କଟକ(ଓଡ଼ିଶା ରିପୋର୍ଟର): ଆଉ ଦିନକ ପରେ ଅର୍ଥାତ୍ ୧୨ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି-୨୦ ମ୍ୟାଚ। ଏଥିପାଇଁ ଆଜି ଭୁବନେଶ୍ୱରରେ ପହଞ୍ଚିବେ ଉଭୟ ଦଳର ଖେଳାଳି। ଆଜି ଦିନ ଗୋଟାଏରେ ଦୁଇ ଦଳର ଖେଳାଳି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ସେଠାରୁ ଖେଳାଳିଙ୍କୁ କଡ଼ା ସୁରକ୍ଷା ଭିତରେ ହୋଟେଲକୁ ପାଛୋଟି ନିଆଯିବ।
ଏଥିପାଇଁ କମିଶନରେଟ୍ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଖେଳାଳିଙ୍କ ସୁରକ୍ଷା ଲାଗି ହୋଟେଲରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସାଙ୍ଗକୁ କେବଳ ଭୁବନେଶ୍ୱରରେ ୨୦ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି। କ୍ରିକେଟରମାନେ ପ୍ରାକ୍ଟିସ ପାଇଁ କଟକ ଯିବାକୁ ଥିବାରୁ ସେମାନଙ୍କ ଯାତାୟତ ଲାଗି ସ୍ୱତନ୍ତ୍ର ଓ ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
ବାରବାଟୀ ଷ୍ଟାଡିୟମରେ ଉଦ୍ଘାଟିତ ହୋଇଛି ନୂଆ ଫ୍ଲଡ୍ ଲାଇଟ୍ ବ୍ୟବସ୍ଥା। ୨୦ ବର୍ଷର ପୁରୁଣା ଲାଇଟକୁ ପରିବର୍ତ୍ତନ କରାଯାଇ ନୂଆ LED ଲାଇଟ୍ ଲଗାଇଛି ଓଡ଼ିଶା କ୍ରିକେଟ୍ ଆସୋସିଏସନ୍। ଏଥିପାଇଁ ଗତକାଲି ଷ୍ଟାଡିୟମରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଉତ୍ସବରେ କ୍ରୀଡ଼ା ସଚିବ ଯୋଗ ଦେଇ ନୂଆ ଫ୍ଲଡ ଲାଇଟ୍କୁ ଉଦ୍ଘାଟନ କରିଥିଲେ। ରାଜ୍ୟ ତଥା ଜିଲ୍ଲା ପ୍ରଶାସନର ବହୁ ପ୍ରଶାସକ ମଧ୍ୟ ଉପସ୍ଥିତ ଥିଲେ।
The post ବାରବାଟୀ ଟି-20; ଆଜି ଭୁବନେଶ୍ୱରରେ ପହଞ୍ଚିବେ ଉଭୟ ଟିମ୍ର ଖେଳାଳି appeared first on Odisha Reporter.
from Odisha Reporter https://ift.tt/xFsULR5
No comments:
Post a Comment