ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ବଲାଙ୍ଗିର ଜିଲ୍ଲା ମହାଦେବ ମନ୍ଦିର ଛକଠାରେ ଗତକାଲି ବିଳମ୍ବିତ ରାତିରେ ସଡ଼କ ଦୁର୍ଘଟଣା ଘଟିଛି। ଏକ କାର୍ ଭାରସାମ୍ୟ ହରାଇ ପ୍ରଥମେ ଡିଭାଇଡରରେ ପିଟି ହୋଇ ପରେ ରାସ୍ତାକଡ଼ରେ ଥିବା ଦୋକନ ଉପରେ ମାଡ଼ି ଯାଇଛି।
ସୌଭାଗ୍ୟ ବଶଃତ ଏତେ ବଡ଼ ଦୁର୍ଘଟଣାରୁ କାର୍ ଡ୍ରାଇଭର ଅଳ୍ପକେ ବଞ୍ଚି ଯାଇଛନ୍ତି। କାର୍ରେ ଥିବା ଶାସ୍ତ୍ରୀନଗର ପଡାର ସୁଧାଂଶୁ ଶେଖର ଖମାରୀ ସାମାନ୍ୟ ଆହତ ହୋଇଥିଲେ। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ସେ ଘରକୁ ଫେରି ଯାଇଛନ୍ତି।
ଦୁର୍ଘଟଣାରେ କାର୍ର ସାମ୍ନା ଅଂଶଟି ଭାଙ୍ଗି ନଷ୍ଟ ହୋଇଯାଇଛି। ସୁଧାଂଶୁ କାର୍ରେ ଏକା ଥିଲେ। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।
The post ଡିଭାଇଡରରେ ପିଟି ହୋଇ ଦୋକାନ ଉପରେ ମାଡ଼ିଗଲା କାର୍ appeared first on Odisha Reporter.
from Odisha Reporter https://ift.tt/qm3UwZN
No comments:
Post a Comment