ଝାରସୁଗୁଡ଼ା(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ବ୍ରଜରାଜନଗର ଉପନିର୍ବାଚନ ପାଇଁ ଭୋଟ ଗଣତି ହେବ। ଝାରସୁଗୁଡା ଇଞ୍ଜିନିୟରିଂ ସ୍କୁଲରେ ଏହି ଗଣତି ହେବ। ଏଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସକାଳ ୮ଟାରୁ ଭୋଟ ଗଣତି ହେବ। ଏଥିପାଇଁ ୧୪ଟି ଟେବୁଲ କରାଯାଇଛି। ୨୦ ରାଉଣ୍ଡ ଗଣତି ହେବ। ଜଣେ ଲେଖାଏଁ କାଉଣ୍ଟିଂ ସୁପରଭାଇଜର, ମାଇକ୍ରୋ ଅବଜରଭର ଓ କାଉଣ୍ଟିଂ ଆସିଷ୍ଟାଣ୍ଟ ରହି ଗଣତିର ତଦାରଖ କରିବେ।
ଝାରସୁଗୁଡା ଏସ୍ପି ରାହୁଲ ଜୈନ କହିଛନ୍ତି ଯେ, ବ୍ରଜରାଜନଗର ଉପନିର୍ବାଚନ ଭୋଟ ଗଣତି ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସବୁ ଗେଟ୍ରେ ପୁଲିସ କର୍ମଚାରୀମାନେ ଜଗି ରହିବେ। ଗତକାଲି ମୋବାଇ ପେଟ୍ରୋଲିଂ ବୁଲିବ। ଏହା ସହ ଷ୍ଟ୍ରାଇକ୍ରିଂ ଫୋର୍ସ ମୁତୟନ ରହିବେ। ଷ୍ଟ୍ରଙ୍ଗ ସାମ୍ନାରେ ସିସିଟିଭି ଲଗା ଯାଇଛି। ରାଜନୈତିକ ଦଳ ପ୍ରତିନିଧିମାନେ ସେମାନେ କାଉଣ୍ଟିଂ ଦେଖି ପାରିବେ। କୌଣସି ଅସୁବିଧା ହେଲେ ସୁବ୍ କଲେକ୍ଟର ବା ରିଟଣ୍ଣିଂ ଅଫିସରଙ୍କୁ ସେମାନେ ଜଣାଇପାରିବେ।
ବ୍ରଜରାଜନଗର ଉପନିର୍ବାଚନ ପାଇଁ ମଙ୍ଗଳବାର ହୋଇଥିଲା ଭୋଟଗ୍ରହଣ। ମୋଟ ୭୧.୫୩% ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିଥିଲେ। ୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନ ତୁଳନାରେ ଏହି ଉପନିର୍ବାଚନରେ ଭୋଟ ହାର ବେଶ୍ ହ୍ରାସ ପାଇଥିବା ଜଣାପଡ଼ିଥିଲା। ଚଳିତ ଉପନିର୍ବାଚନରେ ମୋଟ ୧.୫୩ଲକ୍ଷ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିଥିଲେ।
ନିର୍ବାଚନ ମଇଦାନରେ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି, ବିଜେପିର ରାଧାରାଣୀ ପଣ୍ଡା, କଂଗ୍ରେସର କିଶୋର ପଟେଲ, ସିପିଆଇର ରମେଶ କୁମାର ତ୍ରିପାଠୀ, ହିନ୍ଦୁସ୍ତାନ ନିର୍ମାଣ ଦଳର ବିଜୟ କୁମାର ଜାଳାନାଙ୍କ ସମେତ ଅବ୍ୟୟଭାରତୀ ଶେଖାୱତ ରାଜପୁତ ଜୈନ, ମନୋଜ ମେହେର, ଆଦିତ୍ୟ ପ୍ରଧାନ, ଦିନବନ୍ଧୁ ବିଶ୍ୱାଳ,ସୀତାରାମ ବେହେରା ଓ ସୁପ୍ରିତ କୁମାର ବେହେରା ଥିବାବେଳେ ଲଢ଼େଇ ମୁଖ୍ୟତଃ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ହୋଇଛି।
The post କାଲି ବ୍ରଜରାଜନଗର ଉପନିର୍ବାଚନ ପାଇଁ ଭୋଟ ଗଣତି, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି appeared first on Odisha Reporter.
from Odisha Reporter https://ift.tt/4gUeYH3
No comments:
Post a Comment