ରଥ ଟଣା ବେଳେ ଅଘଟଣ; ବିଦ୍ୟୁତ୍‌ ତାର ବାଜି ଚାଲିଗଲା ୧୦ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 26, 2022

ରଥ ଟଣା ବେଳେ ଅଘଟଣ; ବିଦ୍ୟୁତ୍‌ ତାର ବାଜି ଚାଲିଗଲା ୧୦ ଜୀବନ

ଚେନ୍ନାଇ: ତାମିଲନାଡ଼ୁର ତଞ୍ଜାବୁର ଜିଲ୍ଲାର କାଲିମେଡ୍ଡସ୍ଥିତ ଏକ ମନ୍ଦିରରେ ଆଜି ସକାଳୁ ଘଟିଯାଇଛି ହୃଦୟ ବିଦାରକ ଘଟଣା। ମନ୍ଦିରର ରଥ ଟଣା କାର୍ଯ୍ୟକ୍ରମରେ ବହୁ ଶ୍ରଦ୍ଧାଳୁ ସାମିଲ ହୋଇଥିବା ବେଳେ ବିଦ୍ୟୁତ୍‌ ଆଘାତରେ ୧୦ ଜଣଙ୍କ ଜୀବନହାନୀ ହୋଇଛି। ମୃତକଙ୍କ ମଧ୍ୟରେ ୨ ଶିଶୁ ଥିବା ଜଣାଯାଇଛି। ଏହି ଦୁର୍ଘଟଣାରେ ବହୁ ଶ୍ରଦ୍ଧାଳୁ ଗୁରୁତର ହୋଇଛନ୍ତି।

କାଲିମେଡ୍ଡସ୍ଥିତ ଏକ ମନ୍ଦିରରେ ଉପ୍ପର ଗୁରୁପୂଜାଇ ଉତ୍ସବ ପାଳନ ହେଉଥିଲା । ଏହି ଉତ୍ସବରେ ସାମିଲ ହେବାକୁ ମଙ୍ଗଳବାର ରାତିରୁ ହିଁ ମନ୍ଦିରରେ ଭିଡ଼ ଜମିବାରେ ଲାଗିଥିଲା। ବୁଧବାର ସକାଳୁ ସକାଳୁ ମନ୍ଦିରରୁ ଏକ ରଥ ଯାତ୍ରା ବାହାରିଥିଲା। ଏଥିରେ ବହୁ ଭକ୍ତ ସାମିଲ ହୋଇଥିଲେ। ରଥ ଟାଣିବା ସମୟରେ ରଥଟି ଏକ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଯାଇଥିଲା। ଫଳରେ ଘଟଣାସ୍ଥଳରେ ୨ ଛୋଟ ଛୁଆଙ୍କ ସମେତ ସମୁଦାୟ ୧୦ ଜଣଙ୍କ ମୃତ୍ୟୁ ହୋଇଛି।

ଏଥିଯୋଗୁ ଗୁରୁତରଙ୍କ  ସଂଖ୍ୟା ବଢ଼ିବାରୁ ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଉଛି। ବହୁ ଗୁରୁତରଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି ଶଙ୍କା ପ୍ରକାଶ ପାଇଛି।  ପ୍ରଶାସନ ତରଫରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ରଥ ଟଣା ସମୟରେ ରାସ୍ତା ଉପରେ ଖାଲରେ ପାଣି ଜମା ହୋଇଥିବାରୁ କିଛି ଲୋକ ଦୂରରେ ଛିଡ଼ା ହୋଇଥିଲେ। ନଚେତ ଆହୁରି ଅଧିକ ଜୀବନହାନୀ ହୋଇଥାନ୍ତା ବୋଲି ଆଲୋଚନା ହେଉଛି।

The post ରଥ ଟଣା ବେଳେ ଅଘଟଣ; ବିଦ୍ୟୁତ୍‌ ତାର ବାଜି ଚାଲିଗଲା ୧୦ ଜୀବନ appeared first on Odisha Reporter.



from Odisha Reporter https://ift.tt/Q3GBAhu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages