ଭୁବନେଶ୍ୱର(ଓଡ଼ିଶା ରିପୋଟର): ଭୁବନେଶ୍ୱର ସ୍ଥିତ ରସୁଲଗଡ଼ ଓଭରବ୍ରିଜରେ ଗତକାଲି ବିଳମ୍ବିତ ରାତିରେ ସିରିଜ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍ ଦ୍ରୁତ ଗତିରେ ଆସି ରାସ୍ତାରେ ଯାଉଥିବା ଏକ କାର୍କୁ ପଛ ପଟରୁ ଧକ୍କା ଦେଇଥିଲା। ପରେ ଦୁର୍ଘଟଣା ଘଟିଥିବା ପ୍ରଥମ କାର୍ଟି ଆଗରେ ଯାଉଥିବା ଅନ୍ୟ ଏକ କାର୍କୁ ପିଟିଥିଲା। ଏହାପରେ ଉକ୍ତ କାର୍ଟି ତା’ ଆଗରେ ଥିବା ଅନ୍ୟ କାର୍ ସହ ଧକ୍କା ହୋଇଥିଲା।
ସୌଭାଗ୍ୟବଶତଃ ଏତେ ବଡ଼ ଦୁର୍ଘଟଣାରେ କାହାର କିଛି ହୋଇନାହିଁ। ମଞ୍ଚେଶ୍ୱର ପୁଲିସ ପହଞ୍ଚି ଯାତ୍ରୀମାନଙ୍କ ଗାଡ଼ିରୁ ଉଦ୍ଧାର କରିଥିଲା। ଦୁର୍ଘଟଣାରେ କାର୍ ଗୁଡ଼ିକର ଆଗ ଓ ପଛ ଅଂଶ ଭାଙ୍ଗିରୁଜି ଯାଇଛି।
ଦୁର୍ଘଟଣା ଘଟିବା ପରେ ଟ୍ରକ୍ ଡ୍ରାଇଭର ଗାଡ଼ି ନେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା। ପାହାଳ ନିକଟରୁ ଦୁର୍ଘଟଣା ଘଟାଇଥିବା ଟ୍ରକ୍କୁ ପୁଲିସ ଜବତ କରିଥିଲା। ପୁଲିସ ଟ୍ରକ୍ ଡ୍ରାଇଭର ଓ ଗାଡ଼ି ଜବତ କରି ଘଟଣାର ତଦନ୍ତ କରୁଛି।
ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି, ହଠାତ୍ ଏକ ଟ୍ରକ୍ ଆସି ଏକ କାର୍କୁ ଧକ୍କା ଦେଇଥିଲା। ପରେ ଗାଡ଼ି ଗୁଡ଼ିକ ପିଟି ହୋଇ ଯାଇଥିଲା।
The post ରସୁଲଗଡ଼ ଓଭରବ୍ରିଜରେ ସିରିଜ ଦୁର୍ଘଟଣା appeared first on Odisha Reporter.
from Odisha Reporter https://ift.tt/OXZ5tSz
No comments:
Post a Comment