ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନନ୍ଦନକାନନରେ ଗତକାଲି ବାଘ ଶାବକର ମୃତ୍ୟୁ ଘଟିଛି। ଚିକିତ୍ସାଧୀନ ଅବସ୍ଥାରେ ବାଘ ଶାବକ ବିବେକର ମୃତ୍ୟୁ ଘଟିଥିବା ଜଣାଯାଇଛି। ମୃତ ବିବେକର ବୟସ ୧ ବର୍ଷ ହେବ। ମହାବଳ ବାଘ ନନ୍ଦନ ଓ ବାଘୁଣୀ ମେଘା ଔରସରୁ ବିବେକର ଜନ୍ମ ହୋଇଥିଲା।
୩ ଦିନ ହେବ ତାର ଗୋଡ଼ରେ ଆଘାତ ଲାଗିଥିବାରୁ ସେ ଛୋଟେଇ ଛୋଟେଇ ଚାଲୁଥିଲା। ଏକ୍ସରେ ପରେ ଫିମର ଫେକଚର ହୋଇଥିବା ଜଣାପଡ଼ିଥିଲା। ପରେ ତାକୁ ନିଶ୍ଚେତକ ଦେଇ ପ୍ରାଣୀ ଉଦ୍ୟାନ ପରିସରରେ ଥିବା ମେଡିକାଲରେ ଚିକିତ୍ସା କରାଯାଉଥିଲା। ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ବାଘ ଛୁଆର ମୃତ୍ୟୁ ଘଟିଛି।
କେମିତି ହେଲା ବାଘଛୁଆ ବିବେକର ମୃତ୍ୟୁ? ଚିକିତ୍ସାରେ ଅବହେଳା ହୋଇଥିଲା କି? ଏସବୁର ବିଷୟରେ ଜାଣିବା ପାଇଁ ଆଜି ଓୟୁଏଟି ଟିମର ଉପସ୍ଥିତିରେ ମୃତ ବାଘଛୁଆ ବିବେକର ପୋଷ୍ଟମର୍ଟମ କରାଯିବ।
The post ନନ୍ଦନକାନନରେ ବାଘ ଶାବକର ମୃତ୍ୟୁ appeared first on Odisha Reporter.
from Odisha Reporter https://ift.tt/Prjs14E
No comments:
Post a Comment