ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ରାତି ଅଧିଆ ଜିପିଆର୍ ସର୍ଭେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 21, 2022

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ରାତି ଅଧିଆ ଜିପିଆର୍ ସର୍ଭେ

ପୁରୀ (ଓଡ଼ିଶା ରିପୋର୍ଟର): ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିବାଦ ଲାଗି ରହିଥିବା ବେଳେ ଏଥିରେ ଯୋଡ଼ି ହୋଇଛି ଏକ ନୂଆ ଖିଅ। ଶ୍ରୀମନ୍ଦିର ଚାରିପାଖରେ ଦୁଇ ଦିନ ହେଲାଣି ରାତି ଅଧରେ କରାଯାଉଛି ଜିପିଆର୍ (Ground-penetrating radar ) ସର୍ଭେ। ହେଲେ କଥାଟା ଗତକାଲି ରାତିରେ ଜଣାପଡ଼ିଲା। ଯେତେବେଳେ ଏହି କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କୁ ପଚରାଗଲା, ସେମାନେ କହିଥିଲେ ଯେ ଏହା ଦ୍ୱିତୀୟ ଦିନ ପାଇଁ କରାଯାଉଛି। ଶୁକ୍ରବାର ରାତିରୁ ଏହାର ଆରମ୍ଭ ହୋଇଛି। ଆହୁରି ଦୁଇ ଦିନ କରାଯିବ। ରାତିରେ ଜିପିଆର ସର୍ଭେ କରିବାକୁ କୁହାଯାଇଥିବା ସେମାନେ ସୂଚନା ଦେଇଛନ୍ତି।

ସେମାନଙ୍କ ସୂଚନା ଅନୁଯାୟୀ, ଓବିସିସିର ଚିଠି କ୍ରମେ ଗୁଜରାଟର ଗାନ୍ଧୀନଗର ଆଇଆଇଟି ପକ୍ଷରୁ ଏହି ସର୍ଭେ କରାଯାଇଛି। ଗାନ୍ଧୀ ନଗର ଆଇଆଇଟି ଜିଓକାର୍ଟ ରାଡାର ଟେକ୍ନୋଲୋଜି ପ୍ରାଇଭେଟ୍ ଲିମିଟେଡ୍‌ ଜରିଆରେ ଜିପିଆର ସର୍ଭେ କରୁଛି। ଆଉ ଦୁଇ ଦିନ ସର୍ଭେ କରିବା ପରେ ୧୫ ଦିନ ଭିତରେ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି।

ଗତକାଲି ଏହି କର୍ମଚାରୀମାନେ ରାତି ୧୨ଟା ପରେ ଏମାର ମଠ, କାକୁଡ଼ିଆଖାଇ ମନ୍ଦିର, ଶ୍ରୀମନ୍ଦିରର ଦକ୍ଷିଣ ଦ୍ୱାରରୁ ପଶ୍ଚିମ ଦ୍ୱାର ପର୍ଯ୍ୟନ୍ତ ଜିପିଆର୍ ସର୍ଭେ କରିଥିବା ଦେଖିବାକୁ ମିଳିଥିଲା।

ଶ୍ରୀମନ୍ଦିର ପ୍ରଶାସନ ବା ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସର୍ଭେ ନେଇ କିଛି ସୂଚନା ଦିଆଯାଇ ନଥିବା ବେଳେ ବିଳମ୍ବିତ ରାତିରେ ଏହି କାର୍ଯ୍ୟ କରାଯାଉଥିବାରୁ ଲୋକଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି। ଦିନରେ ଜିପିଆର୍ ସର୍ଭେ ନ କରାଯାଇ ରାତିରେ କାହିଁକି କରାଯାଉଛି? ଦିନରେ କଲେ କ’ଣ କ୍ଷତି ହୋଇଥା’ନ୍ତା? ରାତିରେ ଏହି କାର୍ଯ୍ୟ କରି କିଛି ଲୁଚାଇବାକୁ ପ୍ରୟାସ କରାଯାଉଛି କି? ନା ସରକାର ପ୍ରକଳ୍ପ କାମ ଆରମ୍ଭ କରିବା ପୂର୍ବରୁ ମାଟିତଳଆ ଐତିହ କୀର୍ତ୍ତିରାଜି ଅଛି କି ନାହିଁ ଜାଣିବାକୁ ଏହି କାର୍ଯ୍ୟ କରି ନଥିବାରୁ ଏବେ ଏହାକୁ କରି ଜୁନ୍ ମାସରେ ହାଇକୋର୍ଟରେ ଦାଖଲ କରିବାକୁ ଥିବା ରିପୋର୍ଟରେ ଦର୍ଶାଇବେ ଯେ ଜିପିଆର୍‌ ସର୍ଭେ ହୋଇଛି।

କିଛି ଦିନ ତଳେ ବିଜେଡିର ପୁରୀ ସାଂସଦ ପିନାକୀ ମିଶ୍ର କହିଥିଲେ ଯେ ଯେଉଁମାନେ କହୁଛନ୍ତି ଜିପିଆର୍ କରା ନଯାଇ ପ୍ରକଳ୍ପ କାମ କରାଯାଉଛି, ତାହା ଭିତ୍ତିହୀନ। ହାଇକୋର୍ଟରେ ଦାଖଲ ହେବାକୁ ଥିବା ସତ୍ୟପାଠ ସବୁ ସ୍ପଷ୍ଟ କରି ଦେବ। ସେଥିପାଇଁ କେବଳ ଟିକେ ଧୈର୍ଯ୍ୟ ଧରି ଅପେକ୍ଷା କରିବାକୁ ପଡ଼ିବ।

ଏବେ ରାତି ଅଧିଆ ଜିପିଆର ସର୍ଭେ ହେଉଥିବା ଦେଖି ସମସ୍ତଙ୍କର ପିକାନୀ ମିଶ୍ରଙ୍କ ଏହି କଥା ମନେ ପଡୁଛି। ଯଦି ସରକାର ପ୍ରକଳ୍ପ କାମ ଆରମ୍ଭ କରିବା ପୂର୍ବରୁ ମାଟିତଳେ ଐତିହ କୀର୍ତ୍ତିରାଜି ଅଛି କି ନାହିଁ ଜାଣିବାକୁ ଜିପିଆର ସର୍ଭେ କରିଥିଲେ, ତା’ହେଲେ ଦୁଇ ଦିନ ହେଲାଣି ରାତି ଅଧରେ କାହିଁକି ପୁଣି ସେହି କାର୍ଯ୍ୟକୁ କରାଯାଉଛି? ନା ପିନାକୀ ମିଶ୍ର ସତ କହିଛନ୍ତି ବୋଲି ପ୍ରମାଣ ଦେଖାଇବାକୁ ହେଉଛି ଏହି ସର୍ଭେ?

ଏଏସ୍‌ଆଇ ପକ୍ଷରୁ ହାଇକୋର୍ଟରେ ଦାଖଲ କରାଯାଇଥିବା ସତ୍ୟପାଠରେ କୁହାଯାଇଥିଲା ଯେ ଯୁଗ୍ମ ଯାଞ୍ଚ ବେଳେ ଜଣାପଡ଼ିଥିଲା ଯେ ପ୍ରକଳ୍ପ କାମ ଆରମ୍ଭ କରିବା ପୂର୍ବରୁ ମାଟିତଳେ ଐତିହ କୀର୍ତ୍ତିରାଜି ଅଛି ନା ନାହିଁ ଜାଣିବା ପାଇଁ ଜିପିଆର୍ ସର୍ଭେ କରାଯାଇ ନାହିଁ। ସେହିଭଳି ଦୁଇ ଦିନ ତଳେ ଏଏସ୍‌ଆଇର ଆଞ୍ଚଳିକ ଅଧୀକ୍ଷକ କହିଥିଲେ ଯେ ଶ୍ରୀମନ୍ଦିର ଚାରିପାଖରେ ମାଟି ତଳେ ଐତିହ କୀର୍ତ୍ତିରାଜି ଭରି ରହିଥିବାର ସମ୍ଭାବନା ରହିଛି।

ସୂଚନାଯୋଗ୍ୟ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଏମାର ମଠ ପରିସରରେ ଖନନ ଚାଲିଥିବା ବେଳେ ଦୁଇଟି ଭଗ୍ନ ସିଂହ ମୂର୍ତ୍ତି ଓ ଏକ ପାଚେରୀର ସନ୍ଧାନ ମିଳିବା ପରେ ବିବାଦ ଆହୁରି ଜୋର ଧରିଥିଲା। ଏହି ପ୍ରକଳ୍ପ କାର୍ଯ୍ୟ ଯୋଗୁ ଅନେକ ଐତିହ କୀର୍ତ୍ତିରାଜି ନଷ୍ଟ ହୋଇପାରେ ବୋଲି ଏଏସ୍‌ଆଇ ଯେଉଁ ଆଶଙ୍କା କରୁଥିଲା, ତାହା ସତ ହୋଇଛି ବୋଲି ଆଲୋଚନା ହୋଇଥିଲା।

The post ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ରାତି ଅଧିଆ ଜିପିଆର୍ ସର୍ଭେ appeared first on Odisha Reporter.



from Odisha Reporter https://ift.tt/ekp6q2w

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages