ଆସନ୍ତା ସପ୍ତାହରେ ଭାରତ ଆସିବେ ବ୍ରିଟେନ ପ୍ରଧାନମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 16, 2022

ଆସନ୍ତା ସପ୍ତାହରେ ଭାରତ ଆସିବେ ବ୍ରିଟେନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭାରତ ଆସିବେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌। ରୁଷ-ୟୁକ୍ରେନ୍‌ ଯୁଦ୍ଧ ଭିତରେ ସେ ଆସନ୍ତା ସପ୍ତାହରେ ଭାରତ ଆସିବେ। ଏନେଇ ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ଏପ୍ରିଲ ୨୧ ଓ ୨୨ ଦୁଇ ଦିନିଆ ଭାରତ ଗସ୍ତରେ ଆସି ବୋରିସ ଜନସନ୍‌ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବେ। ରୁଷ ଏବଂ ୟୁକ୍ରେନ ଯୁଦ୍ଧ ଭିତରେ ବୋରିସ ଜନସନଙ୍କ ଭାରତ ଗସ୍ତ ବେଶ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି । ଦୁଇ ଦେଶର ସମ୍ପର୍କକୁ ଅଧିକ ମଜବୁତ୍ କରିବାକୁ ଜନସନ ପ୍ରୟାସ କରିବେ ବୋଲି କୁହାଯାଉଛି।

ଇଂଲଣ୍ଠର ପ୍ରଧାନମନ୍ତ୍ରୀ ଭାବେ ପ୍ରଥମେ ଭାରତ ଗସ୍ତରେ ଆସୁଥିବା ବୋରିସ୍‌ ଜନ୍‌ସନ୍‌ ଏପ୍ରିଲ୍‌ ୨୧ ତାରିଖରେ ଅହମ୍ମଦାବାଦରୁ ଭାରତ ଗସ୍ତ ଆରମ୍ଭ କରିବେ। ସେଠାରେ ସେ ବଡ ବଡ ବ୍ୟବସାୟୀମାନଙ୍କୁ ଭେଟି ଇଂଲଣ୍ଡ ଓ ଭାରତ ମଧ୍ୟରେ ବାଣିଜ୍ୟ ବ୍ୟବସାୟ ଏବଂ ଜନସମ୍ପର୍କ ପ୍ରସଙ୍ଗରେ ଆଲୋଚନା କରିବେ। ଜଣେ ବ୍ରିଟିସ୍‌ ପ୍ରଧାନମନ୍ତ୍ରୀଙ୍କ ଏହା ହେଉଛି ପ୍ରଥମ ଗୁଜରାଟ ଗସ୍ତ। ଏହା ପରେ ପ୍ରଧାନମନ୍ତ୍ରୀ ବୋରିସ ନୂଆଦିଲ୍ଲୀ ଗସ୍ତ କରି ଏପ୍ରିଲ୍‌ ୨୨ରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦିଙ୍କୁ ଭେଟିବେ।

ଗସ୍ତ ପୂର୍ବରୁ ବୋରିସ୍‌ କହିଛନ୍ତି, ଶାନ୍ତି ଓ ସମୃଦ୍ଧି ପ୍ରତି ଅଗଣତାନ୍ତ୍ରିକ ରାଷ୍ଟ୍ରମାନଙ୍କଠାରୁ ବିପଦ ଥିବାରୁ ଗଣତାନ୍ତ୍ରିକ ବନ୍ଧୁମାନେ ଏକଜୁଟ ହୋଇ ରହିବା ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ମୋର ଭାରତ ଗସ୍ତ କର୍ମସଂସ୍ଥାନ ସୃଷ୍ଟି ଠାରୁ ଆରମ୍ଭ କରି ଅର୍ଥନୈତିକ ଅଭିବୃଦ୍ଧି ଓ ଶକ୍ତି ନିରାପତ୍ତା ଠାରୁ ପ୍ରତିରକ୍ଷା ପର୍ଯ୍ୟନ୍ତ, ଉଭୟ ଦେଶବାସୀଙ୍କ ସ୍ୱାର୍ଥ ସହ ଜଡ଼ିତ ସମସ୍ତ ପ୍ରସଙ୍ଗରେ ଗୁରୁତ୍ୱାରୋପ କରିବ।’

ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଗତ ବର୍ଷ ଭାରତ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ଥିଲା, କିନ୍ତୁ କରୋନା କାରଣରୁ ଦୁଇ ଥର ଗସ୍ତକୁ ବାତିଲ କରାଯାଇଥିଲା। ଗତ ବର୍ଷ ଜାନୁଆରୀ ୨୬ରେ ଗଣତନ୍ତ୍ର ଦିବସର ମୁଖ୍ୟ ଅତିଥି ରୂପେ ଭାରତ ଆସିବାର କାର୍ଯ୍ୟକ୍ରମ ଥିଲା କିନ୍ତୁ କରୋନା ଭାଇରସ ଯୋଗୁଁ ତାଙ୍କର ଏହି ଗସ୍ତ ରଦ୍ଦ କରିବାକୁ ପଡିଥିଲା। ଏହାପରେ ଏପ୍ରିଲ ଯାତ୍ରା ମଧ୍ୟ କରୋନା ଯୋଗୁଁ ବାତିଲ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରିଟେନର ନିଜ ସମକକ୍ଷଙ୍କ ମଧ୍ୟରେ ଶେଷ ଥର ପାଇଁ ଗତ ବର୍ଷ ନଭେମ୍ୱର ମାସରେ ଗ୍ଲାସଗୋ ସମିଟିରେ ସାକ୍ଷାତକାର ହୋଇଥିଲା।

The post ଆସନ୍ତା ସପ୍ତାହରେ ଭାରତ ଆସିବେ ବ୍ରିଟେନ ପ୍ରଧାନମନ୍ତ୍ରୀ appeared first on Odisha Reporter.



from Odisha Reporter https://ift.tt/QPVpey6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages