କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): ପୋଖରୀ କୂଳରେ ଖେଳିବା କାଳ ହେଲା। ଛକି ବସିଥିଲା ମୃତ୍ୟୁ । ବାଲି ଆଡ଼େଇ ଆଡ଼େଇ ଖେଳୁ ଖେଳୁ ଆଉ ତା’ ଭିତରୁ ବାହାରି ପାରି ନ ଥିଲେ ୨ ନାବାଳକ । ପରିବାର ଲୋକେ ବହୁ ଖୋଜାଖୋଜି ପରେ ସେମାନଙ୍କୁ ଉଦ୍ଧାର କରି କେନ୍ଦ୍ରାପଡ଼ା ମେଡିକାଲ ନେଇଥିବା ବେଳେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଏପରି ଅଭାବନୀୟ କାଣ୍ଡ କେନ୍ଦ୍ରାପଡ଼ା ଜିଲ୍ଲା ମାଗୁରା ଗଣ୍ଡପାଟଣା ଗାଁରେ ଘଟିଛି। ମୃତକଦ୍ୱୟ ହେଲେ ବୁଦ୍ଧରାମ ଚାମିଆଙ୍କ ୧୩ ବର୍ଷୀୟ ପୁଅ ସୁରେନ୍ଦ୍ର ଚାମିଆ ଓ ୭ ବର୍ଷୀୟ ସୁରେନ୍ଦ୍ର ଚକ୍ ।
ମାଗୁରା ଗଣ୍ଡପାଟଣା ଗାଁରେ ପୋଖରୀ ଖୋଳା କାମ ସରିଥିବା ବେଳେ ସେଠାରେ ମାଟି,ବାଲି ଗଦା ହୋଇଛି। ଗତକାଲି ମଧ୍ୟାହ୍ନ ସମୟରେ ୪ ନାବାଳକ ମାଛ ଧରିବାକୁ ସେଠାକୁ ଯାଇଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣ ମାଛ ଧରୁଥିବା ବେଳେ ସୁରେନ୍ଦ୍ର ଚାମିଆ ଓ ସୁରେନ୍ଦ୍ର ଚକ୍ ବାଲି ଆଡ଼େଇ ଆଡ଼େଇ ଖେଳୁଥିଲେ। ଏହା ମଧ୍ୟରେ ସେମାନେ ବାଲି ଭିତରକୁ ପଶି ପଶି ଯାଇଥିବା ବେଳେ ଆଉ ବାହାରକୁ ବାହାରି ପାରି ନ ଥିଲେ। ଅନ୍ୟ ୨ ନାବାଳକ ବି ଏହା ଜାଣି ନ ପାରି ଘରକୁ ପଳାଇଥିଲେ।
ପିଲାଦ୍ୱୟ ଘରକୁ ନ ଫେରିବାରୁ ପରିବାର ଲୋକେ ବିଭିନ୍ନ ଆଡ଼େ ଖୋଜାଖୋଜି କରିଥିଲେ। ଖବର ପାଇ ଉକ୍ତ ପୋଖରୀ ପାଖକୁ ଯାଇ ବାଲି ମଧ୍ୟରୁ ୨ ଜଣଙ୍କୁ ଗତ ରାତିରେ ଉଦ୍ଧାର କରିଥିଲେ। ଉଭୟଙ୍କୁ କେନ୍ଦ୍ରାପଡ଼ା ମେଡିକାଲ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପ୍ରଚାରିତ ହେବା ପରେ ଗାଁରେ ଶୋକର ଛାୟା ଖେଳି ଯାଇଛି।
The post ଖେଳୁ ଖେଳୁ ବାଲି ଭିତରେ ପଶିଗଲେ ୨ ନାବାଳକ, ତା’ ପରେ… appeared first on Odisha Reporter.
from Odisha Reporter https://ift.tt/9pwf61T
No comments:
Post a Comment