ନୂଆଦିଲ୍ଲୀ: ଭାରତ ଆସୁଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(WHO) ମୁଖ୍ୟ ଡ. ଟେଡ୍ରସ ଗେବ୍ରେୟେସସ୍। ସେ ଆଜି ଠାରୁ ତିନି ଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ସେ ଭାରତରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟି ତାଙ୍କ ସହ ଗୁଜରାଟ ଯିବା କାର୍ଯ୍ୟକ୍ରମ ରହିଛି। ସେଠାରେ ସେ ଏକ ଗ୍ଲୋବାଲ୍ ସେଣ୍ଟର ଫର୍ ଟ୍ରଡିସନାଲ ମେଡିସିନ(ଜିସିଟିଏମ) ପ୍ରକଳ୍ପର ଶିଳାନ୍ୟାସ କରିବେ।
ଆଜିଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ଦିନିଆ ଗୁଜରାଟ ଗସ୍ତରେ ଯାଇ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ। ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦି ଗାନ୍ଧୀନଗର, ବନାସ୍କାଣ୍ଠା, ଜାମନଗର ଏବଂ ଦାହୋଦରେ ବିଭିନ୍ନ କାର୍ୟ୍ୟକ୍ରମରେ ଯୋଗ ଦେବେ। ରବିବାର ଦିନ ପୋଷ୍ଟ କରିଥିବା ଟୁଇଟ୍ରେ ପ୍ରଧାନମନ୍ତ୍ରୀ କହିଛନ୍ତି, ‘ବିଭିନ୍ନ କ୍ଷେତ୍ରର ଏହି ପ୍ରକଳ୍ପ ସବୁ ଜନସାଧାରଣଙ୍କ ଜୀବନଯାପନ ଧାରାକୁ ସହଜ କରିବାରେ ସହାୟକ ହେବ।’
ଏହି ୩ଦିନିଆ ଗସ୍ତ ସମୟରେ ତାଙ୍କ ସହିତ ଯୋଗ ଦେବାକୁ ଥିବା ‘ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ’ର ମୁଖ୍ୟ ଡାକ୍ତର ଟେଡ୍ରସ୍ ଗେବ୍ରେୟେସସ୍ ମଧ୍ୟ ଅଳ୍ପ କେତୋଟି କାର୍ୟ୍ୟକ୍ରମରେ ଉପସ୍ଥିତ ରହିବେ। ଆଜି ଗେବ୍ରେୟେସସ୍ ରାଜକୋଟରେ ପହଞ୍ଚି ସେଠାରେ ରାତି ରହିବେ। ଆସନ୍ତାକାଲି ସେ ଜାମନଗର ଠାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ମିଶି ‘ହୁ ଗ୍ଲୋବାଲ୍ ସେଣ୍ଟର୍ ଫର୍ ଟ୍ରାଡିସ୍ନାଲ୍ ମେଡିସିନ୍’ର (ଜିସିଟିଏମ୍) ଶିଳାନ୍ୟାସ କରିବେ। ସେହିପରି ଆଜି ମୋରିସସ୍ର ପ୍ରଧାନମନ୍ତ୍ରୀ ପ୍ରବିନ୍ଦ କୁମାର ଜଗନ୍ନାଥ ମଧ୍ୟ ରାଜକୋଟରେ ପହଞ୍ଚିବେ।
ସୂଚନା ଯୋଗ୍ୟ ଯେ, ଆଗକୁ ଗୁଜରାଟରେ ବିଧାନସଭା ନିର୍ବାଚନ ହେବ। ତେବେ ଏହାପୂର୍ବରୁ ଗୁଜରାଟକୁ ଏହା ହେଉଛି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱିତୀୟ ଗସ୍ତ। ପୂର୍ବରୁ ହୋଇଥିବା ୫ଟି ରାଜ୍ୟ ବିଧାନସଭା ନିର୍ବାଚନରେ ‘ବିଜେପି’ ୪ଟିରେ ବିଜୟ ହାସଲ କରିଛି। ଏଥିର ମଧ୍ୟ ଗୁଜରାଟରେ ନିଜ ବିଜୟ ବାନା ଉଡାଇବା ପାଇଁ ବିଜେପି ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛି।
The post ତିନି ଦିନିଆ ଭାରତ ଗସ୍ତରେ WHO ମୁଖ୍ୟ, ମୋଦିଙ୍କ ସହ ଗୁଜରାଟ ଯିବେ appeared first on Odisha Reporter.
from Odisha Reporter https://ift.tt/zTDBuC8
No comments:
Post a Comment