ଜିଅନ୍ତା ଜଳିଗଲେ ମାନସିକ ଅନଗ୍ରସର ଯୁବତୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 11, 2022

ଜିଅନ୍ତା ଜଳିଗଲେ ମାନସିକ ଅନଗ୍ରସର ଯୁବତୀ

କଟକ(ଓଡ଼ିଶା ରିପୋର୍ଟର): ଅଗ୍ନିକାଣ୍ଡରେ ଜୀବନ୍ତ ଦଗ୍ଧ  ହୋଇଗଲେ ମାନସିକ ଅନଗ୍ରସର ଯୁବତୀ । କଟକ ସୂତାହାଟ ଖ୍ରିଷ୍ଟିଆନ ସାହିରେ ଗତକାଲି ବିଳମ୍ବିତ ରାତିରେ ଘଟିଥିଲା ଅଗ୍ନିକାଣ୍ଡ । ନିଆଁ କ୍ଷିପ୍ର ବେଗରେ ଚାରି ଆଡ଼କୁ ମାଡ଼ି ଯାଇଥିବା ବେଳେ ଏଥିରେ ଜିଅନ୍ତା ଜଳି ଯାଇଥିଲେ ୨୨ ବର୍ଷୀୟା ଲତିଫା ଶେଖ।  ।

ଲତିଫା ଜଣେ ମାନସିକ ଅନଗ୍ରସର ଯୁବତୀ ହୋଇଥିବା ବେଳେ ଗତକାଲି ରାତିରେ ତାଙ୍କୁ ଘରେ ଛାଡ଼ି ବାପାମା’ ବାହାରକୁ ଯାଇଥିଲେ। ଏହି ସମୟରେ ହଠାତ୍‌ ନିଆଁ ଚାରିଆଡ଼କୁ ବ୍ୟାପିବାରୁ ସେ ଘରୁ ବାହାରି ନ ପାରି ଜିଅନ୍ତା ଜଳି ଯାଇଥିଲେ। ଖବର ପାଇ ଦମକଳ ବାହିନୀ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ପୁଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ  ଆରମ୍ଭ କରିଛି ।

ତେବେ କେଉଁ ପରିସ୍ଥିତିରେ ଅଗ୍ନିକାଣ୍ଡ ହୋଇଛି, ତାହା ସ୍ପଷ୍ଟ ହୋଇନି । ମୃତକଙ୍କ ପରିବାର ଲୋକେ ଭଡା ଘରେ ରହୁଥିବା ବେଳେ ଏଭଳି ଘଟଣା ଘଟିଥିବା ସୂଚନା ମିଳିଛି।  ଏହା ଏକ ଦୁର୍ଘଟଣା ନା ସୁଚିନ୍ତିତ ହତ୍ୟାକାଣ୍ଡ ତାହା ଏଯାଏ ସ୍ପଷ୍ଟ ହୋଇ ନ ଥିବା ବେଳେ ପୁଲିସ୍‌ ତଦନ୍ତ ଆରମ୍ଭ କରିଛି।

The post ଜିଅନ୍ତା ଜଳିଗଲେ ମାନସିକ ଅନଗ୍ରସର ଯୁବତୀ appeared first on Odisha Reporter.



from Odisha Reporter https://ift.tt/kVc80jL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages