କମିଲା ପେଟ୍ରୋଲ-ଡିଜେଲ ଦର, ମୋଦି ସରକାରଙ୍କୁ ପ୍ରଶଂସାରେ ପୋତି ପକାଇଲେ ଇମ୍ରାନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 21, 2022

କମିଲା ପେଟ୍ରୋଲ-ଡିଜେଲ ଦର, ମୋଦି ସରକାରଙ୍କୁ ପ୍ରଶଂସାରେ ପୋତି ପକାଇଲେ ଇମ୍ରାନ୍‌

ଇସଲାମାବାଦ: ପାକିସ୍ତାନରେ ଶେଷ ହୋଇଯାଇଛି ଇମ୍ରାନ୍‌ ଖାନ୍‌ଙ୍କ ଯୁଗ। ଇମ୍ରାନ ଖାନ୍‌ ଗାଦିଚ୍ୟୁତ ହେବା ପରେ ବିରୋଧୀଙ୍କୁ ପ୍ରତିଦିନ ଟାର୍ଗେଟ୍‌ କରୁଛନ୍ତି। ତେବେ ସବୁଠୁ ଆଶ୍ଚର୍ଯ୍ୟପୂର୍ଣ୍ଣ କଥା ହେଲା ଯେଉଁ ଭାରତକୁ ଦିନେ ସମାଲୋଚନା କରୁଥିଲେ ଏବେ ଗାଦି ଯିବା ପରେ ଇମ୍ରାନ୍‌ ସେହି ଭାରତକୁ ପ୍ରଶଂସାରେ ପୋତି ପକାଉଛନ୍ତି। ଏପରିକି ବାରମ୍ବାର ବିରୋଧୀଙ୍କୁ ଭାରତର ନୀତିକୁ ନେଇ ଉଦାହରଣ ମଧ୍ୟ ଦେଉଛନ୍ତି।

ଏବେ ପୁଣି ଥରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଭାରତ ଓ ଭାରତ ସରକାରଙ୍କୁ ପ୍ରଶଂସା କରିଛନ୍ତି। କେନ୍ଦ୍ର ସରକାର ପେଟ୍ରୋଲ ଡିଜେଲ ଦର ଉପରେ ଉତ୍ପାଦନ ଶୁଳ୍କ ହ୍ରାସ କରିବା ପରେ ଭାରତ ସରକାରଙ୍କୁ ଭୁରିଭୁରି ପ୍ରଶଂସା କରିଛନ୍ତି ପୂର୍ବତନ ପାକ ପ୍ରଧାନମନ୍ତ୍ରୀ। ରୁଷ ଠାରୁ ଭାରତର ଶସ୍ତାରେ ତେଲ କିଣିବା ନିଷ୍ପତ୍ତିକୁ ଇମ୍ରାନ ସ୍ୱାଗତ କରିଛନ୍ତି।

ସେ କହିଛନ୍ତି ‘ଭାରତ ସ୍କ୍ୱାର୍ଡ ଦେଶର ସଦସ୍ୟ ହୋଇବି ଆମେରିକାର ଚାପକୁ ଖାତିର ନ କରି ତା’ ନାଗରିକଙ୍କୁ ମହଙ୍ଗାମାଡ଼ରୁ ମୁକ୍ତି ଦେବାକୁ ରୁଷ ଠାରୁ ରିହାତି ଦରରେ ତୈଳ କିଣିଲା। ଆମ ସରକାର ବି ସ୍ୱାଧୀନ ବୈଦେଶିକ ନୀତି ଆପଣାଇ ଏପରି କରିବାକୁ ଚାହୁଁଥିଲା’

ଇମ୍ରାନ ଏଥିସହ ସେ ପାକିସ୍ତାନ ସରକାରଙ୍କୁଟାର୍ଗେଟ୍‌ କରିଛନ୍ତି। ସେ ପାକିସ୍ତାନ ମୁସଲିଗ ଲିଗ୍‌(ଏନ୍‌) ସରକାରଙ୍କୁ ‘ମୁଣ୍ଡବିହୀନ କୁକୁଡ଼ା ପରି ଅର୍ଥନୀତି’ ପାଇଁ ନିନ୍ଦା କରିଛନ୍ତି। ଅର୍ଥନୀତିକୁ ବିଶୃଙ୍ଖଳିତ କରି ଭୀତତ୍ରସ୍ତ ଓ ନିର୍ବିଚାର ଭାବେ ଅଯଥା କାର୍ଯ୍ୟରେ ମାତିଥିବା କହିଛନ୍ତି ଇମ୍ରାନ।

ସୂଚନାଯୋଗ୍ୟ, ଶନିବାର କେନ୍ଦ୍ର ସରକାର ଇନ୍ଧନ ଉପରୁ ଉତ୍ପାଦନ ଶୁଳ୍କ ହ୍ରାସ କରିବାକୁ ଘୋଷଣ କରିଥିଲେ। ଏହି ଘୋଷଣା ପରେ ଏବେ ଭାରତରେ  ପେଟ୍ରୋଲ୍‌ ଲିଟର ପିଛା ୯ଟଙ୍କା ୫୦ ପଇସା ଓ ଡିଜେଲ୍‌ ଲିଟର୍ ପିଛା ୭ ଟଙ୍କା କମ୍‌ରେ ବିକ୍ରି ହେଉଛି।

The post କମିଲା ପେଟ୍ରୋଲ-ଡିଜେଲ ଦର, ମୋଦି ସରକାରଙ୍କୁ ପ୍ରଶଂସାରେ ପୋତି ପକାଇଲେ ଇମ୍ରାନ୍‌ appeared first on Odisha Reporter.



from Odisha Reporter https://ift.tt/whCrsAl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages