ପୋଖରୀ ଖୋଳାକୁ ନେଇ ଗୁଳିମାଡ଼, ସଂପର୍କୀୟ ଭାଇଙ୍କ ମୃତ୍ୟୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 16, 2022

ପୋଖରୀ ଖୋଳାକୁ ନେଇ ଗୁଳିମାଡ଼, ସଂପର୍କୀୟ ଭାଇଙ୍କ ମୃତ୍ୟୁ

ଢେଙ୍କାନାଳ (ରାଜଶ୍ରୀ ଶତପଥୀ): ପୋଖରୀ ଖୋଳାକୁ କେନ୍ଦ୍ର କରି ସମ୍ପର୍କୀୟ ଭାଇଙ୍କୁ ଗୁଳି କରି ହତ୍ୟା। ଆଜି ଏହି ଦୁଃଖଦ ଘଟଣା ଘଟିଛି ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ କନ୍ଧପାଳ ଗାଁରେ।

ମୃତ ବ୍ୟକ୍ତିଙ୍କ ନାଁ ଦଳେଇ ନାୟକ। ତାଙ୍କୁ ୫୬ ବର୍ଷ ହୋଇଥିଲା। ଏକ ଜମିକୁ ନେଇ ସଂପର୍କୀୟ ଭାଇମାନଙ୍କ ସହିତ ତାଙ୍କର ବିବାଦ ଚାଲିଥିଲା। କିଏ ସେଠାରେ ପୋଖରୀ ଖୋଳିବ ତାକୁ ନେଇ ସେମାନଙ୍କ ମଧ୍ୟରେ ବହୁ ଦିନରୁ ଝଗଡ଼ା ଚାଲିଥିଲା।

ଆଜି ଦଳେଇ ନାୟକ ଉକ୍ତ ବିବାଦୀୟ ଜମିରେ ପୋଖରୀ ଖୋଳିବା ପାଇଁ ଉଦ୍ୟମ କରିଥିଲେ। ପୋଖରୀ ଖୋଳିବା ପାଇଁ ସେ ଜେସିବି ଆଣିଥିଲେ। ଏହାକୁ ତାଙ୍କ ସଂପର୍କୀୟ ଭାଇମାନେ ବିରୋଧ କରିଥିଲେ। ଯୁକ୍ତିତର୍କ ମଧ୍ୟରେ ସଂପର୍କୀୟ ଭାଇମାନେ ଦଳେଇଙ୍କୁ ଦେଶୀ ବନ୍ଧୁକରୁ ଗୁଳି କରିଥିଲେ। ତାଙ୍କ ଛାତି ଓ ବାମ ହାତରେ ଗୁଳି ବାଜିଥିଲା।

ଦଳେଇ ନାୟକଙ୍କୁ ପରିବାର ଲୋକେ ସେଠାରୁ ଉଦ୍ଧାର କରି ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଢେଙ୍କାନାଳ ସଦର ଥାନା ପୁଲିସ୍ ମୃତଦେହ ଜବତ କରିବା ସହିତ ଘଟଣାର ତଦନ୍ତ ପାଇଁ କନ୍ଧପାଳ ଗାଁକୁ ଯାଇଛି। ଅନ୍ୟପକ୍ଷରେ ଅଭିଯୁକ୍ତମାନେ ଫେରାର ହୋଇଯାଇଥିବା ଜଣାପଡ଼ିଛି।

The post ପୋଖରୀ ଖୋଳାକୁ ନେଇ ଗୁଳିମାଡ଼, ସଂପର୍କୀୟ ଭାଇଙ୍କ ମୃତ୍ୟୁ appeared first on Odisha Reporter.



from Odisha Reporter https://ift.tt/WRt3HUX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages