ନ୍ୟୁୟର୍କ: ଝୁଲିକି ରହିଲା ଟ୍ୱିଟର ଡିଲ୍। ଏଲୋନ୍ ମସ୍କଙ୍କ ମାଲିକାନାକୁ ଟ୍ୱିଟର ଯିବା ନେଇ ଦେଖାଦେଲା ଅନିଶ୍ଚିତତା। ଏନେଇ ଖୋଦ ମସ୍କ ଟ୍ୱିଟ କରି ସୂଚନା ଦେଇଛନ୍ତି। ଏନେଇ ମସ୍କ ଟ୍ୱିଟ କରି ଜଣାଇଛନ୍ତି, ୪୪ ବିଲିୟନ ଟ୍ୱିଟର ଡିଲ୍ ଏବେ ହୋଲ୍ଡରେ ଅଛି। ଆସନ୍ତା କିଛି ମାସରେ ଏହି ପ୍ରକ୍ରିୟା ଶେଷ ହେବ ବୋଲି ଟାର୍ଗେଟ ଥିବା ବେଳେ ଏବେ ଏହାକୁ ନେଇ ଦେଖାଦେଲାଣି ଅନିଶ୍ଚିତତା ।
ନିଜ ଟ୍ୱିଟରେ ମସ୍କ ଉଲ୍ଲେଖ କରିଛନ୍ତି, ସ୍ପାମ୍ ତଥା ନକଲି ଆକାଉଣ୍ଟଗୁଡିକ ପ୍ରକୃତରେ ୫%ରୁ କମ୍ ଉପଭୋକ୍ତାଙ୍କ ପ୍ରତିନିଧିତ୍ୱ କରୁଥିବାରୁ ଏହି ଡିଲ୍କୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ହେଲେ ମସ୍କ ନିଜ ଟ୍ୱିଟକୁ ନେଇ କେତେ ଗମ୍ଭୀର ତାହା ସ୍ପଷ୍ଟ ହୋଇନାହିଁ।
କେତେବେଳେ କୋକାକୋଲା କିଣିବା କଥା ଟ୍ୱିଟ କରି ତ କେତେବେଳେ ଟ୍ୱିଟରର କର୍ମଚାରୀଙ୍କୁ ନେଇ ଖୁସି ନ ଥିବା କହି ଚର୍ଚ୍ଚାରେ ରହି ଆସୁଛନ୍ତି ମସ୍କ । ଟ୍ୱିଟର ପରି ମାଇକ୍ରୋ ବ୍ଲଗିଂ ସାଇଟ୍ ନିମନ୍ତେ ଡିଲ୍ ଫାଇନାଲ କରିବାର ଦୀର୍ଘ ଦିନ ପରେ ମସ୍କଙ୍କର ସ୍ପାମ କଥା ମନେ ପଡ଼ିବା ବିଶେଷଜ୍ଞଙ୍କର ସହଜେ ହଜମ ହେଉନି। ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହୋଇଥିବା ବେଳେ ମିଶ୍ରଣ ତଥା ଅଧିଗ୍ରହଣ କାରବାର ଘୋଷଣା ହେବା ପୂର୍ବରୁ ଏହି ସବୁ ସମସ୍ୟାର ସମାଧାନ କରିବା ଉଚିତ ଥିଲା। ହେଲେ ମସ୍କ ଟ୍ୱିଟର କିଣିବା ନିମନ୍ତେ ଡିଲ୍ କରିବାର ଦୀର୍ଘ ଦିନ ପରେ ଏପରି ପ୍ରସଙ୍ଗ କ’ଣ ପାଇଁ ଉଠାଇଲେ ତାହା ସ୍ପଷ୍ଟ ହେଉନି। ସେ ଟ୍ୱିଟର ଡିଲ୍କୁ ନେଇ ପଛଘୁଞ୍ଚା ଦେବେ, ନା ଏହାକୁ ନେଇ ନିଜ ଆଶା ପୂରଣ କରିବେ ତାହା ସମୟ ହିଁ କହିବ ।
Twitter deal temporarily on hold pending details supporting calculation that spam/fake accounts do indeed represent less than 5% of usershttps://t.co/Y2t0QMuuyn
— Elon Musk (@elonmusk) May 13, 2022
The post ଝୁଲିକି ରହିଲା ଟ୍ୱିଟର ଡିଲ୍, ମସ୍କ କହିଲେ ଏପରି କଥା… appeared first on Odisha Reporter.
from Odisha Reporter https://ift.tt/vCAOZ1f
No comments:
Post a Comment