କାହାର ବସ୍ତି? କିଏ ବଦନାମ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 11, 2022

କାହାର ବସ୍ତି? କିଏ ବଦନାମ?

ମଧୁଲିତା ପରିଡା

ସହର ବଢ଼ିଲେ ବା ଲୋକସଂଖ୍ୟା ବଢ଼ିଲେ ବସ୍ତି ବଢ଼େ। ଆମ ସମାଜରେ ବିଭିନ୍ନ ପ୍ରକାରର ଲୋକ ବସବାସ କରୁଛନ୍ତି। ଧନୀ, ମଧ୍ୟବିତ୍ତ, ନିମ୍ନ ମଧ୍ୟବିତ୍ତ ଓ ନିମ୍ନବିତ୍ତ। ସବୁବେଳେ ଧନୀ ଲୋକମାନଙ୍କର ଘରେ କାମ କରିବାକୁ ଗରିବ ଶ୍ରେଣୀର ଲୋକ ପହଞ୍ଚିଥାଏ। ଘର କାମଠାରୁ ଆରମ୍ଭ କରି ବାହାର କାମ କରିବା ପର୍ଯ୍ୟନ୍ତ ସବୁବେଳେ ସେ ଅନ୍ୟ ଲୋକଙ୍କ ଉପରେ ନିର୍ଭର କରିଥାଏ। ସହରରେ ଵସ୍ତି ରହିବା ସ୍ୱାଭାବିକ। ଏଠି କହିବା ବାହୁଲ୍ୟ ଯେ ଵର୍ତ୍ତମାନ ବସ୍ତିଗୁଡ଼ିକ ବହୁ ବଡ଼ ବଡ଼ ଲୋକଙ୍କ ଅକ୍ତିଆରକୁ ଚାଲିଯାଇଛି। ଏହି ପ୍ରଭାବଶାଳୀ ବ୍ୟକ୍ତିମାନେ ନିଜ ଅଞ୍ଚଳରେ ମନଇଚ୍ଛା ବସ୍ତି ତିଆରି କରୁଛନ୍ତି କେବଳ ନିଜର ପତିଆରା ବଢ଼ାଇବା ପାଇଁ।

ବସ୍ତିର ପରିଚାଳନା ପୌରପାଳିକା ଉପରେ ନ୍ୟସ୍ତ ଥାଏ। ଏଥିପାଇଁ ମଧ୍ୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ସ୍ୱତନ୍ତ୍ର ବଜେଟ ଥାଏ। କିନ୍ତୁ ଏହି ଅର୍ଥର ବିନିଯୋଗ ଠିକ ଭାବେହ ହୋଇନଥାଏ।  ବସ୍ତି ନାଁରେ ଆସୁଥିବା ଅର୍ଥ ବହୁ ଜାଗାରେ ବାଟ ମାରଣା ହେଉଥିବାର ବହୁ ଅଭିଯୋଗ ମଧ୍ୟ ଆସୁଛି। ବସ୍ତିର ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପୂର୍ଣ୍ଣ ଭାବେ ପୌରପାଳିକା ଉପରେ ନିର୍ଭର କରୁଥିବା ବେଳେ ସେହି ଲୋକମାନେ ହିଁ ବାଟମାରଣା କାର୍ଯ୍ୟରେ ଲିପ୍ତ ରହିଥାନ୍ତି।

ବର୍ତ୍ତମାନ ଗଳି ଗଳିରେ ବସ୍ତି। ବିଶେଷ କରି ରାଜନୀତି କରୁଥିବା ଲୋକଙ୍କର ମଧ୍ୟ ବସ୍ତିରେ ଘର ଅଛି ଓ ବେଶ ଭଲ ରକମର ଭଡ଼ା ଆଦାୟ କରୁଥିବାର ଦେଖାଯାଉଛି। ବସ୍ତିର ୪୦ ପ୍ରତିଶତ ଘର ରାଜନୀତିରେ ଥିବା ଲୋକଙ୍କର ବୋଲି ଶୁଣାଯାଏ। ମାନବ ଅଧିକାର ଆଇନ ଅନୁସାରେ ବସ୍ତି ଏକ ସ୍ୱୀକୃତି ପ୍ରାପ୍ତ ଜାଗା ଯେଉଁ ଜାଗାକୁ କି ସରକାର ହଠାତ ନିଜ ଅକ୍ତିଆରକୁ ନେଇ ପାରିବେ ନାହିଁ। ତେଣୁ ଥିଲାବାଲା ଲୋକମାନେ ମଧ୍ୟ ବସ୍ତିରେ ଥିବା ଜାଗାକୁ ଅବାଧରେ ଅକ୍ତିଆର କରି ସେଠାରେ ଘର କରି ନିଜର ପତିଆରା ମଝବୁତ କରୁଛନ୍ତି। ଏହାକୁ ରୋକିବା ପାଇଁ କେହି ଆଗକୁ ବାହାରୁ ନାହାନ୍ତି।

କଟକ ଓ ଭୁବନେଶ୍ୱର ପ୍ରାୟ ୩୦ କର୍ପୋରେଟର ବସ୍ତିରେ ଘର କରି ବେଶ କିଛି ଭଡ଼ା  ଆକାରରେ ଆଦାୟ କରୁଥିବା ଶୁଣାଯାଏ। ଏଭଳି ଲୋକମାନେ ନିର୍ବାଚନ ସମୟରେ ବେଶ ଭଲ ଭୋଟ ମଧ୍ୟ ହାତେଇବାରେ ସକ୍ଷମ ହୋଇପାରନ୍ତି। ଏବେକାର ସରକାର ବସ୍ତି ଭୋଟକୁ ବେଶ ଗୁରୁତ୍ୱ ଦେଉଛନ୍ତି। ତେଣୁ ଏହି ଭଳି ବ୍ୟକ୍ତିମାନଙ୍କର କାର୍ଯ୍ୟ କଙ୍କଡ଼ାକୁ ଗୋଳି ପାଣି ସୁହାଇଲା ଭଳି ହେଉଛି। ରାଜ୍ୟ ସରକାରଙ୍କ ବିଜୁ ଜାଗା ମିଶନ ଯୋଜନା ଅଛି। ଏହି ଯୋଜନାରେ ଯେଉଁମାନେ ଭୂମିହୀନ ସେମାନଙ୍କୁ ଜାଗା ସହ ପଟା ବଣ୍ଟା ହେବ। ଏଥିପାଇଁ ସର୍ଭେ ମଧ୍ୟ ଆରମ୍ଭ ହୋଇଛି। କିନ୍ତୁ ୮୦ ପ୍ରତିଶତ ଲୋକ ଯେଉଁମାନେ ବସ୍ତିରେ ରହୁଛନ୍ତି ପ୍ରାୟ ସେମାନଙ୍କର ବାର୍ଷିକ ରୋଜଗାର ୫ ରୁ ୬ ଲକ୍ଷ ଟଙ୍କା। ତେଣୁ ସେମାନେ କିପରି ଏହି ଯୋଜନାରେ ସାମିଲ ହେବେ ତାହା ଏକ ବିରାଟ ପ୍ରଶ୍ନ।

ପ୍ରଭାବଶାଳୀ ଲୋକଙ୍କ କବଜାରେ ବସ୍ତି। ଏମାନଙ୍କ ହାତରୁ କେବେ ହଟିବ ଏହି ସବୁ ବସ୍ତି ଜମି ତାହା ଏକ ବଡ଼ ପ୍ରଶ୍ନ। ବସ୍ତିବାସିନ୍ଦାଙ୍କ ନାମରେ ମୂଲ୍ୟବାନ ସରକାରୀ ଜମି ହଡ଼ପ କରିବାର କୌଶଳ କରିଥିବା ଲୋକଙ୍କର ମୁଖା କେବେ ଖୋଲିବ? କେବେ ବନ୍ଦ ହେବ ଗରିବଙ୍କ ନାଁରେ ଗରିବଙ୍କୁ ଶୋଷଣ କରିବାର ଘୃଣ୍ୟକର୍ମ? ଏଇ ପ୍ରଭାବଶାଳୀ ଲୋକଙ୍କ ଶୋଷଣ ଓ କଷଣ ଯୋଗୁଁ ହିଁ ବସ୍ତିରେ ବଢ଼ୁଛି ନାନା ରକମର ଅପରାଧୀଙ୍କ ଆଶ୍ରୟସ୍ଥଳ। ଏହି ପ୍ରଭାବଶାଳୀ ଲୋକମାନଙ୍କର ମୁଖା ଖୋଲିଲେ ସହରରେ ବଢ଼ୁଥିବା ଲୁଟ, ଚୋରି, ହତ୍ୟା ଆଦି ଅପରାଧ ଆପେ ଆପେ କମିଯିବ। ବସ୍ତିଗୁଡ଼ିକରେ ଗଞ୍ଜେଇ ମାଫିଆ, ଚରସ ମାଫିଆ ଆଦି ରହି ଆଡ୍ଡା ଜମେଇ ପାରିବେ ନାହିଁ। ବସ୍ତିକୁ ଯଦି ଆମେ ଠିକ ଭାବେ ସର୍ଭେ କରିବା ତାହେଲେ, ଅନେକ ଭଦ୍ରମୁଖାଧାରୀ ଅପରାଧୀ ଚିହ୍ନଟ ହେବା ସହିତ ସୁସ୍ଥ ସହରଟିଏ ଗଢ଼ି ହୋଇପାରିବ।

ଫୋ- ୯୪୩୭୧୩୨୯୬୩

The post କାହାର ବସ୍ତି? କିଏ ବଦନାମ? appeared first on Odisha Reporter.



from Odisha Reporter https://ift.tt/dr8jTOW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages