ଅଶାନ୍ତ କାନପୁର: ୨ ସମ୍ପ୍ରଦାୟ ମୁହାଁମୁହିଁ, ବନ୍ଧା ହେଲେ ୩୫ ଜଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, June 3, 2022

ଅଶାନ୍ତ କାନପୁର: ୨ ସମ୍ପ୍ରଦାୟ ମୁହାଁମୁହିଁ, ବନ୍ଧା ହେଲେ ୩୫ ଜଣ

ଲକ୍ଷ୍ନୌ: ମହମ୍ମଦଙ୍କ ବିରୋଧରେ ବିଜେପି ମୁଖପାତ୍ର ନୁପୁର ଶର୍ମାଙ୍କ ବିବାଦୀୟ ମନ୍ତବ୍ୟଙ୍କୁ ନେଇ ଉତ୍ତରପ୍ରଦେଶ କାନପୁରର ବେକନଗଞ୍ଜ ଅଞ୍ଚଳରେ ଗତକାଲି ସୃଷ୍ଟି ହୋଇଛି ସାମ୍ପ୍ରଦାୟିକ  ହିଂସାକାଣ୍ଡ ।  ଦୁଇ ସମ୍ପ୍ରଦାୟ ମଧ୍ୟରେ ଘଟିଥିବା ଏହି ହିଂସାକାଣ୍ଡରେ ବହୁ ଜଣ ଆହତ ହୋଇଥିବା ବେଳେ ବ୍ୟାପକ ଭଙ୍ଗାରୁଜା ହୋଇଛି। ଏହି ଘଟଣାରେ  ପୁଲିସ୍‌ ୩୫ଜଣଙ୍କୁ ବାନ୍ଧି ସାରିଛି।  ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ  ଗ୍ୟାଙ୍ଗଷ୍ଟର ଅଧିନିୟମ ଅନୁଯାୟୀ ନିୟମ ଲାଗୁ କରାଯିବ । ସେମାନଙ୍କ ସମ୍ପତ୍ତି ଜବତ କରାଯିବା ସହ  ତାହା ଉପରେ ବୁଲଡୋଜର ଚାଲିବ ବୋଲି ଚେତାଇ ଦେଇଛନ୍ତି କାନପୁର ପୁଲିସ୍‌ କମିଶନର ବିଜୟ ସିଂ ମୀନା ।

ବିଜେପି ମୁଖପାତ୍ର ନୁପୁର ଶର୍ମା ମୁମ୍ବାଇରେ ଏକ ଟିଭି ବିତର୍କ ଶୋ’ରେ ମହମ୍ମଦଙ୍କ ବିରୋଧରେ ଦେଇଥିବା ଆପତ୍ତିଜନକ ଟିପ୍ପଣୀ ଏହି ବିବାଦ ଯୋଗୁ ଏହି ବିବାଦର ସୂତ୍ରପାତ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ନୁପୁରଙ୍କ ଟିପ୍ପଣୀକୁ ନେଇ ମୁସଲିମ ସମ୍ପ୍ରଦାୟ ଲୋକେ ଅସନ୍ତୁଷ୍ଟ ଥିଲେ। ଗତକାଲି ସେମାନେ ନମାଜ ପାଠ ପରେ ୟତିମଖାନାର ସଦଭାବନା ଚୌକି ନିକଟରେ ବଜାର ବନ୍ଦ କରିବାକୁ ଦୋକାନୀଙ୍କ ଉପରେ ଚାପ ପକାଇଥିଲେ।

ହିନ୍ଦୁମାନେ ଦୋକାନ ବନ୍ଦ କରିବାକୁ ମନା କରିବାରୁ କିଛି ଉପଦ୍ରବକାରୀ ଟେକା ମାଡ଼ ସହ ବୋମା ମାଡ଼ ବି କରିଥିଲେ। ଏହାପରେ ୨ ସମ୍ପ୍ରଦାୟ ଲୋକେ ମୁହାଁମୁହିଁ ହୋଇଥିବା ବେଳେ ସ୍ଥିତି ଅଣାୟତ୍ତ ହେବାକୁ ଲାଗିଲା ।  ଏହି ହିଂସାକାଣ୍ଡ ବେଳେ ୩୦ ସାଧାରଣ ଲୋକ ଓ ୧୩ ପୁଲିସ୍‌ କର୍ମୀ  ଆହତ ହୋଇଛନ୍ତି। ବହୁ ଗାଡ଼ି ଭଙ୍ଗାରୁଜା ହୋଇଥିବା ବେଳେ ଦୋକାନରୁ ଲୁଟପାଟ ହୋଇଛି।

ଆନ୍ଦୋଳନକାରୀଙ୍କ ଉପରକୁ ଫାଙ୍କା ଗୁଳି ଚାଳନା କରୁଛନ୍ତି ସୁରକ୍ଷା କର୍ମୀ।

ଖବର ପାଇ ପୁଲିସ୍‌ ପହଞ୍ଚି ଉପଦ୍ରବକାରୀଙ୍କୁ ନିୟନ୍ତ୍ରିତ କରିବା ଲାଗି ଫାଙ୍କା ଗୁଳି ଚାଳନା ସହ ଲାଠି ଚାର୍ଜ କରିଥିଲା। ଏଥିରେ ୭ ଜଣ ଆହତ ହୋଇଛନ୍ତି। ଏହି ଘଟଣାରେ ତିନୋଟି ଏଫ୍ଆଇଆର୍ ରୁଜୁ କରାଯାଇଥିବା ବେଳେ ୪୦ ଜଣଙ୍କୁ ଅଭିଯୁକ୍ତ ଭାବେ ଚିହ୍ନଟ କରାଯାଇଛି। ଏହାବାଦ ଆହୁରି ଶତାଧୀକ ଅଭିଯୁକ୍ତଙ୍କୁ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି।

କାନପୁର ପୁଲିସ୍‌ କମିଶନର ବିଜୟ ସିଂ ମୀନା କହିଛନ୍ତି, ” ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ  ୧୨ କମ୍ପାନୀ ଫୋର୍ସ ଓ ବରିଷ୍ଠ ଅଧିକାରୀଙ୍କୁ ଘଟଣାସ୍ଥଳରେ ନିୟୋଜିତ କରାଯାଇଛି । ଭିଡ଼ିଓ କ୍ଲିପ ଏବଂ ବିଭିନ୍ନ ଉତ୍ସରୁ ସଂଗୃହିତ ଫଟୋଗ୍ରାଫ ମାଧ୍ୟମରେ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଉଛି।  ଗ୍ୟାଙ୍ଗଷ୍ଟର ଅଧିନିୟମ ଅନୁଯାୟୀ  ଅଭିଯୁକ୍ତଙ୍କୁ  ବୁକ୍ କରାଯିବା ସହ ସେମାନଙ୍କ ସମ୍ପତ୍ତି ଜବତ କରାଯିବ ଏବଂ ବୁଲଡୋଜର ଚାଲିବ । ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣାଧୀନ ଥିବା ସେ କହିଛନ୍ତି।   ମହାରାଷ୍ଟ୍ରର ଥାନେ ଏବଂ ଦକ୍ଷିଣ ମୁମ୍ବାଇରେ ମୁସଲମାନମାନଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଯୋଗରେ ବିଜେପି ନେତା ନୁପୁର ଶର୍ମାଙ୍କ ବିରୋଧରେ ଦୁଇଟି ମାମଲା ରୁଜୁ ହୋଇଛି।

ଏହି ଘଟଣାରେ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ଟୁଇଟ କରି ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି।  ଏନେଇ ସେ କହିଛନ୍ତି, “ପୁଲିସ୍‌ ଏବଂ ଗୁପ୍ତଚର ବିଫଳତା ଯୋଗୁଁ  ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତି ବେଳେ ସହରରେ ଅଶାନ୍ତି ସୃଷ୍ଟି ହୋଇଥିଲା।  ବିଜେପି ମୁଖପାତ୍ର ନୁପୁର ଶର୍ମାଙ୍କ ବିବୃତି ଯୋଗୁ ଏପରି ସାମ୍ପ୍ରଦାୟିକ ଦଙ୍ଗା ସୃଷ୍ଟି ହୋଇଥିବାରୁ ତାଙ୍କୁ ତୁରନ୍ତ ଗିରଫ କରାଯିବା ଉଚିତ।

The post ଅଶାନ୍ତ କାନପୁର: ୨ ସମ୍ପ୍ରଦାୟ ମୁହାଁମୁହିଁ, ବନ୍ଧା ହେଲେ ୩୫ ଜଣ appeared first on Odisha Reporter.



from Odisha Reporter https://ift.tt/2QdyKX4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages