ନୂଆଦିଲ୍ଲୀ: ମହାମାରୀ କରୋନାର ପ୍ରକୋପ ଜାରି ରହିଛି। ଯଦିଓ ସଂକ୍ରମଣର ଦ୍ରୁତଗତି ହ୍ରାସ ପାଇଛି ତଥାପି ଏହାର ପ୍ରଭାବ କମି ନାହିଁ। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୮୮୨୨ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ଫଳରେ ସଂକ୍ରମଣର ମୋଟ ସଂଖ୍ୟା ୪,୩୨,୪୫,୫୧୭କୁ ବୃଦ୍ଧି ପାଇଛି। ଭାରତରେ ଏବେ ୫୩,୬୩୭ଟି କୋଭିଡ୍ ମାମଲା ଆକ୍ଟିଭ ରହିଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ଏହି ତଥ୍ୟ ଜାରି କରାଯାଇଛି। ସେହିପରି ବୁଧବାର କରୋନାରେ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ରେକର୍ଡ଼ ହୋଇଛି। ଏହାକୁ ମିଶାଇ ସମୁଦାୟ ମୃତ୍ୟୁ ସଂଖ୍ୟା ୫,୨୪,୭୮୨କୁ ଛୁଇଁଛି।
ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୫୭୧୮ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ ସୁସ୍ଥଙ୍କ ସଂଖ୍ୟା ୪,୨୬,୬୭,୦୮୮ରେ ପହଞ୍ଚିଛି। ଏଥିସହ ଦୈନିକ ପଜିଟିଭିଟିହାର ୨ ପ୍ରତିଶତରେ ସ୍ଥିର ରହିଛି। କିନ୍ତୁ ସାପ୍ତାହିକ ପଜିଟିଭିଟି ରେଟ ୨.୩୫ ପ୍ରତିଶତ ରହିଛି। ଜାତୀୟହାରରେ ରିକଭରି ରେଟ୍ ୯୮,୬୬ ପ୍ରତିଶତ ରହିଛି। ଏଯାଏଁ ଦେଶରେ ମୋଟ କୋଭିଡ ଟିକା ପ୍ରନାନରେ ୧୯୫.୫ କୋଟି ଅତିକ୍ରମ କରିଛି।
ଅନ୍ୟପଟେ ଦେଶର ଗୁରତ୍ୱପୂର୍ଣ୍ଣ ମେଡିକାଲ, ବସ୍ଷ୍ଟାଣ୍ଡ ଓ ଏୟାରପୋର୍ଟ ,ରେଲୱେ ଷ୍ଟେସନ ଭଳି ସମ୍ବେଦନଶୀଳ ସ୍ଥାନରେ ମାସ୍କ ବ୍ୟବହାର ବାଧ୍ୟତାମୂଳକ କରାଯାଇଛି। କୋଭିଡ୍-୧୯ ସଂକ୍ରମଣ ମାମଲା ହଠାତ୍ ବୃଦ୍ଧି ପାଇବାରୁ ଖୋଲା ସ୍ଥାନ ବ୍ୟତୀତ ବାକି ସମସ୍ତ ସର୍ବସାଧାରଣସ୍ଥାନଗୁଡ଼ିକରେ ମାସ୍କ୍ ପରିଧାନ କରିବା ପାଇଁ ମହାରାଷ୍ଟ୍ର ସରକାର ନାଗରିକମାନଙ୍କ ନିମନ୍ତେ ନିର୍ଦ୍ଦେଶ ଜାରି କରିଛନ୍ତି। ଏନେଇ ରାଜ୍ୟ ସକରାରଙ୍କ ତରଫରୁ ସମସ୍ତ ଜିଲ୍ଲାକୁ ଚିଠି ଲେଖି ନିର୍ଦ୍ଦେଶ ଜାରି କରାଯାଇଛି। ବସ୍, ଟ୍ରେନ୍, ଫିଲ୍ମ ହଲ୍, ସମାଗୃହ, ଅଫିସ, ହସ୍ପିଟାଲ, କଲେଜ, ସ୍କୁଲ ଏବଂ ଅନ୍ୟ ସମସ୍ତ ସାର୍ବଜନୀନ ସ୍ଥାନରେ ଏବେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି।
The post ୨୪ ଘଣ୍ଟାରେ ୮,୮୨୨ ନୂଆ କରୋନା ମାମଲା ଚିହ୍ନଟ appeared first on Odisha Reporter.
from Odisha Reporter https://ift.tt/vce74Fj
No comments:
Post a Comment