ରାସ୍ତା ମଝିରେ ଜଳିଗଲା ‘ପାଢ଼ୀ’ ବସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, June 10, 2022

ରାସ୍ତା ମଝିରେ ଜଳିଗଲା ‘ପାଢ଼ୀ’ ବସ୍‌

ତେଲକୋଇ(ଓଡ଼ିଶା ରିପୋର୍ଟର): ରାସ୍ତା ମଝିରେ ହଠାତ୍‌ ବସ୍‌ରେ ଲାଗିଗଲା ନିଆଁ। ହୁତୁହୁତୁ ହୋଇ ଜଳିଗଲା ଚଳନ୍ତା ବସ୍‌। ଏତେ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବଞ୍ଚିଗଲେ ଯାତ୍ରୀ। ଏପରି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଘାଟି ନିକଟରେ। ଅଗ୍ନିଶମ କର୍ମଚାରୀ ପହଞ୍ଚି  ନିଆଁକୁ ଆୟତ କରିଥିଲେ।

ଆଜି ଭୋର ପ୍ରାୟ ୩ଟା ସମୟରେ ପାଢ଼ୀ ନାମକ ଯାତ୍ରୀବାହୀ ବସ୍‌ ୩୦ ଜଣ ଯାତ୍ରୀଙ୍କୁ ନେଇ ରାଉରକେଲାରୁ କେନ୍ଦୁଝର ଅଭିମୁଖେ ଯାଉଥିଲା। ଏହି ସମୟରେ କାଞ୍ଜିପାଣି ଘାଟି ନିକଟରେ ବସ୍‌ ଇଞ୍ଜିନରୁ ହଠାତ୍ ଧୂଆଁ ବାହାରିବାକୁ ଲାଗିଲା। ଧୂଆଁ ବାହାରୁଥିବା ଦେଖି ଡ୍ରାଇଭର ଗାଡ଼ି ରଖି ଦେଇଥିବା ବେଳେ ଯାତ୍ରୀମାନେ ବସ୍‌ରୁ ଓହ୍ଲାଇ ପଡ଼ିଥିଲେ। ପରେ ବସ୍‌ଟି ଜଳିଯାଇଥିଲା।

ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏହି ଦୁର୍ଘଟଣାରେ କୌଣସି ଜୀବନ ହାନୀ ହୋଇ ନଥିବା ଜଣାଯାଇଛି। ବସ୍‌ରେ ସର୍ଟସର୍କିଟ ହେବା ଯୋଗୁ  ନିଆଁ ଲାଗିଥିବା ଜଣାଯାଇଛି। ପୁଲିସ ଘଟଣାର ତଦନ୍ତ କରୁଛି।

The post ରାସ୍ତା ମଝିରେ ଜଳିଗଲା ‘ପାଢ଼ୀ’ ବସ୍‌ appeared first on Odisha Reporter.



from Odisha Reporter https://ift.tt/JdrRcEp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages