମୟରେ ଦ୍ରୁତ ଗତିରେ ଏକ କେମିକାଲ ବୋଝେଇ ଟ୍ରକ୍‌ଟି ଆସି ଏହି ୪ଗୋରୁ ବେପାରୀଙ୍କ ଉପରେ ଓଲଟି ପଡ଼ିଥିଲା। ୪ଜଣ ଗୋରୁ ବେପାରୀ ଟ୍ରକ୍ ତଳେ ଚାପି ହୋଇ ଯାଇଥିଲେ। ପୁଲିସ୍‌ ପହଞ୍ଚି କ୍ରେନ ସାହାଯ୍ୟରେ ସମସ୍ତଙ୍କୁ ଉଦ୍ଧାର କରିଥିଲା।

ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ପ୍ରଥମେ ମାହାନ୍ଦ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାରିପଦା ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ପରେ ଟ୍ରକ୍‌ ଡ୍ରାଇଭର ଓ ହେଲପର୍ ଗାଡ଼ି ଛାଡ଼ି ଫେରାର ହୋଇଯାଇଛନ୍ତି।

The post ଗୋରୁ ବେପାରୀଙ୍କ ଉପରେ ଓଲଟି ପଡ଼ିଲା ଟ୍ରକ୍, ୩ ମୃତ appeared first on Odisha Reporter.



from Odisha Reporter https://ift.tt/Wcmu1ja

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages