ଆଜିଠୁ +୨ ପ୍ରଥମ ବର୍ଷ ନାମଲେଖା ପ୍ରକ୍ରିୟା ଆରମ୍ଭ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 19, 2022

ଆଜିଠୁ +୨ ପ୍ରଥମ ବର୍ଷ ନାମଲେଖା ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଆଜିଠୁ ଆରମ୍ଭ ହେବ ଯୁକ୍ତ ୨ ପ୍ରଥମ ବର୍ଷ ନାମଲେଖା ପ୍ରକ୍ରିୟା । ସାମ୍ସ ଓଡ଼ିଶା ପୋର୍ଟାଲରେ ଛାତ୍ରଛାତ୍ରୀମାନେ ଆଜିଠୁ ଆବେଦନ କରିପାରିବେ ।  ଆଜି ଦିନ ୧୧ଟା ରେ www.samsodisha.gov.in ରେ ଉପଲବ୍ଧ ହେବ କମନ ଆପ୍ଲିକେସନ ଫର୍ମ ।

ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ନାମଲେଖା ପାଇଁ ଆବେଦନ କରିପାରିବେ । ଅଗଷ୍ଟ ୧୭ ତାରିଖ ଦିନ ୩ଟାରେ ପ୍ରକାଶ ପାଇବ ପ୍ରଥମ ମେରିଟ ଲିଷ୍ଟ । ପ୍ରଥମ ପର୍ଯ୍ୟାୟ ନାମଲେଖା ଅଗଷ୍ଟ ୧୯ରୁ ଆରମ୍ଭ ହୋଇ ୨୫ ତାରିଖ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ । ଏହାପରେ ସେପ୍ଟେମ୍ବର୨ ତାରିଖରେ ପ୍ରକାଶ ପାଇବ ଦ୍ୱିତୀୟ ମେରିଟ ଲିଷ୍ଟ ।

ସେପ୍ଟେମ୍ବର ୫ରୁ ୭ ତାରିଖ ପର୍ଯ୍ୟନ୍ତ ହେବ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା । ସେପ୍ଟେମ୍ବର୧୩ ତାରିଖରେ ପ୍ରକାଶ ପାଇବ ସ୍ପଟ୍ ସିଲେକ୍ସନ ପାଇଁ ବଳକା ସିଟ୍ ତାଲିକା । ୧୩ ଓ ୧୪ ତାରିଖରେ ସ୍ପଟ୍ ନାମଲେଖା ପାଇଁ ପଞ୍ଜିକରଣ କରିପାରିବେ ଛାତ୍ରଛାତ୍ରୀ । ୧୫ ସେପ୍ଟେମ୍ବରରେ ପ୍ରକାଶ ପାଇବ ଫାଇନାଲ ମେରିଟ ଲିଷ୍ଟ  । ଏହାପରେ ୧୫ ଓ ୧୬ ଦୁଇ ଦିନ ହେବ ସ୍ପଟ ଆଡ଼ମିଶନ  ।

ଚଳିତ ବର୍ଷ ଠାରୁ ଯୁକ୍ତ ଦୁଇରେ ଶତ ପ୍ରତିଶତ ସିଲାବସ୍  ଆଧାରରେ ପିଲାଙ୍କ ପରୀକ୍ଷା ହେବ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି  ।  ନୂଆ ବିଜ୍ଞପ୍ତି ଅନୁସାରେ ୨୦୨୩ରେ ଛାତ୍ରଛାତ୍ରୀ ୧୦୦% ସିଲାବସ୍ ଅଧାରରେ ପରୀକ୍ଷା ଦେବେ । ହେଲେ ୨୦୨୨ରେ ଫେଲ୍ ହୋଇଥିବା ଛାତ୍ରଛାତ୍ରୀ ପୁରୁଣା ସିଲାବସ୍ ଅନୁସାରେ ୨୦୨୩ରେ ପରୀକ୍ଷା ଦେବେ  । କରୋନା ପାଇଁ ଗତବର୍ଷ ଯୁକ୍ତ ୨ ସିଲାବସ୍‌କୁ ହ୍ରାସ କରାଯାଇଥିଲା  । ୭୦ % ସିଲାବସରେ ପରୀକ୍ଷା ହୋଇଥିଲା ।

The post ଆଜିଠୁ +୨ ପ୍ରଥମ ବର୍ଷ ନାମଲେଖା ପ୍ରକ୍ରିୟା ଆରମ୍ଭ appeared first on Odisha Reporter.



from Odisha Reporter https://ift.tt/2Ozx5l4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages