ସିମଲା: ହିମାଚଳ ପ୍ରଦେଶ ମନାଲିରେ ବର୍ଷା ବିତ୍ପାତ ଜାରି ରହିଛି । କେଉଁଠି ରାସ୍ତା ଧୋଇଯାଇଛି ତ କେଉଁଠି ବର୍ଷା ପାଣି ସୁଅରେ ରାସ୍ତା ଉପରକୁ ଚାଲିଆସିଛି କୁଢ଼ କୁଢ଼ ଅଳିଆ ଆବର୍ଜନା। ପ୍ରବଳ ବର୍ଷା ଯୋଗୁଁ ଅନେକ ସ୍ଥାନରେ ରାସ୍ତା ଧୋଇଯାଇଛି। ପାଣିର ପ୍ରଖର ଶ୍ରୋତରେ ଗାଡ଼ିମୋଟର ବି ଭାସିଯାଇଥିବା ଦେଖିବାକୁ ମିଳିଛି । ରାସ୍ତା ଉପରକୁ କୁଢ଼ କୁଢ଼ ଅଳିଆ ଆବର୍ଜନା ଚାଲି ଆସିବା ଫଳରେ ସ୍ଥିତି ଏପରି ହୋଇଛି ଯାତାୟାତ କରିବା ମୁସ୍କିଲ୍ ହୋଇପଡ଼ିଛି। ଫଳରେ ମନାଲି-ଲେହ ହାଇୱେ ସୃଷ୍ଟି ହୋଇଥିଲା ଟ୍ରାଫିକ୍ ଜାମ୍ ସ୍ଥିତି । ପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ରାସ୍ତାରୁ ଆବର୍ଜନା ହଟାଯାଇଛି । ସେହିପରି ହିମାଚଳ ପ୍ରଦେଶ କିନୌରରେ ମଧ୍ୟ ଜୋରଦାର କୁଆପଥର ବର୍ଷା ହୋଇଛି ।
ଏଥିରେ ଅନେକ ସ୍ଥାନରେ ଘରଦ୍ୱାର କ୍ଷତିଗ୍ରସ୍ତ ହେବା ସହ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି। ପ୍ରତି ବର୍ଷ ହିମାଚଳ ପ୍ରଦେଶ ସରକାର ବର୍ଷାଦିନରେ ଅଧିକ ମାତ୍ରାରେ କ୍ଷତି ସହିଥାନ୍ତି। ସରକାର ଏହାକୁ ମୁକାବିଲା କରିବା ପାଇଁ ଜିଲ୍ଲାଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥାନ୍ତି। ପ୍ରାକୃତିକ ବିପର୍ଯ୍ୟୟରୁ କେମିତି ବଞ୍ଚିବେ, ସେଥି ପାଇଁ ପୂର୍ବରୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଥାନ୍ତି। କିପରି ଜୀବନ ବିପଦ କମ୍ ରହିବ, ଉଦ୍ଧାର କାର୍ଯ୍ୟ ସଠିକ ଭାବେ ହେବ ସେଥିପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥାନ୍ତି।
ପାଣିପାଗ ବିଭାଗ ଅନୁଯାୟୀ, ଆଗାମୀ ଦିନରେ ମଧ୍ୟପ୍ରବଳ ବର୍ଷା ହେବା ସମ୍ଭାବନର ରହିଛି। ନଦୀର ଜଳସ୍ତର ବଢିବ, ତେଣୁ ସମସ୍ତେ ସତର୍କ ସହିତ ସଚେତନ ରହିବା ପାଇଁ ରାଜ୍ୟ ସରକାର ନିବେଦନ କରିଛନ୍ତି।
The post ହିମାଚଳପ୍ରଦେଶ ମନାଲିରେ ବର୍ଷା ବିତ୍ପାତ appeared first on Odisha Reporter.
from Odisha Reporter https://ift.tt/g1aMzTw
No comments:
Post a Comment