କଣ୍ଟାବାଞ୍ଜି(ଓଡ଼ିଶା ରିପୋର୍ଟର): ଦିନ ଦ୍ୱିପ୍ରହରରେ ଲୁଟ୍। ସ୍କୁଟି ଡିକି ତାଡ଼ି ଲୁଟି ନେଲେ ପ୍ରାୟ ଅଢ଼େଇ ଲକ୍ଷ ଟଙ୍କା । ଏପରି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଅଞ୍ଚଳରେ।
ଗତକାଲି ବଙ୍ଗେମୁଣ୍ଡା ଥାନା ଭାଲୁମୁଣ୍ଡା ଗାଁର ରୋଶନ ମେହେର କଣ୍ଟାବାଞ୍ଜି ଷ୍ଟେଟ ବ୍ୟାଙ୍କରୁ ୨ ଲକ୍ଷ ୪୦ ହଜାର ଟଙ୍କା ଉଠାଇ ନିଜ ଗାଁକୁ ଫେରୁଥିଲେ। ବଙ୍ଗୋମୁଣ୍ଡାରେ ପହଞ୍ଚିବା ପରେ ଗୋଲେଇ ଛକ ଠାରେ ସ୍କୁଟି ରଖି ଏକ ମେଡ଼ିସିନ ଦୋକାନକୁ ଔଷଧ କିଣିବା ପାଇଁ ଯାଇଥିଲେ। ଏହିସମୟରେ ଦୁଇ ଜଣ ଲୁଟେରା ବାଇକରେ ଆସିଥିଲେ।
ଜଣେ ଲୁଟେରା ବାଇକ ଷ୍ଟାର୍ଟରେ ରଖିଥିବା ବେଳେ ଅନ୍ୟ ଜଣେ ସ୍କୁଟି ତାଡ଼ି ଟଙ୍କା ବାହାର କରିଥିଲା। ପରେ ଉଭୟେ ଟଙ୍କା ନେଇ ସେଠାରୁ ଚମ୍ପଟ ମାରିଥିଲେ। ମେଡିସିନ ଦୋକାନରେ ଲାଗିଥିବା ସିଟିସିଭିରେ ଚୋରି ବେଳର ଦୃଶ୍ୟ କଏଦ ହୋଇଛି। ଏନେଇ ରୋଶନ ମେହେର ବଙ୍ଗୋମୁଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ବଙ୍ଗୋମୁଣ୍ଡା ପୁଲିସ ଘଟଣାର ତଦନ୍ତ କରୁଛି।
The post ସ୍କୁଟି ଡିକି ତାଡ଼ି ଲୁଟି ନେଲେ ଅଢ଼େଇ ଲକ୍ଷ ଟଙ୍କା appeared first on Odisha Reporter.
from Odisha Reporter https://ift.tt/Ab4IHgS
No comments:
Post a Comment