ଅଙ୍ଗନାନ କରିଦେଲା ୬ ବର୍ଷର ପିଲା, ୫ ଜଣ ପାଇବେ ନୂଆ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 18, 2022

ଅଙ୍ଗନାନ କରିଦେଲା ୬ ବର୍ଷର ପିଲା, ୫ ଜଣ ପାଇବେ ନୂଆ ଜୀବନ

ନୂଆଦିଲ୍ଲୀ: ବୟସ ମାତ୍ର ୬ ବର୍ଷ । ହେଲେ ଏହି ୬ ବର୍ଷ ବୟସର କଅଁଳ ପିଲା ଯେ, ପାଞ୍ଚ ପାଞ୍ଚ ଜଣଙ୍କ ଜୀବନ ବଞ୍ଚାଇଦେବ ଭାବିଲେ ଆଶ୍ଚଯର୍ୟ ଲାଗୁଛି। ଅବିଶ୍ୱାସ ବି । କିନ୍ତୁ କଥାଟି ସତ । ଦିଲ୍ଲୀ ନୋଇଡ଼ାର ୬ ବର୍ଷର ଶିଶୁକନ୍ୟା ରୋଲି ପ୍ରଜାପତି ନିଜର ଅଙ୍ଗଦାନ କରିଛି । ଦିଲ୍ଲୀ ଏମ୍ସ ମେଡ଼ିକାଲରେ ସେ ନିଜର ଅଙ୍ଗଦାନ କରିଛି।  ଦିଲ୍ଲୀ ନୋଇଡ଼ାରେ ରୋଲି ଜଣେ ଅଜଣା ଦୁର୍ବୃତ୍ତର ଗୁଳିମାଡ଼ ଗୁରୁତର ହୋଇ ଦିଲ୍ଲୀର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ପରବର୍ତ୍ତୀ ସମୟରେ ରୋଲି ଚିକିତ୍ସାଧିନ ଅବସ୍ଥାରେ କୋମାକୁ ଚାଲିଗଲା ।

କୋମା ଅବସ୍ଥାରେ ଗତ ଏପ୍ରିଲ ୨୭ ତାରିଖରେ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା ରୋଲିକୁ । ବହୁଚେଷ୍ଟା ପରେ ରୋଲି ଆଉ ସୁସ୍ଥ ହୋଇପାରିଲାନି । ବରଂ ବ୍ରେନ୍‌ଡେଡ୍‌ ହୋଇଗଲା ରୋଲିର।  ଏମସ୍‌ର ବରିଷ୍ଠ ନ୍ୟରୋ ସର୍ଜନ୍‌ ଡ. ଦୀପକ ଗୁପ୍ତା କହିଛନ୍ତି ଯେ, ସାଢ଼େ ୬ ବର୍ଷର ରୋଲି ଗତ ଏପ୍ରିଲ ୨୭ ତାରିଖରେ ଏମସମେଡିକାଲ କଲେଜରେ ଭର୍ତ୍ତି ହୋଇଥିଲେ। ଗୁଳି ମାଡ଼ରେ ଗୁରୁତର ହୋଇଥିବା ରୋଲିର ମୁଣ୍ଡରେ ବଉଲେଠି ମାଡ଼ ହୋଇଥିଲା। ତାର ମୁଣ୍ଡ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।

ପ୍ରାୟ ବ୍ରେନ୍‌ ଡେଡ୍‌ ପରିସ୍ଥିତିରେ ରୋଲିକୁ ହସପିଟାଲରା ଭତତ୍‌ କରାଯାଥଲା।  ଡାଗ୍ନୋସିସି କରି ତାର ବ୍ରେନ୍‌ ଡେଥ୍‌ ହୋଇଥିବା ଳପରିବାର ଲଳୋକଙ୍କୁ କହିଥିଲୁ। ଏହା ପରେ ଆମେ ତାର ଅଙ୍ଗଦାନ ପାଇଁ ପରିବାଲଥକଙ୍କ ସହ ଆଲୋଚନା କରିଥିଲୁ।  ପରେ ପରିବାର ଲୋକେ ଅଙ୍ଗଦାନ ପାଇଁ ରାଜି ହୋଇଥିଲେ। ଏନେଇ ବାପା,ମା ଅନୁମତି ଦେବା ପରେ ରୋଲିର ଲିଭର, କିଡନୀ, ଦୁଇଟି କର୍ଣ୍ଣିଆ ଏବଂ ହାର୍ଟ ଭଲ୍ଭ କଢ଼ାଯାଇଥିଲା । ଦିଲ୍ଲୀ ଏମ୍ସ ଇତିହାସରେ ରୋଲି ହେଉଛନ୍ତି ପ୍ରଥମ ସର୍ବ କନିଷ୍ଠ ଅଙ୍ଗଦାତ୍ରୀ । ତେବେ ବାପା, ମା କହିଛନ୍ତି ନିଜ ଝିଅ ସିନା ବଞ୍ଚିଲାନି, ହେଲେ ତାଙ୍କ ଅଙ୍ଗରେ ଆଉ କାହାର ଅନ୍ତତଃ ଜୀବନ ବଞ୍ଚିଯିବ ।

The post ଅଙ୍ଗନାନ କରିଦେଲା ୬ ବର୍ଷର ପିଲା, ୫ ଜଣ ପାଇବେ ନୂଆ ଜୀବନ appeared first on Odisha Reporter.



from Odisha Reporter https://ift.tt/VGAP0pv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages