ଆଖି ବୁଜିଲା ଦେଶର ସବୁଠୁ ବୟସ୍କ ବାଘ ‘ରାଜା’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 11, 2022

ଆଖି ବୁଜିଲା ଦେଶର ସବୁଠୁ ବୟସ୍କ ବାଘ ‘ରାଜା’

କୋଲକତା: ଆଖି ବୁଜିଲା ଭାରତର ସବୁଠୁ ବୟସ୍କ ବାଘ ‘ରାଜା’ । ‘ରାଜା’ ରୟାଲ ବେଙ୍ଗଲ ଟାଇଗର ହୋଇଥିବା ବେଳେ ତାକୁ ଭାରତର ସବୁଠୁ ବୟସ୍କ ବାଘ ବୋଲି ବିବେଚନା କରାଯାଇଥାଏ। ମୃତ୍ୟୁ ବେଳକୁ ତାକୁ ୨୫ ବର୍ଷ ୧୦ ମାସ ହୋଇଥିଲା । ତା’ ମୃତ୍ୟୁରେ ଖୁବ୍‌ ମର୍ମାହତ ହୋଇଛନ୍ତି ପଶୁପ୍ରେମୀ ।

ପଶ୍ଚିମବଙ୍ଗର ଆଲିପୁରଦୁଆରସ୍ଥିତ ସାଉଥ ଖୈରିବାଡି ଜାତୀୟ ଉଦ୍ୟାନରେ ଥିବା ବ୍ୟାଘ୍ର ଉଦ୍ଧାର ଓ ଥଇଥାନ କେନ୍ଦ୍ରରେ ପ୍ରାଣ ହରାଇଛି  ରାଜା।  ଏହି ରେସକ୍ୟୁ ସେଣ୍ଟରରେ ଦୀର୍ଘ ଦିନ ଧରି ରହିଆସୁଥିଲା ରାଜା । ସୁନ୍ଦରବନର ଏକ ନଦୀରେ କୁମ୍ଭୀର ଆକ୍ରମଣ କରିବା ପରେ ୨୦୦୮ରେ ତାକୁ ସେଠାକୁ ଅଣାଯାଇଥିଲା । ଚିକିତ୍ସିତ ହୋଇ ସୁସ୍ଥ ହେବା ପରେ ମଧ୍ୟ ତାକୁ ବନବିଭାଗ ପକ୍ଷରୁ ଜଙ୍ଗଲରେ ଛଡାଯାଇନଥିଲା । ସେବେଠାରୁ ଏହି ସେଣ୍ଟରରେ ରହିଆସୁଥିଲା ରାଜା ।

ଖୈରିବାଡି ଜାତୀୟ ଉଦ୍ୟାନ ପାଇଁ ପର୍ଯ୍ୟଟକଙ୍କ ଆକର୍ଷଣ ପାଲଟିଥିଲା ରାଜା ।  ରାଜା ମୃତ୍ୟୁ ଖବର ପାଇ ବନବିଭାଗ, ସ୍ଥାନୀୟ ପ୍ରଶାସନର ବରିଷ୍ଠ ଅଧିକାରୀ ଆସି ରାଜାକୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।  ସେହିପରି ବହୁ ସ୍ଥାନୀୟ ଲୋକେ ମଧ୍ୟ ଆସି ରାଜାକୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

The post ଆଖି ବୁଜିଲା ଦେଶର ସବୁଠୁ ବୟସ୍କ ବାଘ ‘ରାଜା’ appeared first on Odisha Reporter.



from Odisha Reporter https://ift.tt/tw7q3vY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages