କାର ଉପରେ ମାଡ଼ିଗଲା ଡମ୍ପର, ୫ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 19, 2022

କାର ଉପରେ ମାଡ଼ିଗଲା ଡମ୍ପର, ୫ ମୃତ

ରାଏବରେଲି: ମଙ୍ଗଳବାର  ଉତ୍ତରପ୍ରଦେଶର ରାଏବରେଲି ଜିଲ୍ଲାର ଏକ ଅଭାବନୀୟ ଘଟଣା ଘଟିଛି। ଏକ କାର ଉପରେ  ଡମ୍ପର ମାଡ଼ିଯିବାରୁ ୫ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୨ ଜଣ ଶିଶୁ ଅଛନ୍ତି। ଭାଦୋଦର ପୁଲିସ ଷ୍ଟେସନ ଅଧୀନ ରାଏବରେଲି-ପ୍ରୟାଗରାଜ ୩୦ ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି। ଡମ୍ପରଟି କୋଇଲା ଗୁଣ୍ଡ ଭିର୍ତ୍ତି ହୋଇଥିବା ବେଳେ ଏହା ଏକ କାର ଉପରେ ମାଡ଼ିଯାଇଥିଲା।  ଘଟଣା ସମ୍ପର୍କରେ ଖବର ପାଇ ପୁଲିସଚ ପହଞ୍ଚିଥିଲା। ଡମ୍ପର ମାଡ଼ରେ ଫସିଥିବା ଲୋକଙ୍କୁ ଉଦ୍ଧାର ପୁଲିସ ଚେଷ୍ଟା କରିଥିଲା। କିନ୍ତୁ ସେମାନେ କାହାରି ଜୀବନ ବଞ୍ଚାଇପାରି ନଥିଲେ। ମୃତକମାନେ ହେଲେ ରାକେଶ ଅଗ୍ରୱାଲ(୪୫), ସୋନମ ଅଗ୍ରୱାଲ(୩୫)ରୁଚିକା ଅଗ୍ରୱାଲ(୩୫) ଏବଂ ୨ ଜଣ ଶିଶୁ ରୈସା(୯) ରିୟାନ୍(୬)।  ଉକ୍ତ କାର ଭିତରୁ ଜଣେ ୧୧ ବର୍ଷର ପିଲାଙ୍କୁ ଗୁରୁତର ଭାବେ ଉଦ୍ଧାର କାରାଯାଇଛି।

ତାଙ୍କୁ ତୁରନ୍ତ ହସପିଟାଲରେ ଭର୍ତ୍ତି କରାଯାଇଛି।  ଏକ ରେଷ୍ଟୁରାଣ୍ଟରେ ଡିନର ସାରି ଏହି ପରିବାର ଘରକୁ ଫେରୁଥିଲେ। କିନ୍ତୁ ବାଟରେ ଏହି ଦୁର୍ଘଟଣା ଘଟିଥିଲା। କୋଇଲା ଗୁଣ୍ଡରେ ଚାପି ହୋଇଯାଇଥିବାରୁ ଜେସିବି ମାଧ୍ୟମରେ ଉଦ୍ଧାର କରାଯାଇଥିଲା। ରାଏବରେଲିର ମୁଖ୍ୟ ଚିକିତ୍ସାଧୀକାରୀ ବିରେନ୍ଦ୍ର ସିହଂ ଏହି ସୂଚନା ଦେଇଛନ୍ତି।  ଟ୍ରକଟି କାରକୁ ଓଭରଟେକ କରିବା ପାଇଁ ପ୍ରୟାସ କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।।

ତେବେ ଏହି ଦୁର୍ଘଟଣାରେ କେବଳ ଜଣେ ମାତ୍ର ବ୍ୟକ୍ତି ଜୀବିତ ଭାବେ ଉଦ୍ଧାର ହୋଇଛି।  ସେ ଏବେ ହସପିଟାଲରେ ଅଛନ୍ତି। ବାକି ୫ ଜଣଙ୍କର ଘଟଣାସ୍ଥଳରା  ମୃତ୍ୟୁ ଘଟିଛି।

The post କାର ଉପରେ ମାଡ଼ିଗଲା ଡମ୍ପର, ୫ ମୃତ appeared first on Odisha Reporter.



from Odisha Reporter https://ift.tt/532QWpC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages