ପାଟଣା: ‘ସିବିଆଇ ମୋତେ ମୃତ ବୋଲି ଘୋଷଣା କରିଥିଲା। ହେଲୁ ମୁଁ ବଞ୍ଚିଛି ହଜୁର ।’ ବିହାରର ମୁଜାଫରପୁର କୋର୍ଟରେ ହାଜର ହୋଇ ଗତକାଲି ଜଣେ ୮୦ ବର୍ଷୀୟା ବୃଦ୍ଧା ଏପରି ବୟାନ ଦେବା ପରେ ସୃଷ୍ଟି ହୋଇଛି ଚାଞ୍ଚଲ୍ୟ। ବିହାରର ମୁଜାଫରପୁରରେ ୨୦୧୬ ମସିହାରେ ଘଟିଥିବା ସାମ୍ବାଦିକ ରାଜଦେବ ରଞ୍ଜନ ହତ୍ୟା ମାମଲାରେ ସମ୍ପୃକ୍ତ ବୃଦ୍ଧା ଏକ ପ୍ରମୁଖ ସାକ୍ଷୀ ଥିଲେ। ସେ ମୃତ ବୋଲି ଗତ ମେ’ ୨୪ ତାରିଖରେ ସିବିଆଇ ପକ୍ଷରୁ କୋର୍ଟରେ ରିପୋର୍ଟ ଦାଖଲ କରାଯାଇଥିଲା। ମାତ୍ର ଏବେ ନିଜେ ବୃଦ୍ଧାଜଣକ ଜୀବୀତ ବୋଲି ସ୍ପଷ୍ଟ ହେବା ପରେ କୋର୍ଟ ପକ୍ଷରୁ ଏ ନେଇ ସିବିଆଇକୁ ସ୍ପଷ୍ଟିକରଣ ମଗାଯାଇଛି। ଦେଶର ବୃହତ୍ତମ ଅନୁସନ୍ଧାନକାରୀ ସଂସ୍ଥା ଯଦି ଏହିପରି କାର୍ଯ୍ୟ କରେ ତେବେ ତଦନ୍ତ କେଉଁ ଆଡ଼େ ଯିବ ବୋଲି ପଚାରିଛନ୍ତି କୋର୍ଟ।
ବିହାରର ମୁଜାଫରପୁରରେ ୨୦୧୬ ମସିହାରେ ୧୩ ମେ’ ସାମ୍ବାଦିକ ରାଜଦେବ ରଂଜନଙ୍କୁ ସିୱାନର ଷ୍ଟେସନ ରୋଡରେ ଗୁଳି କରି ହତ୍ୟା କରାଯାଇଥିଲା। ଏହି ଘଟଣାରେ ସିବିଆଇ ପୂର୍ବତନ ସାଂସଦ ମହମ୍ମଦ ଶାହବୁଦ୍ଦିନଙ୍କ ସମେତ ୮ ଜଣଙ୍କ ବିରୋଧରେ କୋର୍ଟରେ ଚାର୍ଜସିଟ ଦାଖଲ କରିଥିଲା । ଏହି ହତ୍ୟା ମାମଲା ଏବେ କୋର୍ଟରେ ବିଚାରାଧୀନ ଅଛି। ଏହି ମାମଲାରେ ବାଦାମୀ ଦେବୀ ନାମ୍ନୀ ୮୦ ବର୍ଷୀୟା ବୃଦ୍ଧା ସାକ୍ଷୀ ଥିଲେ। ମାତ୍ର ଗତ ୨୪ ତାରିଖରେ ସିବିଆଇ ବାଦାମୀ ଦେବୀଙ୍କୁ ମୃତ ବୋଲି ଦର୍ଶାଇ କୋର୍ଟରେ ଏକ ରିପୋର୍ଟ ଦାଖଲ କରିଥିଲା।
ଗଣମାଧ୍ୟମରେ ଏନେଇ ସୂଚନା ପାଇବା ପରେ ବୃଦ୍ଧାଜଣକ କୋର୍ଟରେ ହାଜର ହୋଇ ନିଜେ ବଞ୍ଚିଥିବା କଥା କହିଥିଲେ। କେବଳ ଏତିକି ନୁହେଁ ମହିଳା ଜଣକ କୋର୍ଟରେ ନିଜ ଆଇକାର୍ଡ, ପ୍ୟାନ କାର୍ଡ ଓ ଭୋଟର କାର୍ଡ ଦେଖାଇଥିଲେ। ଏହା ଉପରେ କୋର୍ଟ ସିବିଆଇକୁ ଏକ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି।
ବାଦାମୀ ଦେବୀ ହେଉଛନ୍ତି ସେହି ମହିଳା, ଯାହା ଘରକୁ ଅଭିଯୁକ୍ତମାନେ କବଜା କରିବାକୁ ଚେଷ୍ଟା କରୁଥିଲେ। ମାତ୍ର ସାମ୍ବାଦିକ ରାଜଦେବ ରଞ୍ଜନ କ୍ରମାଗତ ଭାବରେ ଏହି ବିଷୟରେ ସ୍ୱର ଉତ୍ତୋଳନ କରି ଖବର ପ୍ରସାରିତ କରୁଥିଲେ। ସାମ୍ବାଦିକଙ୍କ ହତ୍ୟା ପରେ ହିଁ ଏହି ଘରଟି ଦଖଲ ହୋଇପାରିବ ଭାବି ଅଭିଯୁକ୍ତମାନେ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ।
ବାଦାମି ଦେବୀ କହିଛନ୍ତି, “ମୋର ବୟସ ୮୦ ବର୍ଷ ଅତିକ୍ରମ କରିଛି, କିନ୍ତୁ ଯେତେବେଳେ ମୋତେ ମୃତ ଘୋଷଣା କରାଯାଇଥିବା ଖବର ପାଇଲି, ସେତେବେଳେ ଖୁବ୍ ଦୁଃଖିତ ହୋଇ କୋର୍ଟକୁ ଯାଇଥିଲି।
ଏହି ଘଟଣାକୁ ନେଇ ଆଡଭୋକେଟ୍ ଶରଦ ସିହ୍ନା ସିବିଆଇ ଉପରେ ଅଙ୍ଗୁଠି ଉଠାଇ ପ୍ରଶ୍ନ କରିଛନ୍ତି। , “ଏହା ଏକ ବଡ ଅବହେଳା। ଯଦି ଦେଶର ବୃହତ୍ତମ ଅନୁସନ୍ଧାନକାରୀ ସଂସ୍ଥା ଏହିପରି କାର୍ଯ୍ୟ କରେ ତେବେ ତଦନ୍ତର ଦିଗ କେଉଁଆଡ଼େ ଯିବ। ସିବିଆଇ ସାକ୍ଷୀଙ୍କ ସହ ଯୋଗାଯୋଗ ନ କରି ମହିଳାଙ୍କୁ ମୃତ ଘୋଷଣା କରିଛି। କେବଳ ଏତିକି ନୁହେଁ କୋର୍ଟରେ ରିପୋର୍ଟ ମଧ୍ୟ ଦାଖଲ କରିଛି। ଏଥିରୁ ଷଡଯନ୍ତ୍ରର ଗନ୍ଧ ଆସୁଛି ବୋଲି କହିଛନ୍ତି ଆଡଭୋକେଟ୍ସି ସିହ୍ନା ।
The post ସିବିଆଇ ଯାହାକୁ ମୃତା କହିଥିଲା, ସେ କହିଲେ- ମୁଁ ବଞ୍ଚିଛି ହଜୁର appeared first on Odisha Reporter.
from Odisha Reporter https://ift.tt/3A2Ybxa
No comments:
Post a Comment