ଇମ୍ରାନଙ୍କ ଆଗରେ ଫିକା ପଡ଼ିଗଲା ନଗମାଙ୍କ ୧୮ ବର୍ଷର ତପସ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 30, 2022

ଇମ୍ରାନଙ୍କ ଆଗରେ ଫିକା ପଡ଼ିଗଲା ନଗମାଙ୍କ ୧୮ ବର୍ଷର ତପସ୍ୟା

ନୂଆଦିଲ୍ଲୀ: ଜୁନ୍ ୧୦ରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ପାଇଁ ରବିବାର କଂଗ୍ରେସ ପକ୍ଷରୁ ୧୦ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି। ଏହାକୁ ନେଇ ଦଳ ଭିତରେ ଅନେକ ନେତା ଅସନ୍ତୁଷ୍ଟ ଥିବା ବେଳେ ଖୋଲାଖୋଲି ନିଜ ଅସନ୍ତୋଷ ପ୍ରକାଶ କରିଛନ୍ତି ଅଭିନେତ୍ରୀରୁ ରାଜନେତ୍ରୀ ବନିଥିବା ନଗମା।

ନଗମା ଏବେ ମହିଳା କଂଗ୍ରେସର ସାଧାରଣ ସଂପାଦକ ଥିବା ବେଳେ ଏଥର ଦଳ ତାଙ୍କୁ ରାଜ୍ୟସଭା ପଠାଇବ ବୋଲି ଆଶା ରଖି ଥିଲେ। କିନ୍ତୁ ଦଳ ପକ୍ଷରୁ ଜାରି ତାଲିକାରେ ତାଙ୍କ ନାଁ ନଥିବାରୁ ସେ କ୍ଷୁବ୍ଧ ହୋଇଯାଇଛନ୍ତି। ଆଉ ଟ୍ୱିଟ୍ କରି ନିଜ କ୍ଷୋଭ ପ୍ରକାଶ କରିଛନ୍ତି।

ସେ ଟ୍ୱିଟ୍ କରି ଲେଖିଛନ୍ତି ଯେ ଇମ୍ରାନ ଭାଇଙ୍କ ଆଗରେ ତାଙ୍କର ୧୮ ବର୍ଷର ତପସ୍ୟାର ମୂଲ୍ୟ କମ୍ ହୋଇଗଲା।

ଏ କଥା ସେ କଂଗ୍ରେସର ରାଷ୍ଟ୍ରୀୟ ମୁଖପାତ୍ର ପବନ ଖେରଙ୍କ ଟ୍ୱିଟ୍‌କୁ ରିଟ୍ୱିଟ୍ କରି କହିଥିଲେ। ପବନ ଖେର ମଧ୍ୟ ରାଜ୍ୟସଭା ଟିକେଟ୍ ନ ପାଇ କ୍ଷୁବ୍ଧ ହୋଇ ଲେଖିଥିଲେ ଯେ ତାଙ୍କ ତପସ୍ୟାରେ କିଛି ତ୍ରୁଟି ରହିଗଲା। ଅବଶ୍ୟ ପରେ ପବନ ତାଙ୍କ ମତ ବଦଳାଇ ଦେଇଥିଲେ ଓ କଂଗ୍ରେସ ପାଇଁ ସେ ପରିଚୟ ପାଇଛନ୍ତି ବୋଲି ଟ୍ୱିଟ୍ କରିଥିଲେ।

ପବନ ଦଳୀୟ ନିଷ୍ପତ୍ତିକୁ ସ୍ୱୀକାର କରି ନେଇଥିବା ବେଳେ ନଗମା କିନ୍ତୁ ନରମ ପଡ଼ି ନାହାନ୍ତି। ଗତକାଲି ସେ ଇମ୍ରାନଙ୍କ ଆଗରେ ତାଙ୍କ ତପସ୍ୟା କମ୍ ପଡ଼ିଗଲା ଲେଖିଥିବା ବେଳେ ଆଜି ପୁଣି ଏକ ଟ୍ୱିଟ୍ କରିଛନ୍ତି।

ଏହି ଟ୍ୱିଟ୍‌ରେ ନଗମା ଲେଖିଛନ୍ତି, ୨୦୦୩/୦୪ରେ ଯେତେବେଳେ ମୁଁ କଂଗ୍ରେସରେ ଯୋଗ ଦେଲି ସେତେବେଳେ ଆମର ଅଧ୍ୟକ୍ଷା ସୋନିଆଜୀ ବ୍ୟକ୍ତିଗତ ଭାବେ ମୋତେ ପ୍ରତିଶ୍ରୁତି ଦେଇଥିଲେ ରାଜ୍ୟସଭାକୁ ପଠାଇବାକୁ। ଏହା ମଧ୍ୟରେ ୧୮ ବର୍ଷ ବିତିଗଲାଣି, କିନ୍ତୁ ସୁଯୋଗ ମିଳିଲା ନାହିଁ। ମିଷ୍ଟର ଇମ୍ରାନଙ୍କୁ ମହାରାଷ୍ଟ୍ରରୁ ରାଜ୍ୟସଭାକୁ ପଠାଇବାକୁ ନିଷ୍ପତ୍ତି ନିଆଗଲା। ମୁଁ ପ୍ରଶ୍ନ କରୁଛି, ମୁଁ କ’ଣ ଯୋଗ୍ୟ ନୁହେଁ?

ନଗମା ମହିଳା କଂଗ୍ରେସର ସାଧାରଣ ସଂପାଦକ ସହିତ ଦଳର ମୁମ୍ବାଇ ଶାଖାର ଉପ-ସଭାପତି ମଧ୍ୟ ଅଛନ୍ତି। ଅନ୍ୟପକ୍ଷରେ  ଇମ୍ରାନ (ମହମ୍ମଦ ଇମ୍ରାନ ପ୍ରତାପଗଡ଼ୀ) ଉତ୍ତର ପ୍ରଦେଶର ପ୍ରତାପଗଡ଼ ଜିଲ୍ଲାର ବାସିନ୍ଦା। ୨୦୧୯ରେ ସେ କଂଗ୍ରେସ ତରଫରୁ ମୁରାଦାବାଦ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିଲେ। ଏବେ ସେ କଂଗ୍ରେସର ସଂଖ୍ୟାଲଘୁ ଶାଖାର ସଭାପତି ଅଛନ୍ତି। ଏହା ବ୍ୟତୀତ ତାଙ୍କର ଆଉ ଏକ ପରିଚୟ ଅଛି। ସେ ଜଣେ କବି ମଧ୍ୟ।

ସୂଚନାଯୋଗ୍ୟ, ଜୁନ୍ ୧୦ ତାରିଖରେ ୫୭ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ବର୍ତ୍ତମାନ ସ୍ଥିତିରେ କଂଗ୍ରେସ ମାତ୍ର ୧୦ ଜଣଙ୍କୁ ରାଜ୍ୟସଭାକୁ ପଠାଇ ପାରିବ। ତେଣୁ ଦଳ ଗତକାଲି ୧୦ ଜଣଙ୍କ ନାଁ ଘୋଷଣା କରିଛି। ରାଜୀବ କୁମାର ଶୁକ୍ଳା ଓ ରଣଜୀତ ରଞ୍ଜନଙ୍କୁ ଛତିଶଗଡ଼ରୁ ପ୍ରାର୍ଥୀ କରାଯାଇଥିବା ବେଳେ ଅଜୟ ମାକେନଙ୍କୁ ହରିୟାଣାରୁ, ଜୟରାମ ରମେଶଙ୍କୁ କର୍ଣ୍ଣାଟକାରୁ, ବିବେକ ଟଙ୍ଖାଙ୍କୁ ମଧ୍ୟ ପ୍ରଦେଶରୁ, ଇମ୍ରାନ ପ୍ରତାପଗଡ଼ୀଙ୍କୁ ମହାରାଷ୍ଟ୍ରରୁ, ରଣଦୀପ ସିଂହ ସୂର୍ଯ୍ୟେୱାଲା, ମୁକୁଲ ୱାସନିକ ଓ ପ୍ରମୋଦ ତିୱାରୀଙ୍କୁ ରାଜସ୍ଥାନରୁ ଏବଂ ପି. ଚିଦାମ୍ବରମଙ୍କୁ ତାମିଲନାଡୁରୁ ପ୍ରାର୍ଥୀ କରାଯାଇଛି।

The post ଇମ୍ରାନଙ୍କ ଆଗରେ ଫିକା ପଡ଼ିଗଲା ନଗମାଙ୍କ ୧୮ ବର୍ଷର ତପସ୍ୟା appeared first on Odisha Reporter.



from Odisha Reporter https://ift.tt/cVTMODx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages