ମୁମ୍ବାଇ: କୋଠା ଭୁଶୁଡ଼ିବା ଘଟଣାରେ ୧୯ ମୃତ, କ୍ଷତିପୂରଣ ଘୋଷଣା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, June 29, 2022

ମୁମ୍ବାଇ: କୋଠା ଭୁଶୁଡ଼ିବା ଘଟଣାରେ ୧୯ ମୃତ, କ୍ଷତିପୂରଣ ଘୋଷଣା

ମୁମ୍ବାଇ: ସୋମବାର ରାତିରେ ମୁମ୍ବାଇର କୁର୍ଲା ଅଂଚଳରେ ଏକ ଚାରି ମହଲା ବିଶିଷ୍ଟ କୋଠା ଭୁଶୁଡ଼ି ପଡ଼ିବା ଘଟଣାରେ ୧୯ ଜଣଙ୍କର ମୃତ୍ୟୁ ଘଟିଛି। ମୁମ୍ବାଇ ପୁଲିସର କହିବା ଅନୁଯାୟୀ ଏଥିରେ ୧୫  ଜଣ ଆହତ ହୋଇଛନ୍ତି।  ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଭୁଶୁଡ଼ି ପଡ଼ିଥିବା କୋଠା ତଳେ ଚାପି ହୋଇଥିବା ବ୍ୟକ୍ତିମାନଙ୍କୁ ଖୋଜା ଯାଉଛି। ଏନ୍‌ଡିଆର୍‌ଏଫ୍‌ ଓ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। କୋଠା ଭୁଶୁଡ଼ିବା ସମୟରେ ୬୦ରୁ ଅଧିକ ଲୋକ ସେଠାରେ ଥିଲେ ଏବଂ ୧୨ ଜଣଙ୍କୁ ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର କରାଯାଇଛି । ଏହାରି ମଧ୍ୟରେ ଜମି ମାଲିକଙ୍କ ବିରୋଧରେ ଏତଲା ରୁଜୁ କରିଛି ପୁଲିସ।

ଘଟଣାସ୍ଥଳଳୁ ମହାରାଷ୍ଟ୍ର ମନ୍ତ୍ରୀ ଆଦିତ୍ୟଠାକରେ ପରିଦର୍ଶନ କରି ଉଦ୍ଧାର କାର୍ଯ୍ୟରେ ସମସ୍ତ ସହାୟୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ସେହିପରି ଘଟଣାର ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ଏହି ଘଟଣାରେ ମୃତକଙ୍କ ପରିବାକୁ ୫ ଲକ୍ଷ ଲେଖାଁଏ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ରାଜ୍ୟ ସରକାର।  ସେହିପରି ଆହତଙ୍କୁ ରାଜୱାଡ଼ି ଏବଂ ସିଅନ ହସପିଟାଲରେ  ମାଗଣା ଚିକିତ୍ସା ପାଇଁ ଘୋଷଣା କରାଯାଇଛି। ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେଦ୍ର ମୋଦିଙ୍କ ମଧ୍ୟ ମୃତକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇବା ସହ ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡରୁ ୨ ଲକ୍ଷ ଟଙ୍କା ଲେଖାଁଏ କ୍ଷତିପୂରଣ ଘୋଷଣା କରିଛନ୍ତି ।

ସେହିପରି  ଆହତଙ୍କ ପାଇଁ ୫୦,୦୦୦ ଲେଖାଁଏ ଘୋଷଣା କରାଯାଇଛି।  ଧରାଶାୟୀ ହୋଇଥିବା କୋଠା ତଳେ ଫସିଥିବା ଲୋକଙ୍କୁ ଉଦ୍ଧାର ପାଇଁ ଅହରହ ପ୍ରୟାସ ଜାରି ରହିଛି। କୁର୍ଲାର ନାୟକ ନଗର ସୋସାଇଟିରେ ଥିବା ଏହି ବିଶାଳ କୋଠା ରାତି ପ୍ରାୟ ୧୨ଟା ବେଳେ ଭୁଶୁଡ଼ିଥିଲା। ଆହତମାନଙ୍କୁ ଘାଟକୋପର ଏବଂ ସିଓନର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବୃହନ୍‌ମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ (ବିଏମ୍‌ସି) ଅତିରିକ୍ତ କମିସନର ଅଶ୍ୱିନୀ ଭିଡ଼େ କହିଛନ୍ତି, ୨୦୧୩ ମସିହାରେ ଏହି କୋଠାର ମରାମତି ପାଇଁ ପ୍ରଥମ ନୋଟିସ୍ ଦିଆଯାଇଥିଲା ଏବଂ ପରେ ବିଲ୍ଡିଂ ଖାଲି କରିବାକୁ କୁହାଯାଇଥିଲା। ତଥାପି କିଛି ଲୋକ ଏହି ବିପଦସଙ୍କୁଳ କୋଠାରେ ରହୁଥିଲେ ବୋଲି ସେ କହିଛନ୍ତି।

The post ମୁମ୍ବାଇ: କୋଠା ଭୁଶୁଡ଼ିବା ଘଟଣାରେ ୧୯ ମୃତ, କ୍ଷତିପୂରଣ ଘୋଷଣା appeared first on Odisha Reporter.



from Odisha Reporter https://ift.tt/GzmYFtk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages