କ୍ରମାଗତ ୫ମ ପରାଜୟ ପରେ ଲଜ୍ଜାଜନକ ରେକର୍ଡର ଅଧିକାରୀ ହେଲା ମୁମ୍ବାଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 13, 2022

କ୍ରମାଗତ ୫ମ ପରାଜୟ ପରେ ଲଜ୍ଜାଜନକ ରେକର୍ଡର ଅଧିକାରୀ ହେଲା ମୁମ୍ବାଇ

ମୁମ୍ବାଇ: ଚଳିତ ବର୍ଷ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସର କୌଣସି ରଣନୀତି ଏଯାଏ କାମ ଦେଉନି। ଅଧିନାୟକ ରୋହିତ ଶର୍ମା ଓ ଟିମ୍‌ ମ୍ୟାନେଜମେଣ୍ଟ ଦଳର କମ୍ବିନେସନ ବଦଳାଉଛନ୍ତି ସତ, ହେଲେ ମୁମ୍ବାଇ ଇଣ୍ଡିଆନ୍ସର ଭାଗ୍ୟ ଫିଟି ପାରୁନାହିଁ। ଏହିକ୍ରମରେ ଚଳିତ ସିଜିନରେ ମୁମ୍ବାଇ କ୍ରମାଗତ ୫ମ ପରାଜୟ ବରଣ କରିଛି। ବୁଧବାର ରାତିରେ ଖେଳା ଯାଇଥିବା ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ପଞ୍ଜାବ କିଙ୍ଗସ ୧୨ ରନରେ ପରାସ୍ତ କରିଛି।

ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ ନିର୍ଦ୍ଧାରିତ ୨୦ ଓଭର୍‌ରେ ୫ ୱିକେଟ ହରାଇ ୧୯୮ ରନ୍‌ କରିଥିଲା। ଏହାର ଜବାବରେ ମୁମ୍ବାଇ ୯ ୱିକେଟ ହରାଇ କେବଳ ୧୮୬ ରନ୍‌ କରିବାକୁ ସକ୍ଷମ ହୋଇଛି।

ଚଳିତ ସିଜିନରେ ମୁମ୍ବାଇ ଏକମାତ୍ର ଦଳ, ଯିଏ ଏଯାଏ କୌଣସି ମୁକାବିଲା ଜିତିବାକୁ ସକ୍ଷମ ହୋଇନାହିଁ। ବୁଧବାର ପରାଜୟ ପରେ ଦଳ ନାଁରେ ଆଉ ଏକ ଲଜ୍ଜାଜନକ ରେକର୍ଡ ଯୋଡ଼ି ହୋଇଯାଇଛି। ଆଇପିଏଲ ଇତିହାସରେ ମୁମ୍ବାଇ ପ୍ରଥମ ଟିମ୍‌ ଯିଏ ଦୁଇଟି ସିଜିନରେ କ୍ରମାଗତ ୫ଟି ଲେଖାଏ ମ୍ୟାଚ୍‌ ହାରି ତା’ର ଅଭିଯାନ ଆରମ୍ଭ କରିଛି।

ଚଳିତ ବର୍ଷକୁ ବାଦ ଦେଲେ ମୁମ୍ବାଇ ୨୦୧୪ରେ ମଧ୍ୟ ଏପରି ଏକ ବିପର୍ଯ୍ୟୟ ସ୍ଥିତିର ସମ୍ମୁଖୀନ ହୋଇଥିଲା। ସେହି ବର୍ଷ ଦଳ ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ କ୍ରମାଗତ ୫ଟି ମ୍ୟାଚ୍‌ ହାରିଥିଲା। ତେବେ ଏହାପରେ ଦଳ ୱିନିଂ ଟ୍ରାକକୁ ଫେରି ୨୦୧୪ରେ ପ୍ଲେ-ଅଫ ଖେଳିବାକୁ ଯୋଗ୍ୟତା ହାସଲ କରିଥିଲା। ତେଣୁ ମୁମ୍ବାଇ ଫ୍ୟାନ୍ସମାନେ ଚଳିତ ବର୍ଷ ସମାନ ଘଟଣା ଘଟିବ ବୋଲି ଆଶା କରିଛନ୍ତି।

ମୁମ୍ବାଇକୁ ଛାଡ଼ି ଦେଲେ ଆଉ କୌଣସି ଟିମ୍‌ ଆଇପିଏଲର ଦୁଇଟି ସିଜିନରେ ଏପରି ପରାଜୟଧାରାର ସମ୍ମୁଖୀନ ହୋଇନାହାନ୍ତି।
ମୁମ୍ବାଇ ବ୍ୟତୀତ ଆଇପିଏଲ ଇତିହାସରେ କ୍ରମାଗତ ୫ଟି ଲେଖାଏ ମ୍ୟାଚ୍‌ ହାରିଥିବା ତାଲିକାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (୨୦୧୯), ଦିଲ୍ଲୀ କ୍ୟାପିଟାଲ୍ସ(୨୦୧୩) ଓ ଡେକାନ ଚାରଜର୍ସ(୨୦୧୨) ରହିଛନ୍ତି।

ବୁଧବାର ମ୍ୟାଚ୍‌ କଥା ବିଚାରକୁ ନେଲେ ପଞ୍ଜାବ ପକ୍ଷରୁ ଅଧିନାୟକ ମୟଙ୍କ ଅଗ୍ରୱାଲ ୫୨, ଶିଖର ଧୱନ ୭୦ ଓ ଜିତେଶ ଶର୍ମା ଅପରାଜିତ ୩୦ ରନ୍‌ର ଇନିଂସ ଖେଳିଥିଲେ। ଏମାନଙ୍କ ବ୍ୟତୀତ ଜନ୍ନି ବେୟାରଷ୍ଟୋ ୧୨, ଲିଆମ ଲିଭିଙ୍ଗଷ୍ଟୋନ ୨, ଶାହରୁଖ ଖାନ ୧୩ ଏବଂ ଓଡେନ ସ୍ମିଥ ୧ ରନ୍‌ କରିବାକୁ ସକ୍ଷମ ହୋଇଥିଲେ।

ପଞ୍ଜାବ ଦେଇଥିବା ୧୯୯ ରନ୍‌ର ଟାର୍ଗେଟ ପିଛା କରୁଥିବା ମୁମ୍ବାଇ ପକ୍ଷରୁ ରୋହିତ ଶର୍ମା ୨୮, ଡେୱାଲ୍ଡ ବ୍ରେଭିସ ୨୫ ବଲରେ ୪୯, ତିଲକ ବର୍ମା ୩୬ ଓ ସୂର୍ଯ୍ୟ କୁମାର ଯାଦବ ୪୩ ରନ୍‌ କରିଥିଲେ ମଧ୍ୟ ଏହା ବିଜୟ ପାଇଁ ଯଥେଷ୍ଟ ହୋଇ ନଥିଲା।

ପଞ୍ଜାବ ପକ୍ଷରୁ ଓଡେନ ସ୍ମିଥ ସର୍ବାଧିକ ୪ଟି ୱିକେଟ ନେଇଥିବା ବେଳେ କାଗିସୋ ରାବଡା ୨ଟି ଓ ବୈଭବ ଅରୋରା ଗୋଟିଏ ସଫଳତା ପାଇଛନ୍ତି।

The post କ୍ରମାଗତ ୫ମ ପରାଜୟ ପରେ ଲଜ୍ଜାଜନକ ରେକର୍ଡର ଅଧିକାରୀ ହେଲା ମୁମ୍ବାଇ appeared first on Odisha Reporter.



from Odisha Reporter https://ift.tt/DVj9uMA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages