ହାଇଦ୍ରାବାଦ: ସମ୍ଭାବ୍ୟ ବାତ୍ୟା ଅସାନି ଲାଗି ଆନ୍ଧ୍ରପ୍ରଦେଶରେ ଆଜି ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀରେ ହେବାକୁ ଥିବା ପରୀକ୍ଷା ସ୍ଥଗିତ ରହିଛି। ଏହି ପରୀକ୍ଷାକୁ ମେ’ ୨୫ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ଆନ୍ଧ୍ର ବୋର୍ଡ ଅଫ ଇଣ୍ଟରମେଡିଏଟ୍ ଏଜୁକେସନ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ହେଲେ ୧୨ ତାରିଖରୁ ହେବାକୁ ଥିବା ଅନ୍ୟ ପରୀକ୍ଷା ସୂଚୀରେ ପରିବର୍ତ୍ତନ ହୋଇନି।
ସେପଟେ ଆନ୍ଧ୍ର ପ୍ରଦେଶରେ ଅସନିକୁ ନେଇ ପାଣିପାଗ ବିଭାଗ ଚେତାବନୀ ଜାରି କରିଛି। ଏହାରି ଭିତରେ ଆଜି ସକାଳୁ କାକିନାଡା ଜିଲ୍ଲାର କିଛି ଅଞ୍ଚଳରେ ପ୍ରବଳ ବର୍ଷା ହେଉଛି। ସମୁଦ୍ରରେ ବଡ ବଡ ଜୁଆର ଉଠି ତଟକୁ ଲାଗି ରହିଥିବା ସଡକ ଗୁଡିକ କ୍ଷତିଗ୍ରସ୍ତ ହୋଇଛି। ଆଉଏମ୍ଡି ଅନୁସାରେ ଆଗାମୀ କିଛି ଘଣ୍ଟା ମଧ୍ୟରେ ଏହି ଘୂର୍ଣ୍ଣିବଳୟ ଉତ୍ତର-ପଶ୍ଚିମ ଦିଗକୁ ଯାଇ ଆନ୍ଧ୍ରପ୍ରଦେଶ ଉପକୂଳରୁ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ପହଞ୍ଚିବା ସମ୍ଭାବନା ରହିଛି।
ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଆନ୍ଧ୍ରପ୍ରଦେଶ ମୁହାଁ ହୋଇଥିବା ବାତ୍ୟା ‘ଅସାନି’ କାକିନାଡ଼ା ଓ ବିଶାଖାପାଟଣା ମଧ୍ୟରେ ଏହା ସ୍ଥଳ ଭାଗକୁ ଛୁଇଁପାରେ। ଫଳରେ ଆନ୍ଧ୍ରପ୍ରଦେଶକୁ ବାତ୍ୟା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି। ‘ଅସାନି’ କାକିନାଡ଼ା-ବିଶାଖାପାଟଣା ମଝିରେ ସ୍ଥଳଭାଗ ଛୁଇଁ ଯାଇପାରେ । ସ୍ଥଳଭାଗ ଛୁଇଁ ଯିବା ପରେ ପୁଣି ତାହା ସମୁଦ୍ରକୁ ରିକର୍ଭ କରିପାରେ। ଏହାପରେ ଦୁର୍ବଳ ହୋଇ ଡିପ୍ ଡିପ୍ରେସନ୍ରେ ପରିଣତ ହେବାର ସମ୍ଭାବନା ଥିବା ଆକଳନ କରିଛି ପାଣିପାଗ ବିଭାଗ।
ଅସାନିକୁ ଦୃଷ୍ଟିରେ ରଖି ଆନ୍ଧ୍ରରେ ବିମାନସେବା ପ୍ରଭାବିତ ହୋଇଛି। ବିଶାଖାପାଟଣାରୁ ଉଡାଣ ଭରିବାକୁ ଥିବା ୨୩ଟି ବିମାନ ବାତିଲ୍ କରାଯାଇଛି। ସେହିଭଳି ଚେନ୍ନାଇ ବିମାନ ବନ୍ଦରରୁ ୧୦ଟି ବିମାନର ଉଡାଣ ବାତିଲ୍ ହୋଇଛି।
The post ‘ଅସାନି’ ପାଇଁ ଆନ୍ଧ୍ରପ୍ରଦେଶରେ ପରୀକ୍ଷା ସ୍ଥଗିତ appeared first on Odisha Reporter.
from Odisha Reporter https://ift.tt/odWPtvH
No comments:
Post a Comment