ରାୟପୁର (ଓଡ଼ିଶା ରିପୋର୍ଟର): ଜାରି ରହିଛି ଅପରେସନ୍ ରାହୁଲ। ଛତିଶଗଡ଼ରେ ଆଜିକୁ ୫ ଦିନ ହେବ ବୋରୱେଲ୍ ଭିତରେ ୧୧ ବର୍ଷର ପୁଅ ରାହୁଲ ଫସିଛି। ତାକୁ ଉଦ୍ଧାର କରିବା ପାଇଁ ଲଗାତାର ଖନନ କାର୍ଯ୍ୟ ଚାଲିଛି। ସୁଡ଼ଙ୍ଗ ଖୋଳା କାର୍ଯ୍ୟ ଗତକାଲି ରାତିରୁ ଶେଷ ହୋଇଯାଇଛି। ଉଦ୍ଧାରକାରୀ ଦଳ ରାହୁଲଙ୍କ ଖୁବ୍ ନିକଟରେ ଅଛନ୍ତି। କିନ୍ତୁ କଠିନ ପଥରର ଆସ୍ତରଣ ଥିବାରୁ ରାହୁଲକୁ ଏଯାବତ ଉଦ୍ଧାର କରାଯାଇପାରୁନି।
ଛତିଶଗଡ଼ର ଜାଞ୍ଜଗିରି-ଚାମ୍ପା ଜିଲ୍ଲାର ଫିରିଡ଼ ଗାଁରେ ରାହୁଲ ସାହୁଙ୍କୁ ୮୦ ଫୁଟ ଗଭୀର ଗର୍ତ୍ତ ଭିତରୁ ଉଦ୍ଧାର କରିବା ପାଇଁ ଏସ୍ଡିଆର୍ଏଫ୍, ଏନ୍ଡିଆର୍ଏଫ୍, ସେନା ଓ ଜିଲ୍ଲା ପ୍ରଶାସନ ପ୍ରାଣପଣେ ଚେଷ୍ଟା ଚଳାଇଛନ୍ତି। ଆଜି ସକାଳୁ ବି ଉଦ୍ଧାର କାର୍ଯ୍ୟ ଚାଲିଛି। ପଥର କଟା ଜାରି ରହିଛି। ତେବେ ପିଲାଟିକୁ ଯେପରି କିଛି କ୍ଷତି ନ ପହଞ୍ଚେ ସେଥିଲାଗି ସତର୍କତାର ସହ ପଥର କଟିଂ କରାଯାଉଛି। ମେଡିକାଲ ଟିମ୍ ମଧ୍ୟ ପ୍ରସ୍ତୁତ ରହିଛି। ଖୁବଶୀଘ୍ର ରାହୁଲକୁ ରେସ୍କ୍ୟୁ ଟିମ୍ ଉଦ୍ଧାର କରିବ ବୋଲି ସୂଚନା ମିଳିଛି।
ଉଦ୍ଧାର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ସ୍ଥାନୀୟ ଜିଲ୍ଲାପାଳ କହିଛନ୍ତି। ତେବେ କାଲି ରାତିରୁ ରାହୁଲ ଖାଦ୍ୟ ଗ୍ରହଣ କରି ନାହିଁ। ରାହୁଲ ରେସପଣ୍ଡ୍ କରୁଛି। ଆଖି ପତା ହଲାଉଛି। କଠିନ ପଥର ଆସ୍ତରଣ ପାଇଁ ସୁଡ଼ଙ୍ଗରେ ସମସ୍ୟା ହେଉଛି ବୋଲି ଜିଲ୍ଲାପାଳ କହିଛନ୍ତି।
ସୂଚନା ଅନୁସାରେ ଗତ ଶୁକ୍ରବାର ଦ୍ୱିପ୍ରହର ସମୟରେ ୧୧ ବର୍ଷର ରାହୁଲ ସାହୁ ଏହି ବୋରୱେଲରେ ଖସି ପଡ଼ିଥିଲା। ନିଜ ଘର ବାରିପଟେ ଜମିରେ ପାଣି ମଡ଼ାଇବା ପାଇଁ ବୋରୱେଲ ଖୋଳିଥିଲେ ରାହୁଲଙ୍କ ବାପା। ପାଣି ନବାହାରିବାରୁ ତାକୁ ସେପରି ଖୋଲା ଛାଡ଼ି ଦେଇଥିଲେ। ରାହୁଲ ସେହି ସ୍ଥାନରେ ଖେଳୁଥିବା ସମୟରେ ଖସି ପଡ଼ିଥିଲା।
୫ ଦିନ ହେବ ଗର୍ତ୍ତ ଭିତରେ ଜୀବନ ସହ ସଂଗ୍ରାମ କରୁଛି ରାହୁଲ। ରାହୁଲର ମାନସିକ ସ୍ଥିତି ଠିକ୍ ନାହିଁ। ସେ ଭିନ୍ନକ୍ଷମ ମଧ୍ୟ। ସେ କଥା କହି ପାରେନି କି ଶୁଣି ପାରେନି। ତାକୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ଛତିଶଗଡ଼ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ଉଦ୍ୟମ କରାଯାଉଛି। ସେପଟେ ରୋବୋଟ ସାହାଯ୍ୟରେ ଶିଶୁର ଶାରୀରିକ ଓ ମାନସିକ ସ୍ଥିତି ଅନୁଧ୍ୟାନ କରିବା ସହିତ ଏହାର ସୂଚନା କମ୍ପ୍ୟୁଟର ମାଧ୍ୟମରେ ଉଦ୍ଧାରକାରୀ ଦଳକୁ ଦିଆଯାଉଛି । ରାହୁଲକୁ ପାଇପ ଯୋଗେ ଖାଦ୍ୟ, ପାଣି ଓ ଅକ୍ସିଜେନ ନିରନ୍ତର ଯୋଗାଇ ଦିଆଯାଉଛି।
* ଛତିଶଗଡ଼ରେ ବୋରୱେଲରେ ବାଳକ ଖସିପଡ଼ିବା ଘଟଣା
* ଉଦ୍ଧାର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା କହିଲେ ସ୍ଥାନୀୟ ଜିଲ୍ଲାପାଳ
* କାଲି ରାତିରୁ ରାହୁଲ ଖାଦ୍ୟ ଗ୍ରହଣ କରି ନାହିଁ
* ରାହୁଲ ରେସପଣ୍ଡ୍ କରୁଛି, ଆଖି ପତା ହଲାଉଛି
* କଠିନ ପଥର ଆସ୍ତରଣ ପାଇଁ ସୁଡ଼ଙ୍ଗରେ ସମସ୍ୟା ହେଉଛି #Odisha #Puri pic.twitter.com/HyqsTYmGL6— Odisha Reporter (@OdishaReporter) June 14, 2022
The post ୫ ଦିନ ହେଲା ଗର୍ତ୍ତ ଭିତରେ ଜୀବନ ସହ ସଂଗ୍ରାମ କରୁଛି ରାହୁଲ, ଚାଲିଛି ଉଦ୍ଧାର କାର୍ଯ୍ୟ appeared first on Odisha Reporter.
from Odisha Reporter https://ift.tt/DptjbqO
No comments:
Post a Comment