ଜଗା ଦର୍ଶନ କରି ଘରକୁ ଫେରୁଥିଲେ, ଅଧା ବାଟରେ ଘଟିଲା ଦୁର୍ଘଟଣା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, June 3, 2022

ଜଗା ଦର୍ଶନ କରି ଘରକୁ ଫେରୁଥିଲେ, ଅଧା ବାଟରେ ଘଟିଲା ଦୁର୍ଘଟଣା

ବୌଦ୍ଧ(ଓଡ଼ିଶା ରିପୋର୍ଟର): ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ଅନ୍ତର୍ଗତ ବାଘନଦୀ ପୋଲ ନିକଟରେ ସଡ଼କ ଦୁର୍ଘଟଣା ଘଟିଛି। ଏକ କାର୍ ଭାରସାମ୍ୟ ହରାଇ ପୋଲ ବାଡ଼ରେ ପିଟି ହେବାରୁ ୮ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୩ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ସୋନପୁର ସ୍ଥାନାନ୍ତର କରାଯାଇଛି। ଅନ୍ୟମାନଙ୍କୁ ବାଉଁଶୁଣି ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଆହତମାନେ ସମସ୍ତେ ବରଗଡ଼ ଅଞ୍ଚଳର ବୋଲି ଜଣାପଡ଼ିଛି।

ଆଜି ଭୋରୁ ୮ ଜଣ ଯୁବକ ଜଗନ୍ନାଥଙ୍କ ଦର୍ଶନ କରି ପୁରୀରୁ ବରଗଡ଼ ଫେରୁଥିଲେ। ବାଉଁଶୁଣି ନିକଟସ୍ଥ ବାଘନଦୀ ପୋଲ ଉପରେ କାର୍‌ଟି ଭାରସାମ୍ୟ ହରାଇ ପିଟି ହୋଇଯାଇଥିଲା। ଦୁର୍ଘଟଣାରେ ୮ ଜଣ ଆହତ ହୋଇଥିଲେ। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ବାଉଁଶୁଣି ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି  କରିଥିଲେ।  କାର୍‌ରେ ଡ୍ରାଇଭରଙ୍କ ସମେତ ୮ ଜଣ ଥିଲେ। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।

The post ଜଗା ଦର୍ଶନ କରି ଘରକୁ ଫେରୁଥିଲେ, ଅଧା ବାଟରେ ଘଟିଲା ଦୁର୍ଘଟଣା appeared first on Odisha Reporter.



from Odisha Reporter https://ift.tt/UOyLKpa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages