ନୂଆଦିଲ୍ଲୀ: ଆଖି ବୁଜିଲେ ଯୁବ ଟେବୁଲ ଟେନିସ୍ ଖେଳାଳି ବିଶ୍ୱା ଦିନଦୟାଲନ୍। ରବିବାର ଏକ ସଡକ ଦୁର୍ଘଟଣାରେ ତାଙ୍କ ଦେହାନ୍ତ ହୋଇଛି। ସେ ୮୩ତମ ସିନିୟର ନ୍ୟାସନାଲ ଏବଂ ଇଣ୍ଟର-ଷ୍ଟେଟ ଟେବୁଲ ଟେନିସ ଚାମ୍ପିୟନସିପରେ ଭାଗ ନେବା ପାଇଁ ଗୁଆହାଟିରୁ ଶିଲଙ୍ଗ ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି।
୧୮ ବର୍ଷ ବୟସ୍କା ବିଶ୍ୱାଙ୍କ ସହ ଟ୍ୟାକ୍ସିରେ ଯାଉଥିବା ଅନ୍ୟ ତିନିଜଣ ରମେଶ ସାନ୍ତୋଷ କୁମାର, ଅବିନାଶ ପ୍ରସନ୍ନଜୀ ଶ୍ରୀନିବାସନ୍ ଏବଂ କିଶୋର କୁମାର ଗୁରୁତର ଆହତ ହୋଇଛନ୍ତି। ଡାକ୍ତରଙ୍କ କହିବାନୁସାରେ, ଏହି ତିନିଜଣଙ୍କ ଅବସ୍ଥା ସ୍ଥିର ଅଛି ଏବଂ ସେମାନେ ବିପଦ ମୁକ୍ତ ଅଛନ୍ତି।
ଟେବୁଲ ଟେନିସ ଫେଡେରେସନ୍ ଅଫ୍ ଇଣ୍ଡିଆ (TTFI) ଏହି ଦୁର୍ଘଟଣା ନେଇ ସ୍ପଷ୍ଟ କରିଛି। TTFI ପକ୍ଷରୁ ଏକ ବୟାନ ଜାରି କୁହାଯାଇଛି, “ବିପରୀତ ଦିଗରୁ ଆସୁଥିବା ଏକ ୧୨ ଚକିଆ ଟ୍ରଲର ଉମଲି ଚେକ୍ ପୋଷ୍ଟ ନିକଟରେ ରୋଡ୍ ଡିଭାଇଡର୍ ପିଟି ଖେଳାଳିମାନେ ବସିଥିବା ଟ୍ୟାକ୍ସି ସହ ଧକ୍କା ହୋଇଥିଲା। ଏହାପରେ ଟ୍ରକ୍ଟି ଘାଟି ତଳକୁ ଖସିପଡିଥିଲା। ଟ୍ରଲର ମାଡରେ ଟ୍ୟାକ୍ସି ଡ୍ରାଇଭରଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ବେଳେ ଟେବୁଲ ଟେନିସ୍ ଖେଳାଳି ବିଶ୍ୱାଙ୍କୁ ଗୁରୁତର ଅବସ୍ଥାରେ ଉତ୍ତର ପୂର୍ବାଞ୍ଚଳ ଇନ୍ଦିରା ଗାନ୍ଧୀ ଆଞ୍ଚଳିକ ସ୍ୱାସ୍ଥ୍ୟ ଏବଂ ମେଡିକାଲ ସାଇନ୍ସରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କ ମୃତ ଘୋଷଣା କରିଥିଲେ।
କେନ୍ଦ୍ର ଆଇନ ମନ୍ତ୍ରୀ କିରନ ରିଜିଜୁ ବିଶ୍ୱାଙ୍କ ମୃତ୍ୟୁକୁ ନେଇ ସମବେଦନା ଜଣାଇଛନ୍ତି। ରିଜିଜୁ ଟୁଇଟ୍ କରି କହିଛନ୍ତି, ‘ତାମିଲନାଡୁର ଜଣେ ଯୁବ ଟେବୁଲ୍ ଟେନିସ୍ ଖେଳାଳି ଦିନଦୟାଲନ୍ ବିଶ୍ୱାଙ୍କର ମେଘାଳୟର ରି-ଭୋଇରେ ଏକ ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ଖବର ଅତ୍ୟନ୍ତ ଦୁଃଖଦାୟକ। ସେ ୮୩ତମ ସିନିୟର ନ୍ୟାସନାଲ ଟେବୁଲ୍ ଟେନିସ୍ ଚାମ୍ପିଅନସିପ୍ରେ ଭାଗ ନେବାକୁ ଶିଲଙ୍ଗକୁ ଯାଉଥିଲେ। ତାଙ୍କ ପରିବାର ପ୍ରତି ମୋର ଗଭୀର ସମବେଦନା।’
Very sad to learn that young Table Tennis player from Tamil Nadu, Deenadayalan Vishwa died in an accident at Ri-Bhoi in Meghalaya while on his way to Shillong to participate in the 83rd Senior National Table Tennis Championship. My deepest condolences to his family. RIP pic.twitter.com/eaUweRzdiC
— Kiren Rijiju (@KirenRijiju) April 17, 2022
The post ଟୁର୍ଣ୍ଣାମେଣ୍ଟ ଖେଳିବା ପୂର୍ବରୁ ଆଖି ବୁଜିଲେ ଟେବୁଲ ଟେନିସ୍ ଖେଳାଳି appeared first on Odisha Reporter.
from Odisha Reporter https://ift.tt/mcL1I6x
No comments:
Post a Comment