ମିଳୁନି ଜେଜେଙ୍କ ପତ୍ତା, ଗଳିକନ୍ଦି ଘୁରି ବୁଲୁଛି ନାତୁଣୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 11, 2022

ମିଳୁନି ଜେଜେଙ୍କ ପତ୍ତା, ଗଳିକନ୍ଦି ଘୁରି ବୁଲୁଛି ନାତୁଣୀ

ନିଳଗିରି(ବିଶ୍ୱମ୍ବର ଦାସ): ‘ମାସେରୁ ଅଧିକ ଦିନ ହେଲାଣି ଜେଜେବାପାଙ୍କ ପତ୍ତା ମିଳୁନି । ପ୍ରତି ମୁହୂର୍ତ୍ତରେ ତାଙ୍କୁ ମିସ୍‌ କରୁଛୁ। କାଳେ କେଉଁଠି ଥିବେ, ସେଥିପାଇଁ ଗଳିକନ୍ଦି, ଏ ସହରରୁ ସେ ସହର ବୁଲି ଲୋକଙ୍କୁ ଫଟୋ ଦେଖାଉଛି। ହେଲେ ଏ ଯାଏ ମୋ ଜେଜେବାପାଙ୍କୁ ପାଇପାରିନି। ’ ନିଜ ଜେଜେଙ୍କ ଫଟୋ ଧରି ଗୋଟିଏ ସହରରୁ ଅନ୍ୟ ସହରକୁ ବୁଲି ତାଙ୍କ ପତ୍ତା ଲଗାଇବାକୁ ଚେଷ୍ଟା କରୁଥିବା ନାତୁଣୀଜଣଙ୍କ କୋହଭରା କଣ୍ଠରେ ଏପରି କହୁଥିବା ବେଳେ ସମସ୍ତଙ୍କ ଆଖି ଓଦା ହୋଇଯାଉଛି।

ବାଲେଶ୍ୱର ସୁଗ ଧାନସିମୁଳିଆରେ ରହୁଛନ୍ତି ଦେବସ୍ମିତା ଚାନ୍ଦ । ଯୁକ୍ତ ୩ ଛାତ୍ରୀ । ପୂର୍ବରୁ ବାପା, ଦାଦାଙ୍କୁ ହରାଇ ସାରିଥିବା ବେଳେ ପରିବାର କହିଲେ ମା’, ଜେଜେମା’, ଖୁଡ଼ି ଓ ପିଉସୀ ଓ ଜେଜେବାପା। ଘରେ ପୁରୁଷ ଲୋକ ବୋଲି ଏକମାତ୍ର ଜେଜେ ରାମକୃଷ୍ଣ ଚାନ୍ଦ ଥିବା ବେଳେ ତାଙ୍କ ରୋଜଗାରରେ ଚଳୁଥିଲା ପୁରା ପରିବାର। ହେଲେ ମାସେରୁ ଅଧିକ ଦିନ ହେଲା ତାଙ୍କର ବି ପତ୍ତା ମିଳୁନି।

ଗତ ଏପ୍ରିଲ ପହିଲାରେ ଛକରୁ ଆସୁଛି କହି ତାଙ୍କ ଜେଜେବାପା ରାମକୃଷ୍ଣ ଚାନ୍ଦ କେଉଁଆଡ଼େ ଚାଲିଯାଇଛନ୍ତି ଯେ ଆଉ ଫେରି ନାହାନ୍ତି । ପୁଲିସ୍‌ ନିକଟରେ ଏତଲା ଦେଇଥିଲେ, ହେଲେ ପୁଲିସ୍‌ ପାଖରୁ କିଛି ବି ଉତ୍ତର ମିଳିନାହିଁ ।

ଏଭଳି ପରିସ୍ଥିତିରେ ଧୈର୍ଯ୍ୟ ନ ହରାଇ ଜେଜେବାପାଙ୍କୁ ଖୋଜିବାକୁ ଘରୁ ଗୋଡ଼ କାଢ଼ିଛନ୍ତି ଦେବସ୍ମିତା । ନିଜ ମୋବାଇଲ ଫୋନ୍‌ରେ ଜେଜେଙ୍କ ଫଟୋଙ୍କୁ ଧରି ଗୋଟିଏ ସହରକୁ ଆଉ ଗୋଟିଏ ସହରକୁ ବୁଲୁଛନ୍ତି । ଏହା ମଧ୍ୟରେ ସେ ପୁରୀ, ବାଲେଶ୍ୱର, ନୀଳଗିରି ସମେତ ରାଜ୍ୟର ବିଭିନ୍ନ ସ୍ଥାନକୁ ଯାଇ ଲୋକଙ୍କୁ ନିଜ ଜେଜେବାପାଙ୍କ ଫଟୋ ଦେଖାଇ ଖୋଜୁଛନ୍ତି  । ବିଭିନ୍ନ ମଠ ଓ ମନ୍ଦିରକୁ ଯାଇ ଜେଜେବାପାଙ୍କ ବିଷୟରେ ପଚାରି ବୁଝିଛନ୍ତି । ହେଲେ ସବୁଠି ନିରାଶ ହୋଇଛନ୍ତି।

ଦେବସ୍ମିତାଙ୍କ ଏହି ଅଭିଯାନରେ ସାମିଲ ହୋଇଛନ୍ତି ନାରୀ ସୁରକ୍ଷା ମଂଚ ସଦସ୍ୟ ନିରୁପମା ସାହୁ ।  ଆମେ ଓଡ଼ିଶା ସାରା ଚାରିଆଡ଼େ ଖୋଜି ସାରିଲୁଣି। ହେଲେ କେଉଁଠି ସଫଳତା ମିଳି ନ ଥିବା କହିଛନ୍ତି ନିରୁପମା । ତେଣୁ ତାଙ୍କ ଜେଜେବାପାଙ୍କୁ ଫେରାଇ ଆଣିବାକୁ ଲୋକେ ସାହାଯ୍ୟ କରନ୍ତୁ ବୋଲି ନିବେଦନ କରିଛନ୍ତି ।

ନିଜ ଜେଜେଙ୍କ ପ୍ରତି ଦେବସ୍ମିତାଙ୍କ ଭଲ ପାଇବା ଦେଖି ସମସ୍ତଙ୍କ ମନ ତରଳି ଯାଉଛି। ଏପରିକି ତାଙ୍କ ପତ୍ତା ମିଳିଲେ ନିଜେ ଜଳାଭିଷେକ କରିବେ ବୋଲି ଦିବାକର ଗିରି ନାମକ ନାଗାବାବା କହିଥିବା ବେଳେ ଅନ୍ୟ ବ୍ୟବସାୟୀମାନେ ଝିଅଟିର ବ୍ୟସ୍ତତା ଦେଖି ତା’ କଷ୍ଟ ଅନୁଭବ କରିପାରୁଥିବା କହିଛନ୍ତି। ଏପରିକି ତାଙ୍କ ଜେଜେଙ୍କ କୌଣସି ସନ୍ଧାନ ପାଇଲେ, ତୁରନ୍ତ ଯୋଗାଯୋଗ କରି ଜଣାଇବୁ ବୋଲି ମଧ୍ୟ କହିଛନ୍ତି।

ଦୀର୍ଘ ମାସେରୁ ଅଧିକ ଦିନ ହେଲାଣି ରାମକୃଷ୍ଣ ଚାନ୍ଦଙ୍କ ପତ୍ତା ମିଳୁ ନ ଥିବା ବେଳେ ନାତୁଣି ଦେବସ୍ମିତାଙ୍କ ଆଖିରୁ ଲୁହ ଶୁଖୁନି କି ପାଦ ଥକୁନି। ଜେଜେ ନ ମିଳିବା ପର୍ଯ୍ୟନ୍ତ ଏମିତି ତାଙ୍କୁ ଖୋଜି ଚାଲିଥିବି ବୋଲି କହିଛନ୍ତି ଦେବସ୍ମିତା ।

The post ମିଳୁନି ଜେଜେଙ୍କ ପତ୍ତା, ଗଳିକନ୍ଦି ଘୁରି ବୁଲୁଛି ନାତୁଣୀ appeared first on Odisha Reporter.



from Odisha Reporter https://ift.tt/qACGD3H

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages