୧୭ ବର୍ଷ ଜେଲରେ ରହିବା ପରେ ଜଣାପଡ଼ିଲା ସତ, ସୁପ୍ରିମକୋର୍ଟ କଲେ ଖଲାସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 13, 2022

୧୭ ବର୍ଷ ଜେଲରେ ରହିବା ପରେ ଜଣାପଡ଼ିଲା ସତ, ସୁପ୍ରିମକୋର୍ଟ କଲେ ଖଲାସ

ନୂଆଦିଲ୍ଲୀ: ଜଣେ ଅଭିଯୁକ୍ତଙ୍କୁ ଉପଯୁକ୍ତ ଆଇନଗତ ସହାୟତା ନ ମିଳିଲେ କେଉଁଭଳି ପରିସ୍ଥତି ଉପୁଜେ, ତା’ର ଜ୍ୱଳନ୍ତ ଉଦହାରଣ ପୂରା ଦେଶ ଦେଖିବାକୁ ପାଇଛି। ଦୀର୍ଘ ୧୭ ବର୍ଷ ଜେଲ୍‌ରେ ବନ୍ଦୀ ଜୀବନ କାଟିବା ପରେ ଜଣେ ବ୍ୟକ୍ତିଙ୍କ ପ୍ରକୃତ ସତ ସାମ୍ନାକୁ ଆସିଛି। ଏହାପରେ ସୁପ୍ରିମକୋର୍ଟ ତାଙ୍କୁ ଜେଲରୁ ଖଲାସ କରିଛନ୍ତି। ହେଲେ ଏହି ୧୭ ବର୍ଷ ମଧ୍ୟରେ ତାଙ୍କ ଜୀବନର ଗତିପଥ ଜେଲର ଚାରିକାନ୍ଥ ମଧ୍ୟରେ ସଂପୂର୍ଣ୍ଣ ଭାବେ ବଦଳି ଯାଇଛି।

ଏହି ବ୍ୟକ୍ତି ଜଣଙ୍କୁ ଯେତେବେଳେ ୧୭ ବର୍ଷ ୭ ମାସ ବୟସ ହୋଇଥିଲା ସେ ଗୋଟିଏ ହତ୍ୟା ମାମଲାରେ ଫସିଥିଲେ। ସେ ନାବାଳକ ହୋଇଥିଲେ ମଧ୍ୟ ତାଙ୍କ ଓକିଲ ଏକଥା ଶୁଣାଣି ବେଳେ କେବେ ହେଲେ ଉଠାଇ ନଥିଲେ। ଫଳରେ ତାଙ୍କ ବିଚାର ପ୍ରାପ୍ତବୟସ୍କଙ୍କ ଭଳି କରାଯାଇଥିଲା।

ନିୟମ ଅନୁସାରେ କୌଣସି ନାବାଳକ ଅପରାଧ ଘଟାଇଲେ ତାଙ୍କୁ ସର୍ବାଧିକ ୩ ବର୍ଷ ସୁଧାର ଗୃହରେ ରଖାଯିବାର ପ୍ରାବଧାନ ରହିଛି। କିନ୍ତୁ ଏହି ବ୍ୟକ୍ତିଙ୍କ କ୍ଷେତ୍ରରେ ଏପରି ଘଟିନାହିଁ। ସେ ଜେଲରେ ୧୭ ବର୍ଷ ରହିବା ପରେ ନିଜ ନାବାଳକତ୍ୱ ହେବାର ପରିଚୟ ଦେଇଛନ୍ତି। ଏହା ଜଣାପଡ଼ିବା ପରେ ସୁପ୍ରିମକୋର୍ଟ ତାଙ୍କୁ ଜେଲରୁ ଖଲାସ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ମିଳିଥିବା ସୂଚନା ଅନୁସାରେ, ହତ୍ୟା ଘଟଣାରେ ଏହି ବ୍ୟକ୍ତି ଜଣଙ୍କ ଦୋଷୀ ସାବ୍ୟସ୍ତ ହେବା ସହ ଆଜୀବନ ଜେଲଦଣ୍ଡରେ ଦଣ୍ଡିତ ହୋଇଥିଲେ। ତାଙ୍କ ଓକିଲ ଦୀର୍ଘ ବର୍ଷ ଧରି ଏହାକୁ ଚ୍ୟାଲେଞ୍ଜ କରି ସବୁ ପ୍ରକାରର ଆଇନଗତ ବିକଳ୍ପର ବ୍ୟବହାର କରିଥିଲେ। ହେଲେ ୨୦୦୯ରେ ସୁପ୍ରିମକୋର୍ଟ ସବୁ ପ୍ରକାରର ଆବେଦନକୁ ଖାରଜ କରିଦେଇଥିଲେ।

ଏହାର ୧୨ ବର୍ଷ ପରେ ଅର୍ଥାତ ୨୦୨୧ରେ ତାଙ୍କ ଓକିଲ ସୁପ୍ରିମକୋର୍ଟରେ ଗୋଟିଏ ଆବେଦନ ଦାଖଲ କରିଥିଲେ। ଏଥିରେ ବ୍ୟକ୍ତି ଜଣଙ୍କ ଅପରାଧ ଘଟାବା ବେଳେ ନାବାଳକ ଥିଲେ ବୋଲି କହିଥିଲେ। ଆଇନଜୀବୀ ଆରିଫ ଅଲୀ ଓ ମହମ୍ମଦ ଇରଫାନ ହନିଫ ସୁପ୍ରିମକୋର୍ଟରେ ସମସ୍ତ ପ୍ରକାରର ଦସ୍ତାବିଜ ଦାଖଲ କରି ନିଜର ପକ୍ଷ ରଖିଥିଲେ।

ସେମାନେ କୋର୍ଟଙ୍କୁ ଜଣାଇଥିଲେ ଯେ ବ୍ୟକ୍ତିଙ୍କ ଜନ୍ମ ତାରିଖ ହେଉଛି ୧୯୮୬ ମସିହା ମେ’ ୧୬ ତାରିଖ। ସେ ୨୦୦୪ ମସିହା ଜାନୁଆରୀ ୪ ତାରିଖରେ ଅପରାଧ ଘଟାଇଥିଲେ। ତାଙ୍କୁ ସେତେବେଳେ ୧୮ ବର୍ଷ ହୋଇ ନଥିଲା। ଏକଥା ଜାଣିବା ପରେ ସୁପ୍ରିମକୋର୍ଟ ଉତ୍ତର ପ୍ରଦେଶର ମହାରାଜଗଞ୍ଜରେ ଥିବା ଜୁଭେନାଇଲ ଜଷ୍ଟିସ ବୋର୍ଡକୁ ଏହାର ଯାଞ୍ଚ କରିବାକୁ କହିଥିଲେ। ଯାଞ୍ଚ ବେଳେ ଅପରାଧ ଘଟାଇବା ବେଳେ ବ୍ୟକ୍ତିଙ୍କ ବୟସ ୧୭ ବର୍ଷ ୭ ମାସ ୨୩ ଦିନ ଥିଲା ବୋଲି ସ୍ପଷ୍ଟ ହୋଇଥିଲା। ଏହାପରେ ସୁପ୍ରିମକୋର୍ଟ ଉକ୍ତ ବ୍ୟକ୍ତିଙ୍କୁ ଜେଲରୁ ଖଲାସ କରିଛନ୍ତି।

ସୂଚନାଯୋଗ୍ୟ, ଏହି ବ୍ୟକ୍ତି ଜଣଙ୍କ ଗୋଟିଏ ଟ୍ରିପଲ ହତ୍ୟାକାଣ୍ଡ ଘଟଣାରେ ଅନ୍ୟ କିଛି ଲୋକଙ୍କ ସହ ଦୋଷୀ ସାବ୍ୟସ୍ତ ହୋଇଥିଲେ। ୨୦୦୬ ମସିହା ମେ’ ମାସରେ ଟ୍ରାଏଲ କୋର୍ଟ ସମସ୍ତଙ୍କୁ ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଥିଲେ। ଏହାକୁ ଆହ୍ଲାବାଦ ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ହେଲେ କୌଣସି ପ୍ରକାରର ଲାଭ ମିଳି ନଥିଲା।

The post ୧୭ ବର୍ଷ ଜେଲରେ ରହିବା ପରେ ଜଣାପଡ଼ିଲା ସତ, ସୁପ୍ରିମକୋର୍ଟ କଲେ ଖଲାସ appeared first on Odisha Reporter.



from Odisha Reporter https://ift.tt/ZeI8rxw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages