ସଂସାର ଉଜାଡ଼ି ଦେଲେ ଜମିବାଡ଼ି ବିବାଦ: ଆଖି ବୁଜିଲେ ବାପପୁଅ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 21, 2022

ସଂସାର ଉଜାଡ଼ି ଦେଲେ ଜମିବାଡ଼ି ବିବାଦ: ଆଖି ବୁଜିଲେ ବାପପୁଅ

ବରଗଡ଼(ଦୀପକ ଶର୍ମା): ଜମିବାଡ଼ି ବିବାଦ ନେଲା ସାଂଘାତିକ ରୂପ । ଉଜୁଡ଼ିଗଲା ସଂସାର ।  ବାପ-ପୁଅଙ୍କୁ କଟୁରୀରେ ହାଣି ହତ୍ୟା କଲେ ସମ୍ପର୍କୀୟ । ମୃତ୍ୟୁ ସହ ସଂଗ୍ରାମ କରୁଛି ବୋହୂ।  ବରଗଡ଼ ଟାଉନ ଥାନା ଅନ୍ତର୍ଗତ ରୁହୁନି ଗାଁରେ ଗତକାଲି ଘଟିଛି ଏହି ବୀଭତ୍ସ ହତ୍ୟାକାଣ୍ଡ ।

ମୃତକଦ୍ୱୟ ହେଲେ ଦେବ ସିନ୍ଧିରିଆ ଓ ତାଙ୍କ ପୁଅ ରତନ ସିନ୍ଧିରିଆ । ଗୁରୁତର ଅବସ୍ଥାରେ ବୋହୂ  ସୁକାନ୍ତି ସିନ୍ଧିରିଆଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି।  ଏହି କାଣ୍ଡ ଭିଆଇଥିବା ଅମିଲ ସିନ୍ଧିରିଆ  ଓ କମିଲ ସିନ୍ଧିରିଆଙ୍କ ମଧ୍ୟରୁ ପୁଲିସ୍‌ ଅମିଲଙ୍କୁ କାବୁ କରିଥିବା ବେଳେ ଫେରାର ହେବାରେ ସକ୍ଷମ ହୋଇଛନ୍ତି କମିଲ ।

ମୃତକଙ୍କ ଘରେ କାନ୍ଦ ବୋବାଳି ।

ଦୀର୍ଘ ଦିନ ହେଲା ଉଭୟ ପକ୍ଷ ମଧ୍ୟରେ ଜମିବାଡ଼ି ବିବାଦ ଲାଗି ରହିଥିଲା। ଗତକାଲି ଏହା ଉଗ୍ର ରୂପ ଧାରଣ କରିବାରୁ  ଅମିଲ ସିନ୍ଧିରିଆ  ଓ କମିଲ ସିନ୍ଧିରିଆ  ଦେବଙ୍କ ସମେତ ତାଙ୍କ ପୁଅ, ବୋହୂଙ୍କୁ ମାରଣାସ୍ତ୍ରରେ ଅତର୍କିତ ଆକ୍ରମଣ କରିଥିଲ । ଘଟଣାସ୍ଥଳରେ ଦେବଙ୍କ ମୃତ୍ୟୁ ହୋଇଥିବା ବେଳେ ଗାଁ ଦାଣ୍ଡରେ ପଡ଼ିଛି ତାଙ୍କ ମୃତଦେହ।

ତାଙ୍କ ପୁଅ ବୋହୂଙ୍କୁ ଗୁରୁତର ଅବସ୍ଥାରେ ବରଗଡ଼ ମେଡିକାଲ ଓ ପରେ ବୁର୍ଲା ବଡ଼ ସ୍ଥାନାନ୍ତର କରାଯାଇଥିଲା ।  ସେଠାରେ ରତନଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ତାଙ୍କ ପତ୍ନୀ ସୁକାନ୍ତି ।  ପୁଲିସ୍‌  ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିବା ବେଳେ ଗାଁରେ ଉତ୍ତେଜନା ଲାଗି ରହିଛି।

The post ସଂସାର ଉଜାଡ଼ି ଦେଲେ ଜମିବାଡ଼ି ବିବାଦ: ଆଖି ବୁଜିଲେ ବାପପୁଅ appeared first on Odisha Reporter.



from Odisha Reporter https://ift.tt/EQJt8Z4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages