ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ମାମୁ ସାଜିଲା ପିଶାଚ । ନାବାଳିକା ଭାଣିଜୀ ଶୋଇଥିବା ଅବସ୍ଥାରେ ଦେହରେ ଲଗାଇ ଦେଲା ନିଆଁ। ନାବାଳିକାଜଣକ ଏବେ ମୃତ୍ୟୁ ସହ ସଂଘର୍ଷ କରୁଥିବା ବେଳେ ପିଶାଚ ମାମୁ ସୀତାରାମ ଦିଗାଲକୁ କାବୁ କରି ପଚରାଉଚରା କରୁଛି ପୁଲିସ୍। ଏପରି ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲା ବୈଦ୍ୟନାଥପୁର ଥାନା ବିଦ୍ୟାନଗରରେ ଘଟିଛି।
ସୋମବାର ସୀତାରାମ ମଦ ପିଇ ବିଦ୍ୟାନଗରସ୍ଥିତ ନିଜ ଘରେ ପାଟିତୁଣ୍ଡ କରିଥିଲା। ପରେ ସେ ନିଜ ଭଉଣୀ ଘରକୁ ଯାଇଥିଲା। ଘର ବାହାରେ ଭଉଣୀ ଥିବା ବେଳେ ଭାଣିଜୀ ଘରେ ଶୋଇଥିଲା। ଏହି ସମୟରେ ସୀତାରାମ୍ କିରୋସିନ୍ ଆଣି ତା’ ଉପରେ ପକାଇ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି ।
୧୩ ବର୍ଷୀୟ ଭାଣିଜୀକୁ ଗୁରୁତର ଅବସ୍ଥାରେ ପ୍ରଥମେ ଏମକେସିଜି ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ଭାଣିଜୀ ଶରୀରର ପ୍ରାୟ ୭୦ ଭାଗ ପୋଡିଯାଇଛି । ଅବସ୍ଥା ବିଗିଡ଼ିବାରୁ ତାକୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି।
ସୂଚନାଯୋଗ୍ୟ, ଅଭିଯୁକ୍ତ ମାମୁଁ ସୀମାରାମ ଦିଗାଲ ନିଜ ସ୍ତ୍ରୀ ହତ୍ୟା ଅଭିଯୋଗରେ ଜେଲ୍ରେ ଥିଲା । କିଛି ଦିନ ହେବ ସେ ଅନ୍ତରୀଣ ବେଲ୍ରେ ଫେରିଛି । ତେବେ କ’ଣ ପାଇଁ ସେ ଏପରି କାଣ୍ଡ ଘଟାଇଲେ, ନିଜ ଭାଣିଜୀ ଦେହରେ ନିଆଁ ଲଗାଇଲେ ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିପାରିନି।
The post ପିଶାଚ ମାମୁର ଅଭାବନୀୟ କାଣ୍ଡ; ଭାଣିଜୀ ଦେହରେ ଲଗାଇ ଦେଲା ନିଆଁ appeared first on Odisha Reporter.
from Odisha Reporter https://ift.tt/gzI8Ap4
No comments:
Post a Comment