ରାଗ ରଖିଲେ ହାତୀ ପଲ; ବୃଦ୍ଧାଙ୍କୁ ଦଳିଦେଲେ, ଶବ ସତ୍କାର କରାଇ ଦେଲେନି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, June 10, 2022

ରାଗ ରଖିଲେ ହାତୀ ପଲ; ବୃଦ୍ଧାଙ୍କୁ ଦଳିଦେଲେ, ଶବ ସତ୍କାର କରାଇ ଦେଲେନି

ବାରିପଦା(ମାଣିକ ଲାଲ ପାଣି): ରାଗ ରଖିଲେ ହାତୀ ପଲ। ଜଣେ ବୃଦ୍ଧାଙ୍କୁ ଜୀବନରୁ ମାରିଦେବା ପରେ ମଧ୍ୟ ସେମାନଙ୍କ ରାଗ ଶାନ୍ତ ହେଲାନି। ପ୍ରାୟ ୧୨ ଘଣ୍ଟା କାଳ ମୃତଦେହ ସତ୍କାର କରିବାକୁ ବି ଦେଲେନି।  ଗତକାଲି ସନ୍ଧ୍ୟାରୁ ମୃତଦେହକୁ ସତ୍କାର କରିବାକୁ ଅପେକ୍ଷା କରିଥିବା ପରିବାର ଲୋକେ ଶେଷରେ ଆଜି ସକାଳେ ଏହି କାମ  କରିଛନ୍ତି। ଏହିପରି ଅଭାବନୀୟ ଘଟଣା ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ରେଞ୍ଜ ଅଧୀନ ରାଇପାଳ ଗାଁରେ ଘଟିଛି।

ଗତ କାଲି ଗାଁର ମାୟା ମୁର୍ମୁ ପାଣି ଆଣିବାକୁ ଯାଇଥିବା ବେଳେ ଗାଁ ମୁଣ୍ଡରେ ହାତୀପଲ ହାବୁଡରେ ପଡି ଯାଇଥିଲେ । ଏକ ହାତୀ ତାଙ୍କୁ ଦଳି ଦେବାରୁ ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ବାରିପଦା ମେଡିକାଲ କଲେଜ ନେଇଯାଇଥିଲେ। ମାତ୍ର ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା ।  ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକେ ମୃତଦେହକୁ ଗାଁକୁ ଆଣି ସତ୍କାର ନିମନ୍ତେ ଜଙ୍ଗଲକୁ ନେଇଥିଲେ।

ଜଙ୍ଗଲରେ ମୃତଦେହ ପଡ଼ିଥିବା ବେଳେ ପରିବାର ଲୋକେ ସତ୍କାର କରି ପାରୁ ନାହାନ୍ତି।

ତେବେ ଉକ୍ତ ସମୟରେ ଜଙ୍ଗଲରେ ହାତୀ ପଲ ବୁଳୁଥିବା ବେଳେ ହଠାତ ଏକ ହାତୀ ଆସି ଶବ ଉଠାଇ ଫିଙ୍ଗି ଦେଇଥିଲା। ଏହାପରେ ହାତୀପଲ ସେଠାରେ ରାତି ତମାମ ଜଗି ରହିଥିଲେ । ଫଳରେ ସକାଳ ସୁଦ୍ଧା ଶବ ସତ୍କାର ହୋଇପାରି ନ ଥିଲା।

ହାତୀ ପଲରେ ୧୨ଟି ହାତୀ ଥିବା ବେଳେ ସେମାନେ ରାତିରେ ମୃତକଙ୍କ ଘର ସଂପୂର୍ଣ୍ଣ ଭାଙ୍ଗି ଦେବା ସହ ଆଖ ପାଖ ତିନୋଟି ଘରକୁ ମଧ୍ୟ ଭାଙ୍ଗି ଦେଇଛନ୍ତି ।  ରାତି ତମାମ ଗାଁରେ ହାତୀ ଉତ୍ପାତ ଯୋଗୁଁ ଲୋକେ ଭୟଭୀତ ହୋଇ ଥିବା ବେଳେ ଆଜି ସକାଳୁ ହାତୀ ଅନ୍ୟତ୍ର ଯିବା ପରେ ମହିଳାଙ୍କ ଶବ ସତ୍କାର କରା ଯାଇଛି।

ହାତୀ ପଲ ଭାଙ୍ଗି ଦେଇଥିବା ଘର ।

ସୂଚନାଯୋଗ୍ୟ, ଗତ କିଛି ଦିନ ହେଲାଣି ଝାଡ଼ଖଣ୍ଡ ଆଡୁ ୭୦ ଟିକିଆ ହାତୀପଲ ଆସି ଛୋଟ ଛୋଟ ଗୋଠ ହୋଇ ବିଭିନ୍ନ ଜଙ୍ଗଲରେ ବୁଲୁଥିବା ବେଳେ ବହୁ ଧନଜୀବନ ନଷ୍ଟ କରୁଛନ୍ତି। ବନ ବିଭାଗ ମଧ୍ୟ ସେମାନଙ୍କୁ ଘଉଡାଇବାରେ ଫେଲ ମାରିଛି ।

The post ରାଗ ରଖିଲେ ହାତୀ ପଲ; ବୃଦ୍ଧାଙ୍କୁ ଦଳିଦେଲେ, ଶବ ସତ୍କାର କରାଇ ଦେଲେନି appeared first on Odisha Reporter.



from Odisha Reporter https://ift.tt/k8nCKHx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages