୩୦ ମେ’, ସୋମବାର: ଆୟ ଅପେକ୍ଷା ବ୍ୟୟ ଅଧିକ ହେବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 29, 2022

୩୦ ମେ’, ସୋମବାର: ଆୟ ଅପେକ୍ଷା ବ୍ୟୟ ଅଧିକ ହେବ

ମେଷ: ସହକର୍ମୀ ମାନଙ୍କ ସହ ସୁସଂପର୍କ ରକ୍ଷା କରିବେ। ଆଶା କରୁଥିବା କାମଟି ବନ୍ଧୁଙ୍କ ଦ୍ୱାରା ସହଜରେ ହୋଇଯିବ। ଦୂରେଇ ଯାଇଥିବା ବନ୍ଧୁ ଅତି ଆପଣାର ହେବେ।

ବୃଷ: ସନ୍ତାନ ମାନଙ୍କର ଉନ୍ନତିରେ ଆନନ୍ଦିତ ହେବେ। ଭୂମି, ଭବନ ଓ ଗାଡ଼ି କ୍ରୟ କରିବା ପାଇଁ ସୁଯୋଗ ମିଳିବ। ବ୍ୟବସାୟରେ ଭଲ ଲାଭ ପାଇବେ।

ମିଥୁନ: ସାମାଜିକ ସ୍ତରରେ ଦୃଢ଼ ପଦକ୍ଷେପ ନେଇ ପ୍ରଶଂସିତ ହେବେ। କୋର୍ଟରେ ମାମଲା ଥିଲେ ରାୟ ଆପଣଙ୍କ ସପକ୍ଷରେ ଯାଇପାରେ।

କର୍କଟ: ପୈତୃକ ସମ୍ପତ୍ତି ନେଇ ରହିଥିବା ସମସ୍ୟାର ସମାଧାନ ହୋଇଯିବ। ଆର୍ଥିକ କ୍ଷେତ୍ରଟି ସୁଦୃଢ଼ ହେବ। ନୂତନ ଗୃହ ନିର୍ମାଣ କରିବାକୁ ଯୋଜନା ପ୍ରସ୍ତୁତ କରିବେ।

ସିଂହ: ସରକାରୀ କର୍ମଚାରୀମାନେ ଉତ୍ତମ କାର୍ଯ୍ୟ କରି ପ୍ରଶଂସା ପାଇବେ। ପୁରାତନ ରୋଗରୁ ଉପଶମ ମିଳିବ। ଶାନ୍ତି ଅନୁଭବ କରିବେ।

କନ୍ୟା: ପାରିବାରିକ ଜୀବନ ଭଲ ରହିବ। ଦୀର୍ଘଦିନରୁ ଅଟକି ରହିଥିବା କାର୍ଯ୍ୟ ସଂପନ୍ନ ହେବ। ବ୍ୟବସାୟୀଙ୍କ ପାଇଁ ଦିନଟି ବେଶ୍ ଭଲ ରହିଛି।

ତୁଳା: ପରିଶ୍ରମର ସୁଫଳ ପ୍ରାପ୍ତି ହେବ। ରାଜନୀତି କ୍ଷେତ୍ରରେ ଥିବା ଲୋକେ ଖୁବ୍ ଆଶାବାଦୀ ହେବେ। ଆୟ ଅପେକ୍ଷା ବ୍ୟୟ ଅଧିକ ହେବ।

ବିଛା: ସହନଶୀଳତା କାଏମ ରହିବ। ସାମାଜିକ ପତିଆରା ଅମଳିନ ରହିବ। କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତି ହେବ।

ଧନୁ: ସନ୍ତାନମାନଙ୍କ ଭବିଷ୍ୟତକୁ ନେଇ ଯୋଜନା ପ୍ରସ୍ତୁତ କରିବେ। ନୂଆ ଚାକିରିର ସୁଯୋଗ ମିଳିପାରେ। ନୂତନ ଯୋଜନାରେ ସଫଳତା ମିଳିବ।

ମକର: ବ୍ୟବସାୟରେ ଭଲ ଲାଭ ପାଇବେ। ପରିବାରରେ ସୁସମ୍ପର୍କ ବଜାୟ ରହିବ। ସବୁ କାର୍ଯ୍ୟ ସହଜରେ ହେବ।

କୁମ୍ଭ: କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ପାରିବାରିକ ଜୀବନ ଭଲ ରହିବ। ବିଦ୍ୟାର୍ଥୀଙ୍କୁ ପ୍ରତିଯୋଗିତାରେ ସଫଳତା ମିଳିବ।

ମୀନ: ମାନସମ୍ମାନ ବଢ଼ିବ। ପୁରୁଣା ବାଦବିବାଦର ଅବସାନ ଘଟିବ। ବ୍ୟବସାୟ କ୍ଷେତ୍ରରେ ଥିବା ଲୋକଙ୍କୁ ସୁଫଳ ପ୍ରାପ୍ତିହେବ।

The post ୩୦ ମେ’, ସୋମବାର: ଆୟ ଅପେକ୍ଷା ବ୍ୟୟ ଅଧିକ ହେବ appeared first on Odisha Reporter.



from Odisha Reporter https://ift.tt/vitfZMx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages