ପାକିସ୍ତାନରେ ଫୁଟିଲା ମହଙ୍ଗା ବୋମା, ପେଟ୍ରୋଲ, ଡିଜେଲ ଲିଟର ପିଛା ବଢ଼ିଲା ୩୦ ଟଙ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 27, 2022

ପାକିସ୍ତାନରେ ଫୁଟିଲା ମହଙ୍ଗା ବୋମା, ପେଟ୍ରୋଲ, ଡିଜେଲ ଲିଟର ପିଛା ବଢ଼ିଲା ୩୦ ଟଙ୍କା

ଇସଲାମବାଦ: କ୍ଷମତା ପରିବର୍ତ୍ତନ ପରେ ବି ସୁଧୁରୁନି ପାକିସ୍ତାନ ସ୍ଥିତି। ଦିନକୁ ଦିନ ଅଶାନ୍ତ ହୋଇପଡ଼ୁଥିବା ପାକିସ୍ତାନର ଆର୍ଥିକ ସ୍ଥିତି  ବି ବିଗିଡ଼ିବାରେ ଲାଗିଛି। ଦେଶରେ ଫୁଟିଛି ମହଙ୍ଗା ବୋମା। ଲମ୍ବ ଡିଆଁ ମାଡ଼ିଛି ପେଟ୍ରୋଲ, ଡିଜେଲ ଦର । ପାକିସ୍ତାନରେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୩୦ ଟଙ୍କା ଲେଖା ବଢ଼ିଥିବା ବେଳେ ଏହା ଗତକାଲି ବିଳମ୍ବିତ ରାତିରୁ ଲାଗୁ ହୋଇଛି।   ଇସଲାମବାଦରେ ପେଟ୍ରୋଲ ଲିଟର ପିଛା ୧୭୯.୮୬ ଟଙ୍କା ହୋଇଥିବା ବେଳେ ଡିଜେଲର ଦାମ ୧୭୪.୧୫ ଟଙ୍କାରେ ପହଞ୍ଚିଛି ।  କିରୋସିନ ଲିଟର ପିଛା ବି ୩୦ ଟଙ୍କା ବୃଦ୍ଧି  ପାଇ ୧୫୫.୫୬ ଟଙ୍କାରେ ପହଞ୍ଚି ଯାଇଛି।

ପାକିସ୍ତାନରେ ଏପରି ମହଙ୍ଗା ମାଡ଼ ପରେ ଦେଶର ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କ୍ଷମତାସୀନ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଏହାକୁ ନେଇ ସେ ପାକିସ୍ତାନ ସରକାରଙ୍କୁ ଟାର୍ଗେଟ କରିଥିବା ବେଳେ ଭାରତ ସରକାରଙ୍କୁ ପ୍ରଶଂସା କରିଛନ୍ତି।  ଏଥିସହ ସେ କହିଛନ୍ତି, ରୁଷଠାରୁ ୩୦% ଶସ୍ତାରେ ତେଲ ଆଣିବା ପାଇଁ ଆମ ଡିଲ୍‌ ଚାଲିଥିବା ବେଳେ ଏହାକୁ ଅକ୍ଷମ ସରକାର ଚୂଡ଼ାନ୍ତ ରୂପ ଦେଇ ପାରି ନାହାନ୍ତି। ଏବେ ଏହି ରେଟ ବୃଦ୍ଧି କରି ସେମାନେ ବିଦେଶୀ ଶାସକଙ୍କୁ ଖୁସି କରିବାକୁ ଚେଷ୍ଟା କରୁଛନ୍ତି।

ଅପରପକ୍ଷେ, ରୁଷଠାରୁ ତେଲ କିଣିବାକୁ ଭାରତର ରଣନୀତିକୁ ପ୍ରଶଂସା କରିଛନ୍ତି ଇମ୍ରାନ ଖାନ । ଆମେରିକାର ରଣନୀତି  ସହଯୋଗୀ ଭାରତ ରୁଷରୁ ଶସ୍ତାରେ ତେଲ କିଣିବାକୁ ସକ୍ଷମ ହୋଇଥିବା କହିଛନ୍ତି।

ପାକିସ୍ତାନ ସରକାର  ପେଟ୍ରୋଲିୟମ ଉତ୍ପାଦ ଉପରେ ୩୦ ଟଙ୍କା ଲେଖା ବୃଦ୍ଧି କରିବାକୁ ଘୋଷଣା କରିଥିବା ନେଇ ଏହାର ଅର୍ଥମନ୍ତ୍ରୀ ଗତକାଲି ଘୋଷଣା କରିଥିଲେ।। ସରକାରଙ୍କ ପାଖରେ  ଏହାବାଦ ଆଉ କିଛି ବିକଳ୍ପ ନାହିଁ।   ଅନ୍ତରାଷ୍ଟ୍ରୀୟ ମୁଦ୍ରାକୋଷ କାର୍ଯ୍ୟକ୍ରମର ପୁନରୁଦ୍ଧାରକୁ ସୁନିଶ୍ଚିତ କରିବାକୁ ଏପରି ପଦକ୍ଷେପ ଉଠା ଯାଇଥିବା ସେ କହିଛନ୍ତି।  ନୂଆ ଦର ଲାଗୁ ହେବା ପରେ ବି ଡିଜେଲ ଲିଟର ପିଛା ସରକାର ୫୬ ଟଙ୍କା କ୍ଷତି ସହୁଥିବା  କହିଛନ୍ତି ଅର୍ଥମନ୍ତ୍ରୀ। ପେଟ୍ରୋଲ, ଡିଜେଲର ଏପରି ଦାମ ବୃଦ୍ଧି ପରେ ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀ ଦାମ ଆକାଶଛୁଆଁ ହେବାର ଆଶଙ୍କା ଦେଖାଦେଇଛି।

କ୍ଷମତା ପରିବର୍ତ୍ତନ ହେବା ପରେ ପାକିସ୍ତାନରେ ଅବସ୍ଥା ସୁଧୁରିବ ବୋଲି ଆଶା କରାଯାଉଥିବା ବେଳେ ପରିସ୍ଥିତି କିନ୍ତୁ ବିଗିଡ଼ିବାରେ ଲାଗିଛି। ପ୍ରଦର୍ଶନକାରୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଥିବା ବେଳେ ପାକିସ୍ତାନ ସରକାର ଉତ୍ତେଜନା ରୋକିବାକୁ ବିଭିନ୍ନ ସ୍ଥାନରେ ସେନା  ମୁତୟନ କରିଛନ୍ତି।   ପାକିସ୍ତାନର ଆର୍ଥିକ ସ୍ଥିତି ବିଗିଡ଼ିବାରେ ଲାଗିଛି। ଏଥିସହ ପାକ ମୁଦ୍ରା ଭଣ୍ଡାର ଦ୍ରୁତ ଗତିରେ ଖାଲି ହେବାରେ ଲାଗିଛି।

The post ପାକିସ୍ତାନରେ ଫୁଟିଲା ମହଙ୍ଗା ବୋମା, ପେଟ୍ରୋଲ, ଡିଜେଲ ଲିଟର ପିଛା ବଢ଼ିଲା ୩୦ ଟଙ୍କା appeared first on Odisha Reporter.



from Odisha Reporter https://ift.tt/UYAoC1B

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages