ପ୍ରଥର ପାଇଁ ବିଶ୍ୱ ଚାମ୍ପିୟନଶିପ ଫାଇନାଲରେ ନୀରଜ ଚୋପ୍ରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 21, 2022

ପ୍ରଥର ପାଇଁ ବିଶ୍ୱ ଚାମ୍ପିୟନଶିପ ଫାଇନାଲରେ ନୀରଜ ଚୋପ୍ରା

ନୂଆଦିଲ୍ଲୀ: ଭାରତର ସୁନା ପୁଅ ତଥା ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା ରେକର୍ଡ କରିଛନ୍ତି। ସେ ପ୍ରଥମଥର ପାଇଁ ବିଶ୍ୱ ଚାମ୍ପିୟନଶିପର ଫାଇନାଲରେ ପ୍ରବେଶ କରିବାକୁ ସକ୍ଷମ ହୋଇଛନ୍ତି। ଏହି ଇଭେଣ୍ଟର ପ୍ରଥମ ଉଦ୍ୟମରେ ହିଁ ନୀରଜ ୮୮.୩୯ ମିଟର ଦୂରତାକୁ ଜାଭେଲନି ଫିଙ୍ଗ ସିଧା ଫାଇନାଲ ଟିକେଟ ହାତେଇଛନ୍ତି। ୨୪ ବର୍ଷୀୟ ନୀରଜ ଅଲିମ୍ପିକ୍ସରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଏବେ ବିଶ୍ୱ ଚାମ୍ପିୟନଶିପରେ ମଧ୍ୟ ସେ ପଦକ ଜିତିବାର ପ୍ରବଳ ଦାବିଦାର ଭାବେ ଉଭା ହୋଇଛନ୍ତି।

ନୀରଜ ଚୋପ୍ରା ଯୋଗ୍ୟତା ପର୍ଯ୍ୟାୟ ଇଭେଣ୍ଟର ଗ୍ରୁପ ଏରେ ଥିଲେ। ଏହି ଗ୍ରୁପରେ ସେ ପ୍ରଥମ ସ୍ଥାନରେ ରହିଛନ୍ତି। ୮୮.୩୯ ମିଟର ଦୂରତାକୁ ଜାଭେଲିନ ଫିଙ୍ଗିବା ନୀରଜଙ୍କ କ୍ୟାରିୟରର ତୃତୀୟ ଶ୍ରେଷ୍ଠ ପ୍ରଦର୍ଶନ। ଏହାପୂର୍ବରୁ ସେ ଦୁଇ ଥର ୮୮.୩୯ ମିଟରରୁ ଅଧିକ ଦୂରତାକୁ ଜାଭେଲିନ ଫିଙ୍ଗିଛନ୍ତି। ନୀରଜଙ୍କ ଫାଇନାଲ ମୁକାବିଲା ରବିବାର ସକାଳ ୭.୫ରେ ଅନୁଷ୍ଠିତ ହେବ।

ଯେଉଁ ଆଥଲେଟମାନେ ୮୩.୫୦ ମିଟରରୁ ଅଧିକ କିମ୍ବା ଟପ୍‌ ୧୨ ମଧ୍ୟରେ ରହିବେ, ସେମାନଙ୍କୁ ନେଇ ବିଶ୍ୱ ଚାମ୍ପିୟନଶିପର ଫାଇନାଲ ଖେଳାଯିବ। ନୀରଜ ଗ୍ରୁପ ଏରେ ଥିବା ବେଳେ ଡିଫେଣ୍ଡିଂ ଚାମ୍ପିୟନ ଗ୍ରେନେଡାର ଆଣ୍ତେରସନ ପିଟରର୍ସ ଓ ଅନ୍ୟତମ ଭାରତୀୟ ଖେଳାଳି ରୋହିତ ଯାଦବ ଗ୍ରୁପ ବିରେ ରହିଛନ୍ତି।

ନୀରଜଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ହେଉଛି ୮୯.୯୪ ମିଟର। ୨୦୧୭ ଲଣ୍ଡନ ବିଶ୍ୱ ଚାମ୍ପିୟନଶିପରେ ନୀରଜ ଫାଇନାଲରେ ପ୍ରବେଶ କରିବେ ବୋଲି ବହୁତ ଆଶା ରଖିଥିଲେ। ହେଲେ ସେ କେବଳ ୮୨.୨୬ ମିଟର ଦୂରତାକୁ ଜାଭେଲିନ ଫିଙ୍ଗିବାକୁ ସକ୍ଷମ ହୋଇଥିଲେ। ଯୋଗ୍ୟତା ଅର୍ଜନ ପାଇଁ ଧାର୍ଯ୍ୟ ୮୩ ମିଟର ଅତିକ୍ରମ କରିପାରି ନଥିବାରୁ ସେ ଫାଇନାଲରେ ପ୍ରବେଶ କରି ପାରି ନଥିଲେ। ସେହିପରି ଆହତ କାରଣରୁ ସେ ୨୦୧୯ ବିଶ୍ୱ ଚାମ୍ପିୟନଶିପରେ ଭାଗ ନେଇ ନଥିଲେ।

The post ପ୍ରଥର ପାଇଁ ବିଶ୍ୱ ଚାମ୍ପିୟନଶିପ ଫାଇନାଲରେ ନୀରଜ ଚୋପ୍ରା appeared first on Odisha Reporter.



from Odisha Reporter https://ift.tt/JjmsykY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages