ଚୋଙ୍ଗକ୍ୟୁଇଙ୍ଗ: ରନ୍ ୱେରେ ବାଟବଣା ହୋଇ ଭୟଙ୍କର ଦୁର୍ଘଟଣାର ଶିକାର ହୋଇଛି ଗୋଟିଏ ଯାତ୍ରୀବାହୀ ବିମାନ। ତିବ୍ବତ ଏୟାରଲାଇନ୍ସର ଗୋଟିଏ ବିମାନ ଚାଇନିଜ୍ ଏୟାରପୋର୍ଟରେ ଦୁର୍ଘଟଣାଗ୍ରସ୍ତ ହେବାରୁ ଏଥିରେ ନିଆଁ ଲାଗି ଯାଇଛି। ଏହି ବିମାନରେ ମୋଟ ୧୧୩ ଜଣ ଯାତ୍ରୀ ଓ ୯ ଜଣ କ୍ରୁ ସଦସ୍ୟ ଥିଲେ। ଦୁର୍ଘଟଣାରେ ବିମାନ କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ ସମସ୍ତ ଯାତ୍ରୀ ଓ କର୍ମଚାରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇ ପାରିଥିବା ବିମାନ ସେବା ପ୍ରଦାନକାରୀ କମ୍ପାନୀ ପକ୍ଷରୁ କୁହାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ବିମାନଟି ଚାଇନାର ଦକ୍ଷିଣପଶ୍ଚିମ ସହର ଚୋଙ୍ଗକ୍ୟୁଇଙ୍ଗରୁ ଲୋକଙ୍କ ଧରି ତିବ୍ବତର ନୟିଙ୍ଗଚିକୁ ଯିବାର ଥିଲା। ତେବେ ଟେକ୍ଅପ ବେଳେ ବିମାନଟି ଯାତିନ୍ତ୍ର ତ୍ରୁଟିରେ ସମ୍ମୁଖୀନ ହୋଇଥିଲା। ଏହାପରେ ଉଡ଼ାଣକୁ ବାତିଲ କରାଯାଇଥିଲା। ଯାନ୍ତ୍ରିକ ତ୍ରୁଟି ଯୋଗୁ ବିମାନଟି ରନ ୱେ ଅତିକ୍ରମ କରି ଆଗକୁ ମାଡ଼ି ଯାଇଥିଲା। ଫଳରେ Flight TV9833 ବାମ ପାର୍ଶ୍ୱରେ ନିଆଁ ଲାଗି ଯାଇଥିଲା। ଏଥିସହ ବିମାନର ଗୋଟିଏ ଡେଣାର କିଛି ଅଂଶ ମଧ୍ୟ ନିଆଁରେ ଧ୍ୱଂସ ହୋଇ ଯାଇଛି।
ସ୍ଥାନୀୟ ସମୟ ସକାଳ ୮ଟାରେ ଏହି ଘଟଣା ଘଟିଛି। ବିମାନଟି ଦୁର୍ଘଟଣା ପରେ ଜଳୁ ଥିବା ବେଳର ଭିଡିଓ ଓ ଫଟୋ ମଧ୍ୟ ସାମ୍ନାକୁ ଆସିଛି। ଏହି ଘଟଣା ପରେ ଉଦ୍ଧାରକାରୀ ଦଳ ସୁରକ୍ଷିତ ଭାବେ ବିମାନ ମଧ୍ୟରେ ଥିବା ସମସ୍ତ ଲୋକଙ୍କୁ ବାହାର କରିଥିଲେ। ୪୦ ଯାତ୍ରୀ ଦୁର୍ଘଟଣାରେ ସାମାନ୍ୟ ଆହତ ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।
ଦୁର୍ଘଟଣାର କାରଣ ଖୋଜିବା ପାଇଁ ଏୟାରପୋର୍ଟ ଓ ବିମାନ ପ୍ରଦାନକାରୀ ସଂସ୍ଥା ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ସେହିପରି ଏବେ ଏୟାରପୋର୍ଟ ବିମାନ ଚଳାଚଳ ମଧ୍ୟ ସ୍ୱାଭାବିକ ହୋଇଛି।
According to reports, at about 8:00 on May 12, a Tibet Airlines flight deviates from the runway and caught fire when it took off at Chongqing Jiangbei International Airport.#chongqing #airplane crash #fire pic.twitter.com/re3OeavOTA
— BST2022 (@baoshitie1) May 12, 2022
The post ରନ୍ ୱେରେ ବାଟବଣା ହେବାରୁ ବିମାନରେ ଲାଗିଲା ନିଆଁ, ଥିଲେ ୧୧୩ ଜଣ ଯାତ୍ରୀ appeared first on Odisha Reporter.
from Odisha Reporter https://ift.tt/7tTzIg9
No comments:
Post a Comment