ଆସିଲା ରାୟ: ଜନି ଡେପ୍ ଖୁସ୍‌, ଅମ୍ବର ହର୍ଡଙ୍କୁ ଶକ୍ତ ଆଘାତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, June 1, 2022

ଆସିଲା ରାୟ: ଜନି ଡେପ୍ ଖୁସ୍‌, ଅମ୍ବର ହର୍ଡଙ୍କୁ ଶକ୍ତ ଆଘାତ

ୱାଶିଂଟନ: ହଲିଉଡ଼ ଷ୍ଟାର ଜନି ଡେପ୍ ଏବଂ ତାଙ୍କ ପୂର୍ବତନ ପତ୍ନୀ ତଥା ଅଭିନେତ୍ରୀ ଅମ୍ବର ହର୍ଡଙ୍କ ମଧ୍ୟରେ ଚାଲିଥିବା ହାଇ ପ୍ରୋଫାଇଲ ମାନହାନି ମୋକଦ୍ଦମାର ରାୟ ପ୍ରକାଶ ପାଇଛି। ବୁଧବାର ଏକ ଖଣ୍ଡପୀଠ ଏହାର ଶୁଣାଣି କରି ଜନି ଡେପଙ୍କ ସପକ୍ଷରେ ରାୟ ଦେଇଛନ୍ତି। ଉଭୟ ପକ୍ଷର ଯୁକ୍ତି ଓ ପ୍ରମାଣ ଆଧାରେ ଖଣ୍ଡପୀଠ ରାୟ ଶୁଣାଇଥିବା ବେଳେ ଏଥିରେ  ଜନିଙ୍କ ବିଜୟ ହୋଇଛି  ଓ ନିରାଶ ହୋଇଛନ୍ତି ଅମ୍ବର ।   ଏହି ମାମଲାରେ କୋର୍ଟ  ଅମ୍ବରଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୧୦ ମିଲିୟନ ଡଲାର କ୍ଷତିପୂରଣ ଏବଂ ୫ ମିଲିୟନ ଡଲାର ଆର୍ଥିକ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହି ମାମଲାର ଶୁଣାଣି ପରେ ଜନି ଡେପ୍ ଖୁବ୍‌ ଖୁସି ବ୍ୟକ୍ତି କରିଥିବା ବେଳେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି ଅମ୍ବର ।

ଜନି ଓ ଅମ୍ବର ୨୦୧୭ରେ ଅଲଗା ହୋଇଯାଇଥିବା ବେଳେ, ୨୦୧୮ରେ ଘରୋଇ ହିଂସାର ଶିକାର ହୋଇଥିବା ଅଭିଯୋଗ ଆଣିଥିଲେ ପତ୍ନୀ ଅମ୍ବର ହର୍ଡ। ଏକ ପତ୍ରିକାରେ ଏନେଇ ଖବର ପ୍ରକାଶ ପରେ ଅମ୍ବରଙ୍କ ବିରୋଧରେ ମାନହାନି ମୋକଦ୍ଦମା ରୁଜୁ କରିଥିଲେ ଜନି ଡେପ୍  । ଡିସେମ୍ବର ୨୦୧୮ ରେ  ୱାଶିଂଟନ୍ ପୋଷ୍ଟରେ ପ୍ରକାଶିତ ଏକ ଅର୍ଟିକିଳକୁ ନେଇ ଜେନ୍‌ ଡେପ ପୂର୍ବତନ ପତ୍ନୀ ଅମ୍ବର ହେର୍ଡଙ୍କ ବିରୋଧରେ ମକଦ୍ଦମା ଦାୟର କରିଥିଲେ। ଉକ୍ତ ଆର୍ଟିକିଲରେ ତାଙ୍କ ନାମ ନ ଥିବା ସତ୍ତ୍ୱେ ସେ ଜଣେ ସେଲିବ୍ରିଟି ହୋଇଥିବାରୁ ଉକ୍ତ ଆର୍ଟିକିଲ ତାଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ମାନହାନୀ କରିବାକୁ ଉଦ୍ଦିଷ୍ଟ ବୋଲି ସେ ଉଲ୍ଲେଖ କରିଥିଲେ ।

ଏହି ରାୟ ପ୍ରକାଶ ପାଇବା ପରେ ଜନି ଏକ ବିବୃତିରେ  ଖଣ୍ଡପୀଠ ରାୟକୁ ସ୍ୱାଗତ କରିଛନ୍ତି। ଏଥିସହ କହିଛନ୍ତି, ଖଣ୍ଡପୀଠ ମୋତେ ମୋ ଜୀବନ ଫେରାଇ ଦେଇଛନ୍ତି। ଆରମ୍ଭରୁ ଫଳାଫଳକୁ ଗୁରୁତ୍ୱ ନ ଦେଇ ସତ୍ୟକୁ ଲୋକଲୋଚନକୁ ଆଣିବାକୁ ଏହି ମାମଲା ଲଢ଼ିଥିଲି। ଏ ପର୍ଯ୍ୟନ୍ତ ସର୍ବୋତ୍ତମ ନିଷ୍ପତ୍ତି ଆସି ନାହିଁ,  କିନ୍ତୁ  ଜୀବନରେ ନୂତନ ଅଧ୍ୟାୟ ଆରମ୍ଭ ହୋଇଛି।

ଅନ୍ୟପକ୍ଷରେ, ଏହି ନିଷ୍ପତ୍ତିରେ ଅମ୍ବର ହେର୍ଡ ଅତ୍ୟନ୍ତ ନିରାଶ ହୋଇଛନ୍ତି। ସେ ଏକ ବିବୃତ୍ତିରେ କହିଛନ୍ତି ଯେ ‘ଆଜି ମୁଁ ଯେଉଁ ନିରାଶ  ଅନୁଭବ କରୁଛି ତାହା ଶବ୍ଦରେ ପ୍ରକାଶ କରାଯାଇପାରିବ ନାହିଁ। ସେ କହିଛନ୍ତି ମୁଁ ଖୁବ୍‌ ଦୁଃଖିତ ଯେ ମୋର ପୂର୍ବତନ ସ୍ୱାମୀଙ୍କ ଶକ୍ତି, ପ୍ରଭାବ ଏବଂ ପ୍ରାଧାନ୍ୟକୁ ପ୍ରତିହତ କରିବା ପାଇଁ ପ୍ରମାଣର ପର୍ବତ ପର୍ଯ୍ୟାପ୍ତ ନୁହେଁ। ସେଥିପାଇଁ ମୁଁ ଜନି ଡେପଙ୍କୁ ଛାଡପତ୍ର ମାଗିଥିଲି। ଏହା ଏକ ବିପର୍ଯ୍ୟୟ। ମହିଳାଙ୍କ ପ୍ରତି ହେଉଥିବା ହିଂସାକୁ ଗୁରୁତର ସହ ନିଆଯିବା ଉଚିତ ବୋଲି କହିଛନ୍ତି ଅମ୍ବର।

ଗତ ୬ ସପ୍ତାହ ଧରି ଏହି ହାଇପ୍ରୋଫାଇଲ ମାମଲାର ଶୁଣାଣି ଚାଲିଥିବା ବେଳେ ଏହା ଉପରେ ନଜର ରଖିଥିଲା ମିଡିଆ। ଏପରିକି ଶୁଣାଣି ବେଳେ କୋର୍ଟ ରୁମ୍‌ ଓ ପରିସରରେ ଖଚାଖଚ ଭିଡ଼ ରହୁଥିଲା। ଏପରିକି ଉଭୟଙ୍କ ପ୍ରଶଂସକ କୋର୍ଟ ଶୁଣାଣି ଜାଣିବା ନିମନ୍ତେ ରାସ୍ତାରେ ରାତିରେ ଲମ୍ବା ଲାଇନ୍‌ରେ ବି ଛିଡ଼ା ହେଉଥିବା ଦେଖିବାକୁ ମିଳୁଥିଲା। 

The post ଆସିଲା ରାୟ: ଜନି ଡେପ୍ ଖୁସ୍‌, ଅମ୍ବର ହର୍ଡଙ୍କୁ ଶକ୍ତ ଆଘାତ appeared first on Odisha Reporter.



from Odisha Reporter https://ift.tt/DWy2rgh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages